ମନୋରଞ୍ଜନ
ବାଣିଜ୍ୟ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଅକ୍ଟୋବର ପହିଲାରୁ ବ୍ୟବସାୟିକ LPG ସିଲିଣ୍ଡର ମୂଲ୍ୟ ବୃଦ୍ଧି
Published On
By The Sakala
ଅକ୍ଟୋବର ମାସ ଆରମ୍ଭରୁ ଦେଶର ଗ୍ରାହକଙ୍କୁ ମୁଦ୍ରାସ୍ଫୀତିର ଝଟକା ଲାଗିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ (କିଲୋଗ୍ରାମ) ବ୍ୟବସାୟିକ LPG ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି, ଯାହା ଆଜି (ଅକ୍ଟୋବର ୧, ୨୦୨୫) ଠାରୁ ଲାଗୁ ହୋଇଛି।
ବିଭିନ୍ନ ସହରରେ ଏହି ବୃଦ୍ଧି ୧୫ ଟଙ୍କାରୁ ୧୬ ଟଙ୍କା ପର୍ଯ୍ୟନ୍ତ ରହିଛି।
ମୁଖ୍ୟ ସହରରେ...
ଶସ୍ତା ହେବ ଋଣ,କମିବ ଇଏମ୍ଆଇ
Published On
By The Sakala
ପାର୍ବଣରେ ସାଧାରଣ ଜନତାଙ୍କୁ ଆଶ୍ବସ୍ତି । ରଣ ସହିତ ଜଡିତ ଅନେକ ବଡ଼ ପରିବର୍ତ୍ତନ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) । ଏଣିକି ଋଣ ନେବା ଗ୍ରାହକଙ୍କ ପାଇଁ ସହଜ ହେବା ସହ ବଡ଼ ଋଣ ସହିତ ଜଡିତ ନିୟମ କୋହଳ କରିବାକୁ ଆର୍ବିଆଇ ଅନେକ ନୂଆ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନଗୁଡିକ...
ଜିଏସ୍ଟିରେ ହ୍ରାସ ଖାଲି ଭେଳିକି; ଖାଉଟିଙ୍କୁ ମିଳୁନି ଲାଭ, ଟିକସ ହ୍ରାସ ପୂର୍ବରୁ ୧୦ ପ୍ରତିଶତ ମୂଲ୍ୟ ବଢ଼ାଇଛନ୍ତି ବଡ଼ କମ୍ପାନୀ
Published On
By Deviprasad Mohanty
ନୂଆଦିଲ୍ଲୀ:କେନ୍ଦ୍ର ସରକାର ସମ୍ପ୍ରତି ଜିଏସ୍ଟି ହାରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏଥିରେ ପ୍ରାୟ ୪୦୦ ସାମଗ୍ରୀ ଉପରୁ ଟିକସ ହାର ହ୍ରାସ ପାଇଛି। ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ଠାରୁ ନୂତନ ଜିଏସ୍ଟି ହାର ଲାଗୁ ହୋଇଛି। କେନ୍ଦ୍ର ସରକାର ଜିଏସ୍ଟିରେ ହ୍ରାସ ଘଟାଇଥଲେ ସୁଦ୍ଧା ବଜାର ଦରରେ ଖାଉଟିଙ୍କୁ ଏ ଯାଏ ତା’ର...
୧୫ ଦିନରେ ହେବ କ୍ଲେମ୍ ସେଟେଲମେଣ୍ଟ, ବ୍ୟାଙ୍କଗୁଡିକ ପାଇଁ ଆର୍ବିଆଇର ନୂଆ ନିୟମ
Published On
By The Sakala
ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ‘କ୍ଲେମ୍ ସେଟେଲ୍ମେଣ୍ଟ’ର ସଂଶୋଧିତ ନିୟମ ଜାରି କରିଛି। ନୂଆ ନିୟମରେ ବ୍ୟାଙ୍କୁଗୁଡିକୁ ନିଜମ ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଲକର୍ କ୍ଲେମ (ଦାବି)କୁ ୧୫ ଦିନ ମଧ୍ୟରେ ସେଟଲ (ଫଇସାଲ) କରିବାକୁ ହେବ। ଯଦି ଏଥିରେ ବିଳମ୍ବ ହୁଏ ତେବେ ବ୍ୟାଙ୍କଗୁଡିକୁ ମୃତକଙ୍କ ନୋମିନିଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ। କେନ୍ଦ୍ରୀୟ ବ୍ୟାଙ୍କର ନୂଆ ମାର୍ଗଦର୍ଶିକାରେ ବ୍ୟାଙ୍କଗୁଡିକର ଅଲଗା ଅଲଗା ସେଟେଲମେଣ୍ଟ ନିୟମ ସମାନ ହୋଇଯିବ। ଏହା ଦ୍ବାରା […]
ଅର୍ଥନୀତିକୁ ଅଡୁଆ ଟ୍ରମ୍ପ ନୀତି : ୬ ଦିନରେ ବୁଡ଼ିଲା ୧୬ ଲକ୍ଷ କୋଟି
Published On
By The Sakala
ନୂଆଦିଲ୍ଲୀ : ଦ୍ବିତୀୟ ଥର ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଚାଲିଛନ୍ତି। କେତେବେଳେ ଚଢ଼ା ଶୁଳ୍କ ଲଗାଉଛନ୍ତି ତ, ଆଉ କେବେ ଭିସା ଦେୟକୁ ଅଚାନକ ବୃଦ୍ଧି କରି କମ୍ପାନୀ ଏବଂ ନିବେଶକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି। ତାଙ୍କର ଏଭଳି ନିିଷ୍ପତ୍ତି ଯୋଗୁଁ ବିଶ୍ବ ଅର୍ଥନୀତି ଅସ୍ଥିର ହୋଇପଡ଼ିଛି। ଭାରତୀୟ ସେୟାର ବଜାର ମଧ୍ୟ ଏଥିରେ ଭୀଷଣ ପ୍ରଭାବିତ ହେଉଛି। ଏଚ୍-୧ବି ଭିସା ଦେୟ […]
ସୁନା ବଜାରରେ ନିଆଁ : ୯ ମାସରେ ୩୭ହଜାର ମହଙ୍ଗା
Published On
By The Sakala
ନୂଆଦିଲ୍ଲୀ : ଭାରତରେ ସୁନା ଏବଂ ରୁପା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦିନକୁ ଦିନ ଏହାର ଦାମ ରେକର୍ଡ ଭାଙ୍ଗି ଚାଲିଛି। ୧୦ ଗ୍ରାମ ପିଛା ୨୪ କ୍ୟାରଟ ସୁନା ମୂଲ୍ୟ ଶନିବାର ୧, ୧୩, ୨୬୨ ଟଙ୍କାରେ ପହଞ୍ଚି ଯାଇଛି। ଏହା ଗତ ୨୦ ତାରିଖରେ ୧, ୦୯, ୭୭୫ ଟଙ୍କା ଥିଲା। ଅର୍ଥାତ୍ ଚଳିତ ସପ୍ତାହରେ ସୁନା ମୂଲ୍ୟ ୩,୪୮୭ ଟଙ୍କା ବୃଦ୍ଧି ପାଇଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ […]
ବ୍ୟାଙ୍କ ହାତ ଖାଲି; ଋଣ ଦେବାକୁ ନାହିଁ ଟଙ୍କା, ନଗଦ ସଙ୍କଟ…
Published On
By The Sakala
ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ପ୍ରତି ବଡ଼ ନଗଦ ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେଉଛି। ଆୟକର ଏବଂ ଜିଏସ୍ଟି ଦେୟ ଯୋଗୁଁ ସେପ୍ଟେମ୍ବରରେ ନଗଦ ପରିମାଣ ୭୦ ବିଲିୟନ ଟଙ୍କା ଯାଏ ହ୍ରାସ ପାଇଛି। ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ସରକାରୀ ଖର୍ଚ୍ଚ ଜରିଆରେ ଏହି ଅଭାବକୁ ପୂରଣ କରାଯାଇପାରିବ। ଆର୍ବିଆଇ ନିୟମ ଅନୁଯାୟୀ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଜମାର କିଛି ଅଂଶ ନଗଦ ଆକାରରେ ରେ ରଖିବାକୁ ପଡିଥାଏ। ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ନଗଦ ଅଭାବ ସମସ୍ୟା ଦେଇ […]
ଚାଇନା ଆଣିବ ‘କେ’ ଭିସା, ଜାଣନ୍ତୁ ଏହାର ବିଶେଷତ୍ୱ …
Published On
By The Sakala
ବେଜିଂ: ଆମେରିକାକୁ ବିଶ୍ୱସ୍ତରୀୟ ପ୍ରତିଭାକୁ ଆକର୍ଷିତ କରିବା ପାଇଁ ଏକ ଚୁମ୍ବକ ଭାବରେ ବିବେଚନା କରାଯାଏ। ସାରା ବିଶ୍ୱରୁ ବିଦେଶୀ ବୃତ୍ତିଧାରୀମାନେ ଚାକିରି ପାଇଁ ଆମେରିକା ଯାତ୍ରା କରିଥାନ୍ତି। ଏଚ୍-୧ବି ଭିସା ଦେଶରେ ସେମାନଙ୍କର ପ୍ରବେଶକୁ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ହେଲେ ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଚ୍-୧ବି ଭିସା ଆବେଦନ କରିବା ପାଇଁ ପ୍ରାୟ ୮୮ ଲକ୍ଷ ଟଙ୍କାର ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ବୋଲି ଘୋଷଣା କରିଛନ୍ତି। ଏଭଳି […]
RBI ର ନୂଆ ଗାଇଡ୍ଲାଇନ୍: କ୍ରେଡିଟ୍ କାର୍ଡରେ ଦେଇହେବନି ଘର ଭଡ଼ା, ସେବା ବନ୍ଦ କଲା ରେଣ୍ଟ ପେମେଣ୍ଟ ଆପ୍ସ
Published On
By The Sakala
ନୂଆଦିଲ୍ଲୀ: ଯଦି ଆପଣ ଫୋନ୍ ପେ’, ପେଟିଏମ୍, କ୍ରେଡ୍ ଏବଂ ଆମାଜନ୍ ପେ’ ଭଳି ମୋବାଇଲ୍ ଆପ୍ ବ୍ୟବହାର କରି ଘର ଭଡା ଦେଉଥାନ୍ତି, ତେବେ ଆଗକୁ ଆଉ ଏହା କରିପାରିବେନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପେମେଣ୍ଟ ସେବା ସହିତ ଜଡିତ ଏକ ନୂତନ ନିୟମ ଲାଗୁ କରିଛି। ନୂତନ ନିୟମ ଅନୁଯାୟୀ, ଫିନ୍ଟେକ୍ ପ୍ଲାଟଫର୍ମଗୁଡ଼ିକ ସେମାନଙ୍କର ଆପ୍ସରେ କ୍ରେଡିଟ୍ କାର୍ଡ ଭଡା ପେମେଣ୍ଟ ବା ଦେୟ ସେବା ବନ୍ଦ କରିଦେଇଛନ୍ତି। ଆର୍ବିଆଇ ଭଡା ସେବା […]
ବ୍ୟାଙ୍କଙ୍କୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ; ସର୍ବନିମ୍ନ ବାଲାନ୍ସ ,ଡେବିଟ୍ କାର୍ଡ, ଲେଟ୍ ପେମେଣ୍ଟ ଫି’ କମାଅ …
Published On
By The Sakala
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗ୍ରାହକମାନଙ୍କଠାରୁ ଆଦାୟ କରାଯାଉଥିବା କିଛି ଫି’ ହ୍ରାସ କରିବାକୁ ଯାଉଛି। ଏ ନେଇ ଆର୍ବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏଥିରେ ଡେବିଟ୍ କାର୍ଡ ପାଇଁ ଶୁଳ୍କ, ବିଳମ୍ବ ପେମେଣ୍ଟ ଏବଂ ସର୍ବନିମ୍ନ ବାଲାନ୍ସ ଭଳି କେତେକ କ୍ଷେତ୍ରରେ ବ୍ୟାଙ୍କ ନେଉଥିବା ଫି’ ହ୍ରାସ କରିବାକୁ ରିଜର୍ଭ ବ୍ୟାଙ୍କ କହିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପ ବ୍ୟାଙ୍କଗୁଡ଼ିକର ରାଜସ୍ୱକୁ ମଧ୍ୟ ପ୍ରଭାବିତ କରିପାରେ। ବ୍ୟାଙ୍କଗୁଡ଼ିକ ଖୁଚୁରା ଋଣ ଉପରେ ଅଧିକ […]
ପୁଣି ଝଟ୍କା ଦେଲା ଆମେରିକା : ଚାବାହାର ବନ୍ଦର ବ୍ୟବହାର କରିପାରିବନି ଭାରତ
Published On
By The Sakala
ୱାଶିଂଟନ : ଟାରିଫ୍ ପରେ ଆମେରିକା ଭାରତକୁ ଆଉ ଏକ ବଡ଼ ଝଟ୍କା ଦେଇଛି। ଏହି ଝଟ୍କା ଇରାନର ଚାବାହାର ବନ୍ଦର ଜରିଆରେ ଭାରତକୁ ଲାଗିଛି। କାରଣ ଆମେରିକା ଚାବାହାର ବନ୍ଦର ଉପରେ ଛାଡ଼ କରିଥବା ପ୍ରତିବନ୍ଧକ ଏବେ ପ୍ରତ୍ୟାହାର କରିନେଇ ନୂଆ କଟକଣା ଲାଗୁ କରିଛି। ଫଳସ୍ୱରୂପ, ଚାବାହାର ବନ୍ଦର ପରିଚାଳନା କରୁଥିବା ଯେ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ ଆମେରିକାର ପ୍ରତିବନ୍ଧକ ଅଧୀନରେ ରହିବେ। ଏହାକୁ ଭାରତ ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି। […]
ଧନତେରସ୍ ଓ ଦୀପାବଳିରେ ସୁନା ୧.୨୫ ଲକ୍ଷ ଟଙ୍କା ଛୁଇଁବ
Published On
By The Sakala
ନୂଆଦିଲ୍ଲୀ: ଦିନକୁ ଦିନ ସୁନା ଦର ଆକାଶ ଛୁଆଁ। ୨୦୨୫ର ଚଳିତ ମାସରେ ସୁନା ମୂଲ୍ୟରେ ହେଉଥିବା ବୃଦ୍ଧି ଗତି ଅନ୍ୟ କୌଣସି ମାସ ତୁଳନାରେ ଅଭୂତପୂର୍ବ ରହିଛି। ଇତି ମଧ୍ୟରେ ମାସର ଅଧା ସମୟ ବିତିଗଲାଣି। ଯାଇଛି। ସ୍ପଟ୍ ବଜାରରେ ସୁନା ମୂଲ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ରୂପା ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଉପରକୁ ଉଠିଛି। ଏଭଳି ସମୟରେ ଆଶା କରାଯାଉଛି ଯେ ମାସର ଦ୍ୱିତୀୟାର୍ଦ୍ଧରେ ସୁନା ମୂଲ୍ୟରେ […]