ଦେଶ- ବିଦେଶ

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ: ୬୯ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ମାନିଲା, ଫିଲିପାଇନ୍ସ: କେନ୍ଦ୍ରୀୟ ଫିଲିପାଇନ୍ସରେ ସୋମବାର ବିଳମ୍ବିତ ରାତିରେ ଅନୁଭୂତ ହୋଇଥିବା ଏକ ଶକ୍ତିଶାଳୀ ୬.୯ ତୀବ୍ରତାର ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ସହ ବର୍ତ୍ତମାନ ସୁଦ୍ଧା ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବହୁ ଲୋକ ଭୁଶୁଡ଼ି ପଡ଼ିଥିବା...
ଦେଶ- ବିଦେଶ 

ଆତଙ୍କୀ ଆତ୍ମଘାତୀ ବିସ୍ଫୋରଣରେ ଥରିଲା କ୍ୱେଟ୍ଟା: ୧୦ ମୃତ, ୩୫ରୁ ଅଧିକ ଆହତ

କ୍ୱେଟ୍ଟା, ପାକିସ୍ତାନ (ବାଲୁଚିସ୍ତାନ) - ପାକିସ୍ତାନର ଅସ୍ଥିରତାପୂର୍ଣ୍ଣ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟ୍ଟାରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଆକ୍ରମଣକାରୀ...
ଦେଶ- ବିଦେଶ 

କାନାଡ଼ାରେ ଲରେନ୍ସର ଖେଳ ଖତମ୍; ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଙ୍କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲେ କାନାଡ଼ା ସରକାର

ଓଟାୱା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଙ୍କୁ କାନାଡ଼ା ସରକାର ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି। କାନାଡ଼ାର ଜନ ସୁରକ୍ଷା ମନ୍ତ୍ରୀ ଗ୍ୟାରି ଅନନ୍ଦସଙ୍ଗରୀ ଏହି ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗ କେବଳ  ଭାରତ ନୁହେଁ, କାନାଡ଼ା ବ୍ୟତୀତ ଅନ୍ୟ ରାଷ୍ଟ୍ରରେ ମଧ୍ୟ ହତ୍ୟା, ବଟି ଆଦାୟ, ଅସ୍ତ୍ରଶସ୍ତ୍ର କାରବାର ଏବଂ ନିଶାଦ୍ରବ୍ୟ ଚାଲାଣରେ ସମ୍ପୃକ୍ତ ରହିଛି। ଗ୍ୟାରି...
ଦେଶ- ବିଦେଶ 

ଟଙ୍କା ପାଇଁ ବିବାହରେ ଫାଟ; ଛାଡ଼ପତ୍ର ପାଇଁ ୪୨ ପ୍ରତିଶତ ପୁରୁଷ ନେଇଛନ୍ତି ଋଣ...

ମୁମ୍ବଇ:ଭାରତରେ ଦାମ୍ପତ୍ୟ ଜୀବନ କଳହପୂର୍ଣ୍ଣ ହେବାରେ ଲାଗିଛି। ଏଥିଯୋଗୁଁ ଦିନକୁ ଦିନ ଛାଡ଼ପତ୍ର ମାମଲା ବଢ଼ି ଚାଲିଛି। ଏହା କାରଣ ଜାଣିବା ଏକ ଆର୍ଥିକ ପରାମର୍ଶଦାତା କମ୍ପାନୀ କରିଥିବା ସର୍ଭେରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ବିବାହ ପରେ ୪୨ ପ୍ରତିଶତ ପୁରୁଷ ଛାଡ଼ପତ୍ର ସମ୍ବନ୍ଧିତ ଖର୍ଚ୍ଚ ପାଇଁ ଋଣ ନେଇଛନ୍ତି।...
ଦେଶ- ବିଦେଶ  ବଡ ଖବର 

ପୁଣି ଭାରତକୁ ଟ୍ରମ୍ପ ଝଟ୍‌କା: ବ୍ରାଣ୍ଡେଡ୍‌ ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍‌…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଉପରକୁ ଆଉ ଏକ ଶୁଳ୍କ ବୋମା ଛାଡିଛନ୍ତି। ଏଥର ‌ ଔଷଧ, ଫର୍ଣ୍ଣିଚର ଏବଂ ରୋଷେଇ କ୍ୟାବିନେଟ୍ ଉତ୍ପାଦ ଉପରେ ଭାରୀ ଟାରିଫ୍ ଘୋଷଣା କରିଛନ୍ତି। ଫର୍ଣ୍ଣିଚର, ଔଷଧ ସାମଗ୍ରୀ, ରୋଷେଇ କ୍ୟାବିନେଟ୍ ଏବଂ ବିଦେଶରୁ ଆମଦାନି ହେଉଥିବା ଭାରୀ ଟ୍ରକ୍ ଉପରେ ସେ ଏହି ଶୁଳ୍କ ଳଗାଇଛନ୍ତି। ଭାରତରୁ ଆସୁଥିବା ବ୍ରାଣ୍ଡେଡ୍‌ ଔଷଧ ସାମଗ୍ରୀ ଉପରେ ଶତ ପ୍ରତିଶତ ଟାରିଫ୍‌ ଲଗାଇଥିବା ବେଳେ କିଚେନ୍‌ କ୍ୟାବିନେଟ୍‌ରେ ୫୦%, […]
ଦେଶ- ବିଦେଶ  ବଡ ଖବର 

ଗାଜା ଯୁଦ୍ଧ ବନ୍ଦ କଲେ ଯାଇ ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର: ମାକ୍ରନ

ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ବ୍ୟାକୁଳତା ବୃଦ୍ଧି ପାଉଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌‌ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ଟ୍ରମ୍ପ ଯଦି ଗାଜାରେ ଇସ୍ରାଏଲ ଓ ପାଲେଷ୍ଟାଇନ୍‌‌ ମଧ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବେ, ତେବେ ଯାଇ ତାଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ସେ କହିଛନ୍ତି। ପୂର୍ବରୁ ଟ୍ରମ୍ପ କହିଥିଲେ...
ଦେଶ- ବିଦେଶ  ବଡ ଖବର 

ରୁଷ୍‌‌ ବିମାନକୁ ଗୁଳିକରି ଖସାଅ: ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଁସ୍କିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଯଦି ରୁଷିଆର କୌଣସି ବିମାନ ନାଟୋ ସଂଗଠନରେ ସାମିଲ ହୋଇଥିବା ଦେଶଗୁଡିକର ବାୟୁସୀମା ଦେଇ ଗତି କରେ କିମ୍ବା ଏହାର ଉଲ୍ଲଂଘନ କରେ, ତେବେ ତାହାକୁ ମାରି ଖସାଇବାକୁ ସେ ଏହି ଅବସରରେ କହିଛନ୍ତି। କେବଳ ସେତିକି ନୁହଁ, ରୁଷିଆ କବ୍‌‌ଜା କରିଥିବା ସବୁ ଅଞ୍ଚଳକୁ ୟୁକ୍ରେନ ଫେରି ପାଇପାରିବ ବୋଲି ସେ ଜେଲଁସ୍କିଙ୍କୁ […]
ଦେଶ- ବିଦେଶ  ବଡ ଖବର 

ଦୀପାବଳି ପୂର୍ବରୁ ବଡ଼ ଘୋଷଣା : ୧୧ ଲକ୍ଷ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍

ନୂଆଦିଲ୍ଲୀ : ପାର୍ବଣ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି। ଏଥି ସହିତ କ୍ୟାବିନେଟ ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ପ୍ରତିବର୍ଷ ପରି ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ପ୍ରଦାନ କରିବାକୁ କେନ୍ଦ୍ର କ୍ୟାବିନେଟ୍ ସହମତି ପ୍ରକାଶ କରିଛି। ସରକାର ୧୦.୯୧ ଲକ୍ଷ […]
ଦେଶ- ବିଦେଶ  ବଡ ଖବର 

ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଦିଲ୍ଲୀ ଆସିଲେ ଆଫଗାନ ବାଳକ

କାବୁଲ/ନୂଆଦିଲ୍ଲୀ: ଆଫଗାନିସ୍ତାନର ଜଣେ ୧୩ ବର୍ଷୀୟ ବାଳକ ଅଜବ କାଣ୍ଡ ଘଟାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତ ଆସିବାରେ ସଫଳ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ସେପ୍ଟେମ୍ବର ୨୧ ଅର୍ଥାତ ରବିବାର ଏହି ଘଟଣା ଘଟିଛି। କାବୁଲର ହାମିଦ କରଯାୟୀ ବିମାନ ବନ୍ଦରରେ ଭାରତୀୟ ସମୟ ସକାଳ ୮.୪୬ରେ କେଏଏମ୍‌‌ ଏୟାରଲାଇନ୍ସର ଫ୍ଲାଇଟ୍‌‌ ଆରକ୍ୟୁ-୪୪୦୧ ଟେକ୍‌‌ଅଫ୍‌‌ କରିଥିଲା ଓ […]
ଦେଶ- ବିଦେଶ  ବଡ ଖବର 

ଭୀଷଣ ବର୍ଷାରେ କୋଲକାତା ଠପ୍; ବିଦ୍ୟୁତ୍‌ ଆଘାତରେ ୧୦ ମୃତ, ୧୦୦ ବିମାନ ବାତିଲ…

ନୂଆଦିଲ୍ଲୀ: କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ମୂଶଳଧାରାରେ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ଅଚଳ ହୋଇପଡ଼ିଛି। ରାସ୍ତା ଉପରେ ତିନି ଫୁଟ ଉଚ୍ଚ ପାଣି ଚାଲିଛି। ଗତ ୩୯ ବର୍ଷରେ ଏଭଳି ବର୍ଷା ହୋଇନଥିବା କୁହାଯାଉଛି। ବର୍ଷା ଯୋଗୁଁ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ପ୍ରବଳ ବର୍ଷା ସହିତ ବିମାନବନ୍ଦରରେ ପାଣି ପଶିବା ଯୋଗୁଁ ଅତିକମରେ ଶହେରୁ ଅଧିକ ବିମାନ ସେବାକୁ ବାତିଲ କରାଯାଇଛି। ପ୍ରବଳ ବର୍ଷା […]
ଦେଶ- ବିଦେଶ  ବଡ ଖବର 

ଆଜିଠାରୁ ନୂଆ ଜିଏସ୍‌ଟି ହାର; ବଢ଼ିବ ପାନମସଲା, ସିଗାରେଟ, ଦାମୀ ମଦ, କୋଇଲା

ନୂଆଦିଲ୍ଲୀ: ସୋମବାରଠାରୁ ସାରାଦେଶରେ ଲାଗୁ ହେବାକୁ ଯାଉଛି ନୂଆ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ହାର। ୪ଟି ସ୍ଲାବ୍ ବଦଳରେ ସଂଶୋଧିତ ଜିଏସ୍‌ଟି ବ୍ୟବସ୍ଥାକୁ କେବଳ ଦୁଇଟି ସ୍ଲାବ୍‌ ୫% ଏବଂ ୧୮% ରେ ସୀମିତ ରଖାଯାଇଛି। ଏହା ଅଧୀନରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ରଖାଯାଇଛି। ଫଳରେ ଆସନ୍ତାକାଲି ଠାରୁ ପନିର, ଘିଅ, ସାବୁନ, ସାମ୍ପୁ ଠାରୁ ଆରମ୍ଭ କରି ସିମେଣ୍ଟ, ଏସି ଏବଂ ଛୋଟ କାର ଶସ୍ତା ହେବ। ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରେ […]
ଦେଶ- ବିଦେଶ  ବଡ ଖବର 

୨୬ରେ ଅବସର ନେବ ଭାରତୀୟ ବାୟୁସେନାର ‘ମିଗ୍‌‌-୨୧’ ଲଢ଼ୁଆ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ମେରୁଦଣ୍ଡ ବିବେଚିତ ହେଉଥିବା ମିଗ୍‌‌-୨୧ ଲଢ଼ୁଆ ବିମାନ ଆସନ୍ତା ୨୬ ତାରିଖରେ ଆନୁଷ୍ଠାନିକ ଭାବେ ଅବସର ନେବ। ଦୀର୍ଘ ୬୨ ବର୍ଷ ହେବେ ଏହି ବିମାନ ବାୟୁସେନାର ନିରନ୍ତର ଭାବେ ସେବା କରିଆସୁଥିଲା। ଏହି ବିମାନ ୧୯୬୫ ଭାରତ- ପାକିସ୍ତାନ ଯୁଦ୍ଧ, ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମ, ଭାରତ- ପାକିସ୍ତାନ କାରଗିଲ ଯୁଦ୍ଧ ଓ ବହୁ ମିଶନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଏବେ ମିଗ୍‌‌-୨୧ ସ୍ଥାନରେ ତେଜସ ଏଲଏସି ମାର୍କ […]
ଦେଶ- ବିଦେଶ  ବଡ ଖବର