ଡ଼. ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତିି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ ଏହି ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଉପ କୋଷାଗାରର ବରିଷ୍ଠ କିରାଣୀ, ୩୦୦୦ ଟଙ୍କା ଲାଞ୍ଚ ନେଲାବେଳେ ମାଡି ବସିଲା ବିଭାଗ

ଏକ ପ୍ରେସ ବିବୃତ୍ତିରେ ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ନନ୍ଦଳା ଗ୍ରାମ ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ଏନ୍ତୁଡ଼ିଶାଳ । ନିଜ କବିତା ମାଧ୍ୟମରେ ଡ. ମାନସିଂହଙ୍କ ପ୍ରେମ, ଜୀବନବାଦ ଓ ସୌନ୍ଦର୍ଯ୍ୟର ଯେଉଁ ନୂଆ ସୃଜନ କୋଣାର୍କ ଗଢ଼ିଛନ୍ତି ତାହାର ମୂକସାକ୍ଷୀ ନନ୍ଦଳା ଏକ ଆଧୁନିକ ତୀର୍ଥକ୍ଷେତ୍ର କହିଲେ ଅତୁ୍ୟକ୍ତି ହେବନାହିଁ । ଧୂପ, ସାଧବଝିଅ, ହେମଶସ୍ୟ, ପଲ୍ଲୀସନ୍ଧ୍ୟା, ମହାନଦୀରେ ଜ୍ୟୋତ୍ସ୍ନା ବିହାର, ଦହନ ସୁଖ, ରୂପଦେବତା, କୋଣାର୍କ, ଉପେକ୍ଷିତା, ନିକ୍ୱଣ, ଶୁଭଦୃଷ୍ଟି, ଜେମା, କମଳାୟନ, ଦୂରେ ରହ ପ୍ରମୁଖ କାଳଜୟୀ କାବ୍ୟକୃତିର ସ୍ରଷ୍ଟା ତଥା ପ୍ରଥମ ପୂର୍ଣ୍ଣାଙ୍ଗ ‘ଓଡ଼ିଆ ସାହିତ୍ୟ ଇତିହାସ'ର ରଚୟିତା ଡ. ମାନସିଂହଙ୍କ ପ୍ରତି ଏ ସରକାରର ବୈମାତୃକ ମନୋଭାବ କାହିଁକି?

ଆହୁରି ପଢ଼ନ୍ତୁ: ଆଜିଠାରୁ ଓଡ଼ିଶା ସହ ୧୧ ରାଜ୍ୟରେ ଜନଗଣନା, ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ

ଶ୍ରୀ ଦାସବର୍ମା ଆହୁରି କହିଥିଲେ, ସାଂସ୍କୃତିକ ଓ ସାରସ୍ୱତ ବିବିଧତାରେ ସମୃଦ୍ଧ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ବର୍ତ୍ତମାନର ସରକାର ଓ ଜନପ୍ରତିନିଧି ଜାଣିଶୁଣି ବାରମ୍ୱାର ଅବହେଳା କରିଆସୁଛନ୍ତି । ଅସ୍ମିତାର ମିଥ୍ୟା ଆସ୍ଫାଳନ କରୁଥିବା ଡବଲ ଇଞ୍ଜିନ ସରକାର ଓଡ଼ିଆ ଅସ୍ମିତାର ଅନ୍ୟତମ ପରିଚାୟକ ଡ. ମାନସିଂହଙ୍କ ଗ୍ରାମକୁ ତୁରନ୍ତ ଏତିହ୍ୟ ଗ୍ରାମ ତାଲିକାଭୁକ୍ତ କରିବାକୁ ବିଜୁ ଜନତା ଦଳ ଦାବି କରୁଛି ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ବୁଡିରହିଥିବା ୫ଟି ଡଙ୍ଗା

14 Mar 2026 By Madhusudan Das

ଡ଼. ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତିି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ ଏହି ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ।

ଏକ ପ୍ରେସ ବିବୃତ୍ତିରେ ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ନନ୍ଦଳା ଗ୍ରାମ ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ଏନ୍ତୁଡ଼ିଶାଳ । ନିଜ କବିତା ମାଧ୍ୟମରେ ଡ. ମାନସିଂହଙ୍କ ପ୍ରେମ, ଜୀବନବାଦ ଓ ସୌନ୍ଦର୍ଯ୍ୟର ଯେଉଁ ନୂଆ ସୃଜନ କୋଣାର୍କ ଗଢ଼ିଛନ୍ତି ତାହାର ମୂକସାକ୍ଷୀ ନନ୍ଦଳା ଏକ ଆଧୁନିକ ତୀର୍ଥକ୍ଷେତ୍ର କହିଲେ ଅତୁ୍ୟକ୍ତି ହେବନାହିଁ । ଧୂପ, ସାଧବଝିଅ, ହେମଶସ୍ୟ, ପଲ୍ଲୀସନ୍ଧ୍ୟା, ମହାନଦୀରେ ଜ୍ୟୋତ୍ସ୍ନା ବିହାର, ଦହନ ସୁଖ, ରୂପଦେବତା, କୋଣାର୍କ, ଉପେକ୍ଷିତା, ନିକ୍ୱଣ, ଶୁଭଦୃଷ୍ଟି, ଜେମା, କମଳାୟନ, ଦୂରେ ରହ ପ୍ରମୁଖ କାଳଜୟୀ କାବ୍ୟକୃତିର ସ୍ରଷ୍ଟା ତଥା ପ୍ରଥମ ପୂର୍ଣ୍ଣାଙ୍ଗ ‘ଓଡ଼ିଆ ସାହିତ୍ୟ ଇତିହାସ'ର ରଚୟିତା ଡ. ମାନସିଂହଙ୍କ ପ୍ରତି ଏ ସରକାରର ବୈମାତୃକ ମନୋଭାବ କାହିଁକି?

ଶ୍ରୀ ଦାସବର୍ମା ଆହୁରି କହିଥିଲେ, ସାଂସ୍କୃତିକ ଓ ସାରସ୍ୱତ ବିବିଧତାରେ ସମୃଦ୍ଧ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ବର୍ତ୍ତମାନର ସରକାର ଓ ଜନପ୍ରତିନିଧି ଜାଣିଶୁଣି ବାରମ୍ୱାର ଅବହେଳା କରିଆସୁଛନ୍ତି । ଅସ୍ମିତାର ମିଥ୍ୟା ଆସ୍ଫାଳନ କରୁଥିବା ଡବଲ ଇଞ୍ଜିନ ସରକାର ଓଡ଼ିଆ ଅସ୍ମିତାର ଅନ୍ୟତମ ପରିଚାୟକ ଡ. ମାନସିଂହଙ୍କ ଗ୍ରାମକୁ ତୁରନ୍ତ ଏତିହ୍ୟ ଗ୍ରାମ ତାଲିକାଭୁକ୍ତ କରିବାକୁ ବିଜୁ ଜନତା ଦଳ ଦାବି କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର