ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁଆଡ଼େ ଗଲା କେନ୍ଦୁପତ୍ରରୁ ଜିଏସଟି ଛାଡ଼ ପ୍ରତିଶ୍ରୁତି, କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ବାଚନ ପ୍ରତିଶ୍ରୁତି ମନେପକାଇଦେଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ବର : ନିର୍ବାଚନ ସମୟରେ ପଶ୍ଚିମ ଓଡ଼ିଶାର ଗରିବ ଆଦିବାସୀ, ଦଳିତଙ୍କୁ ପ୍ରଲୋଭିତ କରିବାକୁ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ‘କେନ୍ଦୁପତ୍ର’ ରୁ ଜିଏସ୍‌‌ଟି ଛାଡ଼ ପ୍ରଲୋଭନ ଦେଖାଇଥିଲେ। ହେଲେ ନିର୍ବାଚନ ପରେ ବିଜେପି ନେତା, କେନ୍ଦ୍ରମନ୍ତ୍ରୀ ଭୁଲି ଯାଇଛନ୍ତି ପ୍ରତିଶ୍ରୁତି। କେନ୍ଦୁପତ୍ର ଉପରୁ ଜିଏସ୍‌‌ଟି ହ୍ରାସ ସମ୍ଭବ ନୁହେଁ ବୋଲି ଚଳିତ ଜୁଲାଇରେ ସ୍ପଷ୍ଟ କରିଥିଲେ କେନ୍ଦ୍ର ସରକାର। ଯାହାକୁ ନେଇ ଆଜି ରେଢ଼ାଖୋଲ ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିବା ସହ ସେମାନେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପଚାରିଛନ୍ତି।

ରେଢ଼ାଖୋଲ ଜନସଭାରୁ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ କହିଥିଲେ, ‘କେନ୍ଦୁପତ୍ର ତୋଳାଳିଙ୍କ ଲାଗି ରାଜ୍ୟ ସରକାର ଜିଏସଟି ଛାଡ଼ କରିଛନ୍ତି । କେନ୍ଦ୍ର ସରକାର ଜିଏସଟି ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା । ପଦମପୁର ଉପନିର୍ବାଚନରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ରର ପ୍ରତିଶ୍ରୁତି କୁଆଡେ ଗଲା ?’

କେନ୍ଦ୍ର କେବେ ପ୍ରତିଶ୍ରୁତି ପୂରଣ କରିବ ଆମେ ଅପେକ୍ଷା କରି ରହିଛୁ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପୂର୍ବରୁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ପ୍ରଦାନ କରିଥିଲେ । ଏବେ ପୁଣି ଥରେ ପ୍ୟାକେଜ୍ ଘୋଷଣା କରିବେ । କେନ୍ଦୁପତ୍ର ତୋଳାଳିଙ୍କ ପିଲାଙ୍କ ବିବାହ ଲାଗି ସରକାର ସହାୟତା ପ୍ରଦାନ କରିବେ । କେନ୍ଦୁପତ୍ର ତୋଳାଳିଙ୍କୁ ଦୁଇଟି ପ୍ରତିଶ୍ରୁତି ଦେଇଥିଲେ ଦୁଇଟି ପୂରଣ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯାହ ବି କଥା ଦେଇଥିଲେ କଥା ରଖିଲେ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ ।

ଉଲ୍ଲେଖଯୋଗ୍ୟ କେନ୍ଦୁପତ୍ର ଉପରୁ ଜିଏସ୍‌‌ଟି ପ୍ରତ୍ୟାହାର ପ୍ରସ୍ତାବ ଢ଼େର ପୁରୁଣା। କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ବହୁବାର ଚିଠି ଲେଖିଛନ୍ତି। ଓଡ଼ିଶାରେ କିପରି ଆଦିବାସୀ ଓ ମହିଳାମାନଙ୍କ ସ୍ୱାର୍ଥ ଜିଏସ୍‌‌ଟି ଯୋଗୁଁ ପ୍ରଭାବିତ ହେଉଛି ତାହା ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି। ହେଲେ କେନ୍ଦ୍ର ସରକାର ଏ କ୍ଷେତ୍ରରେ ସମ୍ବେଦନହୀନତା ପୋଷଣ କରି ଚାଲିଛନ୍ତି। ଗତ ଜୁନ୍‌‌ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅର୍ଥମନ୍ତ୍ରୀ ଚିଠି ଲେଖି କେନ୍ଦୁପତ୍ର ଉପରୁ ଜିଏସ୍‌‌ଟି ହ୍ରାସ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ହେଲେ ଚିଠି ପରେ ଲେଖା ଯାଉଥିବା ଚିଠିକୁ କେନ୍ଦ୍ର ସରକାର ଚାପି ଦେଇ ଦଳିତ ଆଦିବାସୀଙ୍କ ଉପରେ ୧୮ ପ୍ରତିଶତ ଜିଏସ୍‌‌ଟି ଲଦି ଦେଇଥିଲେ।

Leave A Reply

Your email address will not be published.