ଆଜିଠାରୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ମହାସମର: ଆମେରିକା ବିପକ୍ଷରୁ ଭାରତର ଅଭିଯାନ

Madhusudan Das Picture
Published On

ମୁମ୍ବଇ/କଲମ୍ବୋ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ) ଆନୁକୂଲ୍ୟରେ ପୁରୁଷ ଟି-୨୦ ବିଶ୍ୱକପ୍‌ ଭାରତ ଓ ଶ୍ରୀଲଙ୍କାରେ ଆଜିଠାରୁ ଆରମ୍ଭ ହୋଇଛି । ବାଂଲାଦେଶକୁ ବହିଷ୍କାର, ଭାରତ ସହ ମୁକାବିଲାକୁ ପାକିସ୍ତାନର ବୟକଟ୍‌ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ୧୦ମ ସଂସ୍କରଣ ଆରମ୍ଭ ହୋଇଛି । ପୂର୍ବପରି ୧୬ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଲିଗ୍‌ ଓ ନକ୍‌ଆଉଟ ଭିତ୍ତିରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଉଭୟ ଭାରତ ଓ ଶ୍ରୀଲଙ୍କାରେ ମିଳିତଭାବେ ଆୟୋଜିତ ହେଉଛି। ଆଇସିସିର ନୂଆ ରାଜିନାମା ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେଉଥିବାରୁ ପାକିସ୍ତାନ ତାହାର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାର କଲମ୍ବୋ ସହରରେ ଖେଳିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୫୫ଟି ମ୍ୟାଚ୍‌ ଉଭୟ ଦେଶରେ ଥିବା ୮ଟି ଭେନ୍ୟୁ ବା ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ସ୍ଥିର ହୋଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦ୍‌ରେ ମାର୍ଚ୍ଚ ୮ ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ପାକିସ୍ତାନ ଯଦି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରେ ତେବେ ଏହି ମୁକାବିଲା କଲମ୍ବୋରେ ଖେଳାଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି। 

ଆହୁରି ପଢ଼ନ୍ତୁ: ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ସୁଭଦ୍ରା ପଞ୍ଜୀକରଣ, ୩୦ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ବିଶ୍ୱକପର ଉଦ୍‌ଘାଟନୀ ଦିବସରେ କଲମ୍ବୋରେ ପୂର୍ବାହ୍ନ ୧୧ଟାରେ ଗ୍ରୁପ୍‌-ଏ’ରେ ପାକିସ୍ତାନ ଓ ନେଦରଲାଣ୍ଡ୍‌ସ ମୁହାଁମୁହିଁ ହେଉଛନ୍ତି । ଏହାପରେ ଅପରାହ୍‌ଣ ୩ଟାରେ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ସ୍କଟ୍‌ଲାଣ୍ଡ କୋଲ୍‌କାତାରେ ଖେଳିବେ। ଶନିବାରର ଶେଷ ମ୍ୟାଚ୍‌ ମୁମ୍ବାଇରେ ରାତି ୭ଟାରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ଭେଟିବ ଆମେରିକା (ୟୁଏସ୍‌ଏ)କୁ। ଟି-୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ଦିବସର ଶେଷ ମ୍ୟାଚରେ ଆୟୋଜକ ଭାରତ ଓ ଆମେରିକା ସାମ୍ନାସାମ୍ନି ହେବେ। ରାତି ୭ଟାରେ ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ସଦ୍ୟ ଆଇସିସି ଟି-୨୦ Ñଙ୍କିଙ୍ଗ୍‌ରେ ଭାରତ ଶୀର୍ଷରେ ରହିଥିବାବେଳେ ଆମେରିକା ୧୮ତମ ସ୍ଥାନରେ ରହିଛି। ତେଣୁ ମାନ୍ୟତା ଦୃଷ୍ଟିରୁ ଭାରତ ଏହି ମ୍ୟାଚରେ ଫେଭରାଇଟ୍‌ ବିବେଚିତ ହେଉଛି। ଦୁଇ ଇନଫର୍ମ ବିସ୍ଫୋରକ ଓପନର ଇଶାନ କିଶାନ ଓ ଅଭିଷେକ ଶର୍ମାଙ୍କ ସହ ଅଧିନାୟକ ସୂର୍ଯ୍ୟକୁମାର, ତିଲକ ବର୍ମା ଏବଂ ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କ ସହ ଅର୍ଶଦୀପ୍‌ ସିଂହ, କୁଲଦୀପ ଯାଦବ ଭାର ସମ୍ଭାଳିବେ। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦରଙ୍କ ଭଳି ଦକ୍ଷ ଅଲ୍‌ରାଉଣ୍ଡର ଥିବାରୁ ଭାରତ ଏଥର ପ୍ରମୁଖ ଟାଇଟଲ୍‌ ଦାବିଦାର ରହିଛି। 

ଆହୁରି ପଢ଼ନ୍ତୁ: ଶେଷରେ ନିଃସର୍ତ୍ତ କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ସଫେଇ ଦେଲେ କି 'ମୋ ମନ୍ତବ୍ୟର ଭୁଲ୍‌ ଅର୍ଥ ବାହାର କରାଯାଇଛି'

ଅଭିଷେକଙ୍କ ସହ ଇଶାନ ଇନିଂସ ଓପନ୍‌ କରିବା ନେଇ ଅଧିନାୟକ ସୂର୍ଯ୍ୟ ସ୍ପଷ୍ଟ କରିସାରିଛନ୍ତି। ଅପରପକ୍ଷରେ ଏକାଧିକ ଦେଶର ଖେଳାଳିଙ୍କୁ ନେଇ ଆମେରିକା ଦଳ ଗଠିତ ହୋଇଛି। ଆମେରିକା ଜନ୍ମିତ ମାତ୍ର ୪ଜଣ ଖେଳାଳି ଦଳରେ ରହିଛନ୍ତି। ସେହିଭଳି ଅଧିନାୟକ ମୋନାକ ପଟେଲଙ୍କ ସମେତ ୫ଜଣ ଭାରତୀୟ, ୩ଜଣ ପାକିସ୍ତାନ ଜନ୍ମିତ ଖେଳାଳି ଆମେରିକା ଦଳରେ ସ୍ଥାନ ପାଇଛନ୍ତି। ଅଧିନାୟକ ମୋନାକ ଗୁଜରାଟ ପକ୍ଷରୁ ବିଭିନ୍ନ ବୟସ ବର୍ଗରେ ଖେଳି ପରବର୍ତ୍ତୀ ସମୟରେ ଆମେରିକା ପଳାଇଥିଲେ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

07 Feb 2026 By Madhusudan Das

ଆଜିଠାରୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ମହାସମର: ଆମେରିକା ବିପକ୍ଷରୁ ଭାରତର ଅଭିଯାନ

ମୁମ୍ବଇ/କଲମ୍ବୋ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ) ଆନୁକୂଲ୍ୟରେ ପୁରୁଷ ଟି-୨୦ ବିଶ୍ୱକପ୍‌ ଭାରତ ଓ ଶ୍ରୀଲଙ୍କାରେ ଆଜିଠାରୁ ଆରମ୍ଭ ହୋଇଛି । ବାଂଲାଦେଶକୁ ବହିଷ୍କାର, ଭାରତ ସହ ମୁକାବିଲାକୁ ପାକିସ୍ତାନର ବୟକଟ୍‌ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ୧୦ମ ସଂସ୍କରଣ ଆରମ୍ଭ ହୋଇଛି । ପୂର୍ବପରି ୧୬ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଲିଗ୍‌ ଓ ନକ୍‌ଆଉଟ ଭିତ୍ତିରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଉଭୟ ଭାରତ ଓ ଶ୍ରୀଲଙ୍କାରେ ମିଳିତଭାବେ ଆୟୋଜିତ ହେଉଛି। ଆଇସିସିର ନୂଆ ରାଜିନାମା ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେଉଥିବାରୁ ପାକିସ୍ତାନ ତାହାର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାର କଲମ୍ବୋ ସହରରେ ଖେଳିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୫୫ଟି ମ୍ୟାଚ୍‌ ଉଭୟ ଦେଶରେ ଥିବା ୮ଟି ଭେନ୍ୟୁ ବା ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ସ୍ଥିର ହୋଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦ୍‌ରେ ମାର୍ଚ୍ଚ ୮ ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ପାକିସ୍ତାନ ଯଦି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରେ ତେବେ ଏହି ମୁକାବିଲା କଲମ୍ବୋରେ ଖେଳାଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି। 

ବିଶ୍ୱକପର ଉଦ୍‌ଘାଟନୀ ଦିବସରେ କଲମ୍ବୋରେ ପୂର୍ବାହ୍ନ ୧୧ଟାରେ ଗ୍ରୁପ୍‌-ଏ’ରେ ପାକିସ୍ତାନ ଓ ନେଦରଲାଣ୍ଡ୍‌ସ ମୁହାଁମୁହିଁ ହେଉଛନ୍ତି । ଏହାପରେ ଅପରାହ୍‌ଣ ୩ଟାରେ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ସ୍କଟ୍‌ଲାଣ୍ଡ କୋଲ୍‌କାତାରେ ଖେଳିବେ। ଶନିବାରର ଶେଷ ମ୍ୟାଚ୍‌ ମୁମ୍ବାଇରେ ରାତି ୭ଟାରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ଭେଟିବ ଆମେରିକା (ୟୁଏସ୍‌ଏ)କୁ। ଟି-୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ଦିବସର ଶେଷ ମ୍ୟାଚରେ ଆୟୋଜକ ଭାରତ ଓ ଆମେରିକା ସାମ୍ନାସାମ୍ନି ହେବେ। ରାତି ୭ଟାରେ ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ସଦ୍ୟ ଆଇସିସି ଟି-୨୦ Ñଙ୍କିଙ୍ଗ୍‌ରେ ଭାରତ ଶୀର୍ଷରେ ରହିଥିବାବେଳେ ଆମେରିକା ୧୮ତମ ସ୍ଥାନରେ ରହିଛି। ତେଣୁ ମାନ୍ୟତା ଦୃଷ୍ଟିରୁ ଭାରତ ଏହି ମ୍ୟାଚରେ ଫେଭରାଇଟ୍‌ ବିବେଚିତ ହେଉଛି। ଦୁଇ ଇନଫର୍ମ ବିସ୍ଫୋରକ ଓପନର ଇଶାନ କିଶାନ ଓ ଅଭିଷେକ ଶର୍ମାଙ୍କ ସହ ଅଧିନାୟକ ସୂର୍ଯ୍ୟକୁମାର, ତିଲକ ବର୍ମା ଏବଂ ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କ ସହ ଅର୍ଶଦୀପ୍‌ ସିଂହ, କୁଲଦୀପ ଯାଦବ ଭାର ସମ୍ଭାଳିବେ। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦରଙ୍କ ଭଳି ଦକ୍ଷ ଅଲ୍‌ରାଉଣ୍ଡର ଥିବାରୁ ଭାରତ ଏଥର ପ୍ରମୁଖ ଟାଇଟଲ୍‌ ଦାବିଦାର ରହିଛି। 

ଅଭିଷେକଙ୍କ ସହ ଇଶାନ ଇନିଂସ ଓପନ୍‌ କରିବା ନେଇ ଅଧିନାୟକ ସୂର୍ଯ୍ୟ ସ୍ପଷ୍ଟ କରିସାରିଛନ୍ତି। ଅପରପକ୍ଷରେ ଏକାଧିକ ଦେଶର ଖେଳାଳିଙ୍କୁ ନେଇ ଆମେରିକା ଦଳ ଗଠିତ ହୋଇଛି। ଆମେରିକା ଜନ୍ମିତ ମାତ୍ର ୪ଜଣ ଖେଳାଳି ଦଳରେ ରହିଛନ୍ତି। ସେହିଭଳି ଅଧିନାୟକ ମୋନାକ ପଟେଲଙ୍କ ସମେତ ୫ଜଣ ଭାରତୀୟ, ୩ଜଣ ପାକିସ୍ତାନ ଜନ୍ମିତ ଖେଳାଳି ଆମେରିକା ଦଳରେ ସ୍ଥାନ ପାଇଛନ୍ତି। ଅଧିନାୟକ ମୋନାକ ଗୁଜରାଟ ପକ୍ଷରୁ ବିଭିନ୍ନ ବୟସ ବର୍ଗରେ ଖେଳି ପରବର୍ତ୍ତୀ ସମୟରେ ଆମେରିକା ପଳାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର