ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୂନ୍ୟବାସୀ ଗୋରେଖନାଥ ଗୋଶାଳାରେ ଅବ୍ୟବସ୍ଥା, ଖାଇବାକୁ ନପାଇ ୪ଦିନରେ ୭ ଗୋରୁ ମୃତ!

ମୃତ୍ୟୁ ଅପେକ୍ଷାରେ ଆହୁରି ୧୩୯ଟି କଙ୍କାଳସାର ଗୋରୁ

ଜଗତସିଂହପୁର : ସରକାରୀ ସହାୟତାରେ ପରିଚାଳିତ ଜଗତ୍‌‌ସିଂହପୁର ତରଜଙ୍ଗା ପଞ୍ଚାୟତ ରାଉତପଡ଼ାଠାରେ ଥିବା ଶୂନ୍ୟବାସୀ ଗୋରେଖନାଥ ଗୋଶାଳାରେ ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ମାତ୍ର ୪ ଦିନ ମଧ୍ୟରେ ଖାଇବାକୁ ନ ପାଇ ୭ ଗୋରୁଙ୍କ ମୃତ୍ୟୁ ଘଟିଥିବା ଗୋଶାଳାର ସ୍ୱେଚ୍ଛାସେବୀମାନେ ଅଭିଯୋଗ କରିଛନ୍ତି। ସରକାରୀ ଅନୁଦାନ ମିଳିବାରେ ବିଳମ୍ବ ପାଇଁ ୧୩୯ଟି ଗାଈଗୋରୁ ଏବେ ଭୋକ ଉପାସରେ ଦିନ କାଟୁଥିବା କହିଛନ୍ତି। ଆଜି ଜଣେ ବଦାନ୍ୟ ବ୍ୟକ୍ତି ୨ ବସ୍ତା କୁଣ୍ଡା ଦେଇଥିବା ବେଳେ ସେତକ ଭାଗ କରି ଗୋରୁମାନଙ୍କୁ ଖାଇବାକୁ ଦିଆଯାଇଛି। ତେବେ ଆସନ୍ତାକାଲି ଏହି ଗୋରୁଙ୍କୁ କ’ଣ ଖାଇବାକୁ ଦିଆଯିବ, ଏହାକୁ ନେଇ ଚିନ୍ତାରେ ଥିବା ସ୍ୱେଚ୍ଛାସେବୀମାନେ।

୨୦୨୧ରେ ସ୍ଥାପିତ ଶୂନ୍ୟବାସୀ ଗୋଶାଳାରେ ଏବେ ୧୩୯ଟି ଗାଈ, ବାଛୁରୀ ଓ ଷଣ୍ଢ ରହିଛନ୍ତି। ଏଥିପାଇଁ ୪ଜଣ ଗୋ-ସେବକ ନିୟୋଜିତ ହୋଇଛନ୍ତି। ପ୍ରତି ଗୋ-ସେବକଙ୍କ ପାଇଁ ୮ ହଜାର ଲେଖାଏଁ ପାରିଶ୍ରମିକକୁ ମିଶାଇ ମାସକୁ ୩୨ ହଜାର ଏ ବାବଦରେ ଖର୍ଚ୍ଚ ହେଉଛି। ସେହିପରି ୧୩୯ ଗୋରୁଙ୍କ ପାଇଁ ପ୍ରତିଦିନ ୧୨ ବସ୍ତା କୁଣ୍ଡା ଓ ୫ ବସ୍ତା ଚୋକଡର ଆବଶ୍ୟକତା ପଡୁଛି। ଏସବୁ ଆବଶ୍ୟକତା ପାଇଁ ମାସକୁ ୨ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ପଡୁଥିବା ସମୟରେ ଅର୍ଥ ଅଭାବରୁ ମାସିକ ୧ଲକ୍ଷ ୩୦ ହଜାର ଟଙ୍କା ମଧ୍ୟରେ ସମସ୍ତ ଖର୍ଚ୍ଚକୁ ସୀମିତ ରଖିବାକୁ ପଡୁଛି।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. କୈଳାସ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ଗୋଶାଳାରେ ୭ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବିଷୟକୁ ସେ ସ୍ୱୀକାର କରିଛନ୍ତି। ତେବେ ଗତ ୩୦ ତାରିଖରେ ଗୋଟିଏ ଦିନରେ ମରିଥିବା ୫ଟି ଗୋରୁଙ୍କ ବୟସାଧିକ କାରଣରୁ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ସେହିପରି ୨ତାରିଖରେ ମରିଥିବା ୨ଟି ଗୋରୁ ନିମୋନିଆରେ ଆକ୍ରାନ୍ତ ଥିବା କହିଛନ୍ତି। ଏ ସମ୍ପର୍କରେ ଏକ ପ୍ରାଣୀ ଚିକିତ୍ସା ଦଳ ଗୋଶାଳା ଗସ୍ତ କରିଛନ୍ତି। ସେମାନେ ଦେଇଥିବା ରିପୋର୍ଟକୁ ଜଗତସିଂହପୁର ଜିଲ୍ଲାପାଳ, ବିଭଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ରାଜ୍ୟସରକାଙ୍କ ନିକଟକୁ ପଠାଇ ଦିଆଯାଇଛି। ୨୦୨୩ ଡିସେମ୍ବରରେ ଗୋଶାଳାକୁ ୫ଲକ୍ଷ ୨୧ ହଜାର ଅନୁଦାନ ମିଳିଛି। ସେହିପରି ପ୍ରତିମାସରେ ଗୋଶାଳାରେ ଥିବା ଗାଈଗୋରୁଙ୍କ ସଂଖା ସମ୍ପର୍କରେ ରିପୋର୍ଟ ଯାଉଛି। ଆଗକୁ ଗୋଶାଳାକୁ ଅନୁଦାନ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.