ଆଇପିଏଲ୍ ୨୦୨୬: ଆଜି ସିଏସକେ-ଆରଆର ମହାଲଢ଼େଇ; ପୁରୁଣା ଦଳ ବିପକ୍ଷରେ ଓହ୍ଲାଇବେ ସଞ୍ଜୁ ଓ ଜାଡେଜା, ଖେଳିବେନି ଧୋନି

Suryakanta Picture
Published On

ଆଇପିଏଲ୍ ୨୦୨୬ର ତୃତୀୟ ମୁକାବିଲାରେ ସୋମବାର ଚେନ୍ନାଇ ସୁପର କିଙ୍ଗସ (CSK) ଏବଂ ରାଜସ୍ଥାନ ରୟାଲ୍ସ (RR) ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗୁଆହାଟୀର ବର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଦଳ ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବେଶ୍ ଭାବପ୍ରବଣ ରହିବ। କାରଣ ଏହି ମ୍ୟାଚରେ ଅନେକ ବଡ଼ ଖେଳାଳି ନିଜ ପୁରୁଣା ଦଳ ବିପକ୍ଷରେ ଖେଳୁଥିବାର ନଜର ଆସିବେ।

ଆହୁରି ପଢ଼ନ୍ତୁ: "ମୋ ପାଖାପାଖି କୌଣସି ଭାରତୀୟ ବୋଲର ନାହାନ୍ତି": ଅଣଦେଖା ହେବା ନେଇ ମହମ୍ମଦ ଶାମିଙ୍କ ବଡ଼ ବୟାନ

ପୁରୁଣା ଦଳ ବିପକ୍ଷରେ ସଞ୍ଜୁ ଓ ଜାଡେଜା

ଏହି ମ୍ୟାଚ୍ ତାରକା ବ୍ୟାଟର ସଞ୍ଜୁ ସାମସନ୍ ଏବଂ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ବେଶ୍ ଖାସ୍ ହେବାକୁ ଯାଉଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ରାଜସ୍ଥାନ ରୟାଲ୍ସର ପରିଚୟ ପାଲଟିଥିବା ତଥା ଦଳର ପୂର୍ବତନ ଅଧିନାୟକ ସଞ୍ଜୁ ସାମସନ୍ ପ୍ରଥମ ଥର ପାଇଁ ନିଜ ପୁରୁଣା ଦଳ ବିପକ୍ଷରେ ଖେଳିବେ। ଆଇପିଏଲ୍ ଟ୍ରେଡିଂରେ ସଞ୍ଜୁ ସାମସନ୍ ଚେନ୍ନାଇ ଦଳରେ ସାମିଲ ହୋଇଥିବା ବେଳେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ରାଜସ୍ଥାନ ଦଳକୁ ଫେରିଛନ୍ତି। ତେଣୁ ଜାଡେଜା ମଧ୍ୟ ନିଜ ପୂର୍ବତନ ଦଳ ଚେନ୍ନାଇ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ। ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ସଞ୍ଜୁଙ୍କ ଉପରେ ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିବ।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ବିଜୟର ୧୫ ବର୍ଷ: ହିରୋରୁ କାହିଁକି ଘୃଣାର ପାତ୍ର ପାଲଟିଥିଲେ ଧୋନି? ଜାଣନ୍ତୁ କାରଣ

ଧୋନି ଆହତ, ଋତୁରାଜ ଓ ରିୟାନଙ୍କ ହାତରେ ନେତୃତ୍ୱ

ଆହତ ସମସ୍ୟା କାରଣରୁ ଲୋକପ୍ରିୟ ଖେଳାଳି ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍‌ର ପ୍ରଥମ ଦୁଇ ସପ୍ତାହରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଗୋଡ଼ର ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଦଳ ସହ ଗୁଆହାଟୀ ମଧ୍ୟ ଗସ୍ତ କରିନାହାନ୍ତି। ଧୋନିଙ୍କ ଅନୁପସ୍ଥିତିରେ ଚେନ୍ନାଇ ଅଧିନାୟକ ରୁତୁରାଜ ଗାଏକୱାଡ୍ ଏବଂ ସଞ୍ଜୁ ସାମସନ୍‌ଙ୍କ ଉପରେ ଦଳର ବଡ଼ ଦାୟିତ୍ୱ ରହିବ। ଧୋନିଙ୍କ ବଦଳରେ ସଞ୍ଜୁ ୱିକେଟ୍ କିପିଂ ଦାୟିତ୍ୱ ତୁଲାଇବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଉଛନ୍ତି ଯୁବ ଖେଳାଳି ରିୟାନ ପରାଗ। ନିଜ ଘରୋଇ ପଡ଼ିଆରେ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ବଡ଼ ପରୀକ୍ଷା ହେବ।

ଆହୁରି ପଢ଼ନ୍ତୁ: ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ପ୍ରତିଶ୍ରୁତି ରକ୍ଷା କରି ୱାଙ୍ଖେଡେ ଗ୍ରାଉଣ୍ଡଷ୍ଟାଫଙ୍କୁ କଲେ ପୁରସ୍କୃତ

ହେଡ୍-ଟୁ-ହେଡ୍ ରେକର୍ଡ

ଆଇପିଏଲ୍ ଇତିହାସରେ ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୧ଟି ମୁକାବିଲା ଖେଳାଯାଇଛି। ଏଥିମଧ୍ୟରୁ ସିଏସକେ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ରାଜସ୍ଥାନ ୧୫ଟି ମ୍ୟାଚ୍ ଜିତିଛି। ଗତ ଆଇପିଏଲ୍-୨୦୨୫ ସିଜିନରେ ଉଭୟ ଦଳର ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ଥିଲା। ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ଥିବା ଏହି ଦୁଇ ଦଳ ଚଳିତ ବର୍ଷ ଏକ ନୂଆ ତଥା ଶକ୍ତିଶାଳୀ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ।

30 Mar 2026 By Suryakanta

ଆଇପିଏଲ୍ ୨୦୨୬: ଆଜି ସିଏସକେ-ଆରଆର ମହାଲଢ଼େଇ; ପୁରୁଣା ଦଳ ବିପକ୍ଷରେ ଓହ୍ଲାଇବେ ସଞ୍ଜୁ ଓ ଜାଡେଜା, ଖେଳିବେନି ଧୋନି

ଆଇପିଏଲ୍ ୨୦୨୬ର ତୃତୀୟ ମୁକାବିଲାରେ ସୋମବାର ଚେନ୍ନାଇ ସୁପର କିଙ୍ଗସ (CSK) ଏବଂ ରାଜସ୍ଥାନ ରୟାଲ୍ସ (RR) ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗୁଆହାଟୀର ବର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଦଳ ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବେଶ୍ ଭାବପ୍ରବଣ ରହିବ। କାରଣ ଏହି ମ୍ୟାଚରେ ଅନେକ ବଡ଼ ଖେଳାଳି ନିଜ ପୁରୁଣା ଦଳ ବିପକ୍ଷରେ ଖେଳୁଥିବାର ନଜର ଆସିବେ।

ପୁରୁଣା ଦଳ ବିପକ୍ଷରେ ସଞ୍ଜୁ ଓ ଜାଡେଜା

ଏହି ମ୍ୟାଚ୍ ତାରକା ବ୍ୟାଟର ସଞ୍ଜୁ ସାମସନ୍ ଏବଂ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ବେଶ୍ ଖାସ୍ ହେବାକୁ ଯାଉଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ରାଜସ୍ଥାନ ରୟାଲ୍ସର ପରିଚୟ ପାଲଟିଥିବା ତଥା ଦଳର ପୂର୍ବତନ ଅଧିନାୟକ ସଞ୍ଜୁ ସାମସନ୍ ପ୍ରଥମ ଥର ପାଇଁ ନିଜ ପୁରୁଣା ଦଳ ବିପକ୍ଷରେ ଖେଳିବେ। ଆଇପିଏଲ୍ ଟ୍ରେଡିଂରେ ସଞ୍ଜୁ ସାମସନ୍ ଚେନ୍ନାଇ ଦଳରେ ସାମିଲ ହୋଇଥିବା ବେଳେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ରାଜସ୍ଥାନ ଦଳକୁ ଫେରିଛନ୍ତି। ତେଣୁ ଜାଡେଜା ମଧ୍ୟ ନିଜ ପୂର୍ବତନ ଦଳ ଚେନ୍ନାଇ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ। ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ସଞ୍ଜୁଙ୍କ ଉପରେ ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିବ।

ଧୋନି ଆହତ, ଋତୁରାଜ ଓ ରିୟାନଙ୍କ ହାତରେ ନେତୃତ୍ୱ

ଆହତ ସମସ୍ୟା କାରଣରୁ ଲୋକପ୍ରିୟ ଖେଳାଳି ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍‌ର ପ୍ରଥମ ଦୁଇ ସପ୍ତାହରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଗୋଡ଼ର ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଦଳ ସହ ଗୁଆହାଟୀ ମଧ୍ୟ ଗସ୍ତ କରିନାହାନ୍ତି। ଧୋନିଙ୍କ ଅନୁପସ୍ଥିତିରେ ଚେନ୍ନାଇ ଅଧିନାୟକ ରୁତୁରାଜ ଗାଏକୱାଡ୍ ଏବଂ ସଞ୍ଜୁ ସାମସନ୍‌ଙ୍କ ଉପରେ ଦଳର ବଡ଼ ଦାୟିତ୍ୱ ରହିବ। ଧୋନିଙ୍କ ବଦଳରେ ସଞ୍ଜୁ ୱିକେଟ୍ କିପିଂ ଦାୟିତ୍ୱ ତୁଲାଇବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଉଛନ୍ତି ଯୁବ ଖେଳାଳି ରିୟାନ ପରାଗ। ନିଜ ଘରୋଇ ପଡ଼ିଆରେ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ବଡ଼ ପରୀକ୍ଷା ହେବ।

ହେଡ୍-ଟୁ-ହେଡ୍ ରେକର୍ଡ

ଆଇପିଏଲ୍ ଇତିହାସରେ ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୧ଟି ମୁକାବିଲା ଖେଳାଯାଇଛି। ଏଥିମଧ୍ୟରୁ ସିଏସକେ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ରାଜସ୍ଥାନ ୧୫ଟି ମ୍ୟାଚ୍ ଜିତିଛି। ଗତ ଆଇପିଏଲ୍-୨୦୨୫ ସିଜିନରେ ଉଭୟ ଦଳର ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ଥିଲା। ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ଥିବା ଏହି ଦୁଇ ଦଳ ଚଳିତ ବର୍ଷ ଏକ ନୂଆ ତଥା ଶକ୍ତିଶାଳୀ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର