ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୦୪ – ୦୭ – ୨୦୨୪ )

ମେଷ: ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମହିଳାମାନେ ଆଳସ୍ୟତା ଅନୁଭବ କରିପାରନ୍ତି। ନୂତନ ନିବେଶରୁ କ୍ଷତିଗ୍ରସ୍ତ ହୋଇପାରନ୍ତି।

ବୃଷ: ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରମାଣିତ ହେବ । ଆୟ ବୃଦ୍ଧି ହେତୁ ଉତ୍ସାହିତ ହେବେ। ପରିବାରର ସହାୟତା ପାଇବେ । ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।

ମିଥୁନ: କୌଣସି ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ପାରିବାରିକ ପରିବେଶ ଓ ଦାମ୍ପତ୍ୟ ଜୀବନରେ ସମନ୍ୱୟ ରହିବ। ଜୀବନରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଘରକୁ ଅତିଥି ଆସିପାରନ୍ତି।

କର୍କଟ: ପରିବାର ସମ୍ବନ୍ଧରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଆର୍ଥିକ ଉନ୍ନତି ପାଇଁ ନୂଆ ଉପାୟ ମିଳିବ। ଲଗାତାର ଚେଷ୍ଟା କରି ସଫଳତା ପାଇବେ। ନୂତନ ବ୍ୟବସାୟ ପାଇଁ ସମୟ ଅନୁକୂଳ।

ସିଂହ: ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ସଫଳତା ପାଇବେ। ମାନସିକ ସ୍ତରରେ ଚାପଗ୍ରସ୍ତ ରହିବେ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଅବିଭାବକ ଚିନ୍ତାରେ ରହିେବ।

କନ୍ୟା:କ୍ୟାରିୟର ପାଇଁ ଯୋଜନା କରିେବ। କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ସରକାରି କର୍ମଚାରୀଙ୍କ ପାଇଁ ଦିନଟି ଭଲ।

ତୁଳା: କୌଣସି କାର୍ଯ୍ୟରେ ସଫଳତା ନପାଇ ନିରାଶ ରହିପାରନ୍ତି। ସାହିତ୍ୟ ତଥା ଅନ୍ୟାନ୍ୟ ସୃଜନଶୀଳ କଳା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମହିଳାମାନେ ଉଚିତ ନିଷ୍ପତ୍ତି ଗ୍ରହଣ କରିପାରିବେ।

ବିଛା: ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। କାର୍ଯ୍ୟରେ ସଫଳତା ମିଳିବ। ଅତ୍ୟଧିକ ଚିନ୍ତା ମାନସିକ ଅବସାଦ ବଢ଼ାଇବ। ଉଧାର ଦେଇ ହଇରାଣେୀ ପଡ଼ିପାରନ୍ତି।

ଧନୁ: ପାରିବାରିକ ସମ୍ପର୍କ ମଜଭୁତ ହେବ। ଆର୍ଥିକ ଲାଭ ମିଳିବ। ଜୀବନସାଥୀଙ୍କ ପରାମର୍ଶକ୍ରମେ କାର୍ଯ୍ୟ କରିବେ। ନୂଆ ଲକ୍ଷ୍ୟକୁ ନିର୍ଦ୍ଧାରିତ କରିବା ପାଇଁ ଦିନଟି ଉତ୍ତମ ରହିବ।

ମକର: ପରିବାର ସହିତ ସମୟ ଅତିବାହିତ କରିବେ। ଅଯଥା ଖର୍ଚ୍ଚ କରି ସମାଲୋଚିତ ହୋଇପାରନ୍ତି। ବ୍ୟବସାୟରେ କିଛି କ୍ଷତି ହୋଇପାରେ। ମହିଳାମାନଙ୍କ ଦାୟିତ୍ବ ବଢ଼ିବ। ଜମିଜମା ବିବାଦର ସମାଧାନ ହେବ।

କୁମ୍ଭ: କର୍ମସ୍ଥଳୀରେ କିଛି ନୂତନ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସୁଯୋଗର ସଠିକ୍‌ ଉପଯୋଗ କରିବେ। ମହିଳାମାନେ ସ୍ବାଧୀନମନା ହେବେ। ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀ ଯୋଜନା କରିପାରନ୍ତି।

ମୀନ: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଅନ୍ୟକୁ ଧାର ଦେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବ। ସକାରାତ୍ମକ ଚିନ୍ତାଧାରା ସହିତ ସମସ୍ତ କାର୍ଯ୍ୟ କରନ୍ତୁ।

Leave A Reply

Your email address will not be published.