ମନୋରଞ୍ଜନ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବାତିଲ ହେଲା ଶାହରୁଖ ଖାନଙ୍କ 'କିଙ୍ଗ'ର ଦୁବାଇ ଶୁଟିଂ, ମୁମ୍ବାଇରେ ପ୍ରସ୍ତୁତ ହେଉଛି ମରୁଭୂମି ସେଟ୍
ରାମ ଚରଣଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଭେଟି: ରିଲିଜ୍ ହେଲା 'ପେଡ୍ଡି'ର ଦମଦାର୍ ଟିଜର, ଏହି ଦିନ ରିଲିଜ୍ ହେବ ଫିଲ୍ମ
ଯୁଦ୍ଧ ଯୋଗୁଁ ବଲିଉଡ୍ ପ୍ରଭାବିତ: ଅକ୍ଷୟ କୁମାର କହିଲେ 'ସମସ୍ତଙ୍କ ବ୍ୟବସାୟ ଚୌପଟ୍'
ଗୁପ୍ତ ବିବାହ କଲେ ର‍୍ୟାପର ବାଦଶାହ! ଗର୍ଲଫ୍ରେଣ୍ଡ ଈଶା ରିଖିଙ୍କ ସହ ଫଟୋ ଭାଇରାଲ
ବଲିଉଡରେ ଚର୍ଚ୍ଚା: ପ୍ରେମିକା ଗୌରୀ ସ୍ପ୍ରାଟଙ୍କୁ ବିରଳ ହୀରା ମୁଦି ଉପହାର ଦେଲେ ଆମିର ଖାନ, ନିର୍ବନ୍ଧ ନେଇ ଉଠିଲା ଗୁଜବ
‘ଧୁରନ୍ଧର ୨’ରେ ଅକ୍ଷୟ ଖାନ୍ନାଙ୍କୁ ମିସ୍ କଲେ ସୌମ୍ୟା ଟଣ୍ଡନ୍, କହିଲେ- ‘ରେହମାନ ଡକାୟତଙ୍କ ଶେଷକୃତ୍ୟ ଦୃଶ୍ୟ ଥିଲା ବହୁତ କଷ୍ଟକର’

ଜୀବନଚର୍ଯ୍ୟା

ବାରମ୍ବାର ମିଠା କିମ୍ବା ଲୁଣିଆ ଖାଇବାକୁ ଇଚ୍ଛା ହେଉଛି କି? ଜାଣନ୍ତୁ ଖାଦ୍ୟ କ୍ରେଭିଙ୍ଗ୍ସର କାରଣ ଏବଂ ନିୟନ୍ତ୍ରଣ ଉପାୟ
ପ୍ରତିଦିନ ଖାଆନ୍ତୁ ଗୋଟିଏ କୋଲା ରସୁଣ: ହଜମ ପ୍ରକ୍ରିୟାରୁ ନେଇ ହୃତ୍‌ପିଣ୍ଡ ପର୍ଯ୍ୟନ୍ତ, ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଫାଇଦା
ଚମକୁଥିବା ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଚନ୍ଦନ ଫେସ୍ ପ୍ୟାକ୍, ଜାଣନ୍ତୁ ଏହାର ଫାଇଦା ଏବଂ ପ୍ରସ୍ତୁତି ପ୍ରଣାଳୀ
ସ୍ୱପ୍ନ ଶାସ୍ତ୍ର: ଏହି ୪ଟି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ, ନଚେତ୍ ହୋଇପାରେ ବଡ଼ କ୍ଷତି !
ସକାଳେ ଉଠିବା ମାତ୍ରେ କରନ୍ତୁ ନାହିଁ ଏହି ୩ଟି ଭୁଲ୍, ଅଟକି ଯାଇପାରେ ଆପଣଙ୍କ ଉନ୍ନତି
କୋରିଆନ୍ ଗ୍ଲାସ୍ ସ୍କିନ୍ ପାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ଚେହେରା ଚମକିବ ଆଇନା ପରି

ଅନୁଗୁଳ

ଅନୁଗୁଳ ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଜଳଖିଆ ଦୋକାନ

ଅନୁଗୁଳ ଜିଲ୍ଲା ବନ୍ତଳା ଛକରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ଜଳଖିଆ ଦୋକାନ ଜଳିଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଦୋକାନରେ ଜଳଖିଆ ରୋଷେଇ ଚାଲିଥିବା ସମୟରେ ଅକସ୍ମାତ ନିଆଁ ଲାଗିଯାଇଥିଲା। ଅଳ୍ପ ସମୟ ମଧ୍ୟରେ ନିଆଁ ତୀବ୍ର ହୋଇ ସମଗ୍ର ଦୋକାନକୁ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ...
ଓଡ଼ିଶା  ଅନୁଗୁଳ 

ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା: ଭୋଜି ଖାଇ ଫେରୁଥିଲେ, ଟ୍ରକ୍ ପଛରେ ପିଟିହେଲା କାର୍; ୨ ମୃତ, ଜଣେ ଗୁରୁତର

ଅନୁଗୋଳ: ଖୁସିରେ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ। ଅନୁଗୋଳ ଜାତୀୟ ରାଜପଥ ୫୫ ମରାତିରା ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର୍ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରକ ପଛରେ ଜୋରଦାର ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ...
ଓଡ଼ିଶା  ଅନୁଗୁଳ 

ରାତିରେ ଖାଇ ଶୋଇଥିଲେ, ସକାଳେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ...

ଅନୁଗୁଳ: ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ଅକାଳ ବିୟୋଗ ଘଟିଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଅସନବଣି ଗାଁରେ ଏହି ଅଘଟଣ ଘଟିଥିବା ବେଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମା’ ଏବଂ ତାଙ୍କର ଦୁଇ ପୁଅ ରହିଛନ୍ତି। ସମସ୍ତେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ...
ଓଡ଼ିଶା  ବଡ ଖବର  ଅନୁଗୁଳ  ଢେଙ୍କାନାଳ 

ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ବୀଭତ୍ସଭାବେ ହତ୍ୟା କଲା ନୃଶଂସ ସ୍ୱାମୀ

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ବୀଭତ୍ସଭାବେ ହତ୍ୟା କଲା ନୃଶଂସ ସ୍ୱାମୀ । ଅନୁଗୁଳ ଥାନା ତୁରଙ୍ଗ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ମିନାକ୍ଷୀ ସାହୁ । ସ୍ୱାମୀ ସିଦ୍ଧାନ୍ତ ସାହୁ ଓ ମିନାକ୍ଷୀ ଭଞ୍ଜ ପ୍ରେମ ବିବାହ କରିଥିଲେ । ବିବାହ ପରେ କୌଣସି କାରଣକୁ...
ଓଡ଼ିଶା  ବଡ ଖବର  ଅନୁଗୁଳ 

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଅଟୋ କାର ମୁହାଁମୁହିଁ ଧକ୍କା, ୩ ମୃତ୍ୟୁ, ୩ ଗୁରୁତର

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ କାର ମୁହାମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତୁୃ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତର ମାନେ ହେଲେ ସୁନିତା ସେଠି (୩୦), ପୁଅ ଶ୍ରୀ ସାଇ ସେଠି (୧୨),ବିଶ୍ୱଜିତ୍। ମିଳିଥିବା ସୂଚନା ଅନୁସାରେ ବାଲିମି ଥାନା […]
ଓଡ଼ିଶା  ଅନୁଗୁଳ 

ପୁଅର ମାଡ଼ରେ ମାର ମୃତ୍ୟୁ, ଅଭିଯୁକ୍ତ ଅଟକ

ଅନୁଗୁଳ: ଜନ୍ମ କଲା ମା’କୁ ହତ୍ୟା କଲା ପୁଅ। ମା’କୁ ପିଟି ପିଟି ମାରିଦେଇଥିଲା। ହତ୍ୟାକାରୀ ପୁଅକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି। ଅନୁଗୁଳ ଜିଲାର ଜରାପଡ଼ା ଥାନା ଅନ୍ତର୍ଗତ ପରାଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମା’କୁ ପିଟି ପିଟି ପୁଅ ମାରିଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାରଚରା […]
ଓଡ଼ିଶା  ଅନୁଗୁଳ 

ଓଲଟିଲା ପିକ୍‌ଅପ୍‌: ୩୦ ଆହତ, ୪ ଗୁରୁତର

ତେଲକୋଇ: ପିକଅପ ଭ୍ୟାନ ଓଲଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୦ଜଣ ଗୁରୁତର ଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ ଭାବରେ ଡାଲା ଅଟୋରେ ୫୦ଜଣ ଯାତ୍ରୀ ପାଲଲହଡ଼ା ରଡ଼ଗାଁରୁ ତଳଜାଗର ବନ୍ଧୁ ଘରକୁ ଯାଉଥିଲେ। ବାଂଶପାଳ ଆଇଟିଆଇ ଛକରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା। ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି।
ଓଡ଼ିଶା  ଅନୁଗୁଳ 

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ

ଅନୁଗୁଳ : ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକଙ୍କୁ ଧରିଛି ଭିଜିଲାନ୍ସ। କେନ୍ଦୁପାଟି ଗାଁର ଚରଣ ନାୟକଙ୍କ ଠାରୁ ଜମିବାଡ଼ି ଭାଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ ସତ୍ୟପ୍ରିୟ ନାୟକ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି।
ଓଡ଼ିଶା  ଅନୁଗୁଳ 

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ନାଲକୋନଗର ଥାନା ନାଲୋକର ଇଲେକ୍ଟ୍ରିକାଳ ଇଂଜିନିୟର ସନ୍ଦୀପ ପ୍ରେବୋଧ କେର୍କେଟା ନିଜ ସ୍ତ୍ରୀ ନିଲମ ସୁଚିତା କୁଜୁରୁକୁ ନିର୍ଯାତନା ଦେଇ ହତ୍ୟା କରିଥିଲେ। ଗତ ୧୯/୦୮/୨୦୨୩ ରେ ହୋଇଥିଲା ହତ୍ୟାକାଣ୍ଡ । ୨୧ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ସନ୍ଦିପଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ପେସିଆଲ ଜଜ (ଭିଜିଲାନ୍ସ ) ।
ଓଡ଼ିଶା  ଅନୁଗୁଳ 

ଡ୍ରେସ ଶୋ’ ରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଅନୁଗୁଳ: ଅନୁଗୁଳ ବଜାରଛକ ସ୍ଥିତ ଏକ ଡ୍ରେସ ଶୋ’ ରୁମରେ ଆଜି ନିଆଁ ଲାଗି ଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ମାତ୍ରେ ଶୋ’ ରୁମରେ ଥିବା କର୍ମଚାରୀ ମାନେ ଭୟରେ ବାହାରକୁ ଚାଲି ଆସିଥିଲେ। ଫଳରେ କେହି ମୃତାହତ ହୋଇ ନ ଥିବା ବେଳେ ଲକ୍ଷାଧିକ ଟଙ୍କାର […]
ଓଡ଼ିଶା  ଅନୁଗୁଳ 

ବାଇକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମାଆ ଓ ପୁଅଙ୍କ ଜୀବନ…

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ ୫୫ ନମ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଚାଲିଗଲା ମାଆ ଓ ୩ ବର୍ଷ ପୁଅର ଜୀବନ। ବାପାଙ୍କ ସହ ବାଇକରେ ଯାଉଥିବାବେଳେ ଏକ କୋଇଲା ବୋଝେଇ ଟ୍ରକ ନୁଆଁହତା ଓଭରବ୍ରିଜ ତଳେ  ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି।
ଓଡ଼ିଶା  ଅନୁଗୁଳ 

ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ। ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌ର ଏକ ଯନ୍ତ୍ରାଂଶ ଫାଟି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ସଠିକ କାରଣ ଏବେ ଅସ୍ପଷ୍ଟ ରହିଛି। ତେବେ ବିସ୍ଫୋରଣରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନି।
ଅନୁଗୁଳ