ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଉପ କୋଷାଗାରର ବରିଷ୍ଠ କିରାଣୀ, ୩୦୦୦ ଟଙ୍କା ଲାଞ୍ଚ ନେଲାବେଳେ ମାଡି ବସିଲା ବିଭାଗ

Madhusudan Das Picture
Published On

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଉପ କୋଷାଗାରର ବରିଷ୍ଠ କିରାଣୀ ସରୋଜ କୁମାର ସାହୁ । ଜଣେ ପେନସନଭୋଗୀଙ୍କଠାରୁ ପେନସନ କାଗଜପତ୍ର କରିଦେବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ । 

ଆହୁରି ପଢ଼ନ୍ତୁ: ଆଜିଠାରୁ ଓଡ଼ିଶା ସହ ୧୧ ରାଜ୍ୟରେ ଜନଗଣନା, ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ

ସୂଚନା ଅନୁଯାୟୀ, ଅଭିଯୁକ୍ତ ବରିଷ୍ଠ କିରାଣି ଶ୍ରୀ ସାହୁ ଜଣେ ପେନସନଭୋଗୀଙ୍କ ପେନସନ୍ ବାବଦୀୟ ପ୍ରାପ୍ୟ ପ୍ରଦାନ କରାଇଦେବା ପାଇଁ ଏହି ଲାଞ୍ଚ ଦାବି କରିଥିଲେ। ଯଦି ତାଙ୍କୁ ଦାବି ମୁତାବକ ୩,୦୦୦ ଟଙ୍କା ନ ମିଳେ, ତେବେ ସେ ବିଲ୍ ପାସ୍ କରାଇଦେବେ ନାହିଁ ଏବଂ ଅଟକାଇ ଦେବେ ବୋଲି ଧମକ ଦେଇଥିଲେ। ବାରମ୍ବାର ହଇରାଣ ହେବା ପରେ ନିରାଶ ହୋଇ ପେନସନଭୋଗୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପୁରୀ ବେଳାଭୂମିରେ ଅଘଟଣ; ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକ ମୃତ

ଅଭିଯୋଗକୁ ଭିତ୍ତି କରି ଓଡ଼ିଶା ଭିଜିଲାନ୍ସ ବିଭାଗ ପୂର୍ବ ଯୋଜନା ମୁତାବକ ପେନସନଭୋଗୀଙ୍କଠାରୁ ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସରୋଜ କୁମାର ସାହୁଙ୍କୁ କାବୁ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ଏବଂ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା

30 Mar 2026 By Madhusudan Das

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଉପ କୋଷାଗାରର ବରିଷ୍ଠ କିରାଣୀ, ୩୦୦୦ ଟଙ୍କା ଲାଞ୍ଚ ନେଲାବେଳେ ମାଡି ବସିଲା ବିଭାଗ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଉପ କୋଷାଗାରର ବରିଷ୍ଠ କିରାଣୀ ସରୋଜ କୁମାର ସାହୁ । ଜଣେ ପେନସନଭୋଗୀଙ୍କଠାରୁ ପେନସନ କାଗଜପତ୍ର କରିଦେବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ । 

ସୂଚନା ଅନୁଯାୟୀ, ଅଭିଯୁକ୍ତ ବରିଷ୍ଠ କିରାଣି ଶ୍ରୀ ସାହୁ ଜଣେ ପେନସନଭୋଗୀଙ୍କ ପେନସନ୍ ବାବଦୀୟ ପ୍ରାପ୍ୟ ପ୍ରଦାନ କରାଇଦେବା ପାଇଁ ଏହି ଲାଞ୍ଚ ଦାବି କରିଥିଲେ। ଯଦି ତାଙ୍କୁ ଦାବି ମୁତାବକ ୩,୦୦୦ ଟଙ୍କା ନ ମିଳେ, ତେବେ ସେ ବିଲ୍ ପାସ୍ କରାଇଦେବେ ନାହିଁ ଏବଂ ଅଟକାଇ ଦେବେ ବୋଲି ଧମକ ଦେଇଥିଲେ। ବାରମ୍ବାର ହଇରାଣ ହେବା ପରେ ନିରାଶ ହୋଇ ପେନସନଭୋଗୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗକୁ ଭିତ୍ତି କରି ଓଡ଼ିଶା ଭିଜିଲାନ୍ସ ବିଭାଗ ପୂର୍ବ ଯୋଜନା ମୁତାବକ ପେନସନଭୋଗୀଙ୍କଠାରୁ ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସରୋଜ କୁମାର ସାହୁଙ୍କୁ କାବୁ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ଏବଂ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର