ଟି-୨୦ ବିଶ୍ୱକପ୍: ପାକିସ୍ତାନର ୟୁ-ଟର୍ଣ୍ଣ, ଭାରତ ବିପକ୍ଷରେ ଖେଳିବାକୁ ରାଜି; ମୁହଁ ଖୋଲିଲା ବିସିସିଆଇ

Madhusudan Das Picture
Published On

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଫେବୃଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏକ ନାଟକୀୟ ଢଙ୍ଗରେ ନିଜ ନିଷ୍ପତ୍ତି ବଦଳାଇ ଏହି ମ୍ୟାଚ୍ ଖେଳିବାକୁ ରାଜି ହୋଇଛି, ଯାହା ଫଳରେ ଏହି ହାଇଭୋଲଟେଜ୍ ମୁକାବିଲାକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଦୂର ହୋଇଛି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମହାମୁକାବିଲା, ଶୁବମାନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଉପରେ ନଜର

ପାକିସ୍ତାନୀ ଗଣମାଧ୍ୟମ 'ଜିଓ ନ୍ୟୁଜ୍'ର ରିପୋର୍ଟ ଅନୁଯାୟୀ, କୂଟନୈତିକ ସ୍ତରରେ ତୀବ୍ର ଆଲୋଚନା ପରେ ପାକିସ୍ତାନ ସରକାର ଦଳକୁ ଖେଳିବା ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ ବାଂଲାଦେଶ ପ୍ରତି ସମର୍ଥନ ଜଣାଇ ପାକିସ୍ତାନ ଏହି ମ୍ୟାଚ୍ ବର୍ଜନ କରିବାକୁ ଘୋଷଣା କରିଥିଲା। ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)ର ହସ୍ତକ୍ଷେପ ଏବଂ କୂଟନୈତିକ ଚାପ ଯୋଗୁଁ ପାକିସ୍ତାନ ବାଧ୍ୟ ହୋଇ ନିଜ ଜିଦରୁ ଓହରିଛି। ଆଇସିସି ସ୍ପଷ୍ଟ କରିଥିଲା ଯେ ଯଦି ପାକିସ୍ତାନ ମ୍ୟାଚ୍ ନଖେଳେ, ତେବେ ଭବିଷ୍ୟତରେ ଆୟୋଜନ ଅଧିକାର ହରାଇବା ସହ କଡ଼ା ଆର୍ଥିକ କଟକଣାର ସମ୍ମୁଖୀନ ହେବ।

ଆହୁରି ପଢ଼ନ୍ତୁ: ସମ୍ବଲପୁର ଅବକାରୀ ବିଭାଗରେ ମହାଘୋଟାଲା: ୩.୬୭ କୋଟି ଟଙ୍କା ହେରଫେର୍, ୨ଗିରଫ

ଏହି ବିବାଦର ସମାଧାନ ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ। ସେ ପାକିସ୍ତାନ ଦଳକୁ କଲମ୍ବୋର ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଖେଳିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ, ଆଇସିସି ଉପାଧ୍ୟକ୍ଷ ଇମ୍ରାନ ଖ୍ୱାଜା ଲାହୋର ଯାଇ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କ ସହ ଜରୁରୀ ଆଲୋଚନା କରିଥିଲେ, ଯାହା ପରେ ପାକିସ୍ତାନ ନିଜ ନିଷ୍ପତ୍ତି ବଦଳାଇଥିଲା।

ଆହୁରି ପଢ଼ନ୍ତୁ: ସେପ୍ଟିକ ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ଵାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର

ପାକିସ୍ତାନର ଏହି ୟୁ-ଟର୍ଣ୍ଣ (U-turn) ପରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ପରେ ସେଠାକାର ଦଳ ଏବେ ମୈଦାନକୁ ଓହ୍ଲାଇବ। ଏହି ଖବର ସାମ୍ନାକୁ ଆସିବା ପରେ ବିଶ୍ୱବ୍ୟାପୀ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ଏବଂ ଏହି ମେଗା ଇଭେଣ୍ଟ ଏବେ ବିନା ବାଧାରେ ଆୟୋଜିତ ହେବ।

10 Feb 2026 By Madhusudan Das

ଟି-୨୦ ବିଶ୍ୱକପ୍: ପାକିସ୍ତାନର ୟୁ-ଟର୍ଣ୍ଣ, ଭାରତ ବିପକ୍ଷରେ ଖେଳିବାକୁ ରାଜି; ମୁହଁ ଖୋଲିଲା ବିସିସିଆଇ

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଫେବୃଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏକ ନାଟକୀୟ ଢଙ୍ଗରେ ନିଜ ନିଷ୍ପତ୍ତି ବଦଳାଇ ଏହି ମ୍ୟାଚ୍ ଖେଳିବାକୁ ରାଜି ହୋଇଛି, ଯାହା ଫଳରେ ଏହି ହାଇଭୋଲଟେଜ୍ ମୁକାବିଲାକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଦୂର ହୋଇଛି ।

ପାକିସ୍ତାନୀ ଗଣମାଧ୍ୟମ 'ଜିଓ ନ୍ୟୁଜ୍'ର ରିପୋର୍ଟ ଅନୁଯାୟୀ, କୂଟନୈତିକ ସ୍ତରରେ ତୀବ୍ର ଆଲୋଚନା ପରେ ପାକିସ୍ତାନ ସରକାର ଦଳକୁ ଖେଳିବା ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ ବାଂଲାଦେଶ ପ୍ରତି ସମର୍ଥନ ଜଣାଇ ପାକିସ୍ତାନ ଏହି ମ୍ୟାଚ୍ ବର୍ଜନ କରିବାକୁ ଘୋଷଣା କରିଥିଲା। ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)ର ହସ୍ତକ୍ଷେପ ଏବଂ କୂଟନୈତିକ ଚାପ ଯୋଗୁଁ ପାକିସ୍ତାନ ବାଧ୍ୟ ହୋଇ ନିଜ ଜିଦରୁ ଓହରିଛି। ଆଇସିସି ସ୍ପଷ୍ଟ କରିଥିଲା ଯେ ଯଦି ପାକିସ୍ତାନ ମ୍ୟାଚ୍ ନଖେଳେ, ତେବେ ଭବିଷ୍ୟତରେ ଆୟୋଜନ ଅଧିକାର ହରାଇବା ସହ କଡ଼ା ଆର୍ଥିକ କଟକଣାର ସମ୍ମୁଖୀନ ହେବ।

ଏହି ବିବାଦର ସମାଧାନ ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ। ସେ ପାକିସ୍ତାନ ଦଳକୁ କଲମ୍ବୋର ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଖେଳିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ, ଆଇସିସି ଉପାଧ୍ୟକ୍ଷ ଇମ୍ରାନ ଖ୍ୱାଜା ଲାହୋର ଯାଇ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କ ସହ ଜରୁରୀ ଆଲୋଚନା କରିଥିଲେ, ଯାହା ପରେ ପାକିସ୍ତାନ ନିଜ ନିଷ୍ପତ୍ତି ବଦଳାଇଥିଲା।

ପାକିସ୍ତାନର ଏହି ୟୁ-ଟର୍ଣ୍ଣ (U-turn) ପରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ପରେ ସେଠାକାର ଦଳ ଏବେ ମୈଦାନକୁ ଓହ୍ଲାଇବ। ଏହି ଖବର ସାମ୍ନାକୁ ଆସିବା ପରେ ବିଶ୍ୱବ୍ୟାପୀ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ଏବଂ ଏହି ମେଗା ଇଭେଣ୍ଟ ଏବେ ବିନା ବାଧାରେ ଆୟୋଜିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର