କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନୋଟିସ୍

Madhusudan Das Picture
Published On

କଟକ: କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନୋଟିସ୍। ରାଜ୍ୟସଭା ସଚିବାଳୟ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। କେନ୍ଦ୍ର ପର୍ସନେଲ, ପବ୍ଲିକ ଗ୍ରୀଭାନ୍ସ, ପେନସନ ବିଭାଗ ମନ୍ତ୍ରଳାୟ ବିଭାଗ ଜରିଆରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍ ଜାରି କରାଯାଇଛି। 

ଆହୁରି ପଢ଼ନ୍ତୁ: ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ହିନ୍ଦୁ ମହିଳା ମହାସଭାର ସଭାପତି ହେଲେ ଶ୍ରୀମତୀ ସ୍ମିତା ମୁଦୁଲି

ଏହି ଅଭିଯୋଗ ଆଣିଥିଲେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଗତ ଜାନୁଆରି ୨୩ ତାରିଖରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ବାସଭବନରେ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା। ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ଖୋଦ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ସ୍ଥାନୀୟ ଜନପ୍ରତିନିଧି ଓ ଲୋକସଭା ସାଂସଦଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। କିନ୍ତୁ ଦେବାଶିଷ ସାମନ୍ତରାୟ ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତାଙ୍କୁ ନିମନ୍ତ୍ରଣ କରିନଥିଲା। ଏହା ଦ୍ଵାରା ତାଙ୍କର ସ୍ଵାଧିକାର ଉଲ୍ଲଂଘନ ହୋଇଛି ବୋଲି ଗତ ୩ ତାରିଖରେ ରାଜ୍ୟସଭାରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ଆକ୍ସନ ନେବାକୁ ଡିପାର୍ଟମେଣ୍ଟ ଅଫ୍ ପର୍ସନେଲ ଆଣ୍ଡ ଟ୍ରେନିଂ ବିଭାଗକୁ ୧୧ ତାରିଖରେ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦେହରେ କିରୋସିନ ଢାଳି ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

14 Feb 2026 By Madhusudan Das

କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନୋଟିସ୍

କଟକ: କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନୋଟିସ୍। ରାଜ୍ୟସଭା ସଚିବାଳୟ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। କେନ୍ଦ୍ର ପର୍ସନେଲ, ପବ୍ଲିକ ଗ୍ରୀଭାନ୍ସ, ପେନସନ ବିଭାଗ ମନ୍ତ୍ରଳାୟ ବିଭାଗ ଜରିଆରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍ ଜାରି କରାଯାଇଛି। 

ଏହି ଅଭିଯୋଗ ଆଣିଥିଲେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଗତ ଜାନୁଆରି ୨୩ ତାରିଖରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ବାସଭବନରେ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା। ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ଖୋଦ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ସ୍ଥାନୀୟ ଜନପ୍ରତିନିଧି ଓ ଲୋକସଭା ସାଂସଦଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। କିନ୍ତୁ ଦେବାଶିଷ ସାମନ୍ତରାୟ ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତାଙ୍କୁ ନିମନ୍ତ୍ରଣ କରିନଥିଲା। ଏହା ଦ୍ଵାରା ତାଙ୍କର ସ୍ଵାଧିକାର ଉଲ୍ଲଂଘନ ହୋଇଛି ବୋଲି ଗତ ୩ ତାରିଖରେ ରାଜ୍ୟସଭାରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ଆକ୍ସନ ନେବାକୁ ଡିପାର୍ଟମେଣ୍ଟ ଅଫ୍ ପର୍ସନେଲ ଆଣ୍ଡ ଟ୍ରେନିଂ ବିଭାଗକୁ ୧୧ ତାରିଖରେ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର