ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ଏଆଇ ଭର୍ସନ୍‌: ଆଲେକ୍ସା ଆଉ ମାଗଣାରେ ଶୁଣିବନି କଥା…

ନୂଆଦିଲ୍ଲୀ: ଆମାଜନ ଖୁବ୍‌ଶୀଘ୍ର ଏହାର ଫେମସ ଭଏସ୍‌ ଆସିଷ୍ଟାଣ୍ଟ ଆଲେକ୍ସାରେ ଏକ ବଡ ପରିବର୍ତ୍ତନ ଆଣିବାକୁ ନେଇ ଯୋଜନା ଚଳାଇଛି। ଏହି ପରିବର୍ତ୍ତନ ଅନୁଯାୟୀ, ଆଲେକ୍ସାକୁ ଏକ ନୂଆ ଟେକନିକ, ଜେନେରେଟିବ ଏଆଇରୁ ଲେସ କରାଯିବ ଏବଂ ଏହାର ଦୁଇଟି ସେବା ସ୍ତର ରହିବ। ଏଥିରେ ଏକ ସେବା ପାଇଁ ଆପଣଙ୍କୁ ପ୍ରତି ମାସରେ ହାରାହାରି ୫ ଡଲାର(୪୧୭ ଟଙ୍କା) ରୁ ୧୦ (୮୩୬ ଟଙ୍କା) ଡଲାର ଦେବାକୁ ପଡିବ। ଏହି ନୂଆ ଭର୍ସନକୁ ବାନ୍‌ୟାନ୍‌ କୁହାଯାଉଛି। ସୂଚନା ଅନୁଯାୟୀ, ଏହା ଆଲେକ୍ସାର ପ୍ରଥମ ଅପଡେଟ ରହିବ। କାରଣ ଏହାକୁ ୨୦୧୪ ମସିହାରେ ଶୁଭାରମ୍ଭ କରାଯିବା ପରେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା।

ଆଲେକ୍ସାରେ ଜେନେରେଟିଭ ଏଆଇ ଜରିଆରେ କଥାବର୍ତ୍ତା କରିବାର କ୍ଷମତାକୁ ବଢାଯିବ। ଏହା କେବଳ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବନାହିଁ, ବରଂ ଆହୁରି ଅଧିକ ବ୍ୟକ୍ତିଗତ ଏବଂ ସଠିକ ସୂଚନା ପ୍ରଦାନ କରିବ। ପ୍ରିମିୟମ ସେବା ମାସିକ ହାରାହାରି ୫ ଡଲାରରେ ଉପଲବ୍ଧ ହେବ। ଆପଣଙ୍କୁ ଆଲକ୍ସେର ପରମ୍ପରାଗତ ସେବାଗୁଡିକରେ ଅଧିକ ଉନ୍ନତ ସୁବିଧାମାନ ମିଳିବ। ଆମାଜନ୍‌ ଏହି ଯୋଜନାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛି।

Leave A Reply

Your email address will not be published.