କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ବିଜେପି ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବିଜୁ ଜନତା ଦଳ କଟାକ୍ଷ କରିଛି। ରାଜ୍ୟକୁ ସୁଶାସନ ପ୍ରଦାନ କରିବାରେ ସମସ୍ତ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସରକାର କେବଳ ନିଜ ବିଫଳତା ଉପରୁ ନଜର ହଟାଇବା ପାଇଁ ଏହିଭଳି ହୀନ ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ସରକାର ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ: ନବୀନ

ଗୁରୁବାର ଜାରି ପ୍ରେସ୍‌ ବିଜ୍ଞପ୍ତିରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ, ଡବଲ ବିକାଶର ନାରା ଦେଇ ଓ ରାଜ୍ୟବାସୀଙ୍କୁ ଅନେକ ମିଛ ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିଲା। କିନ୍ତୁ କେବଳ ପ୍ରତିଶ୍ରୁତି ରକ୍ଷା କରିବାରେ ନୁହେଁ; ବରଂ ସୁଶାସନ ଦେବାରେ ମଧ୍ୟ ରାଜ୍ୟ ବିଜେପି ସରକାର ଗତ ୧୯ ମାସରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ କାର୍ଯ୍ୟ କେବଳ ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ହୋଇ ରହିଯାଇଛି। କ୍ଷମତାକୁ ଆସିବା ପରେ, ନବୀନଙ୍କ ସମୟରେ ଚାଲିଥିବା ଲୋକପ୍ରିୟ ଯୋଜନାଗୁଡିକର ନାମ ପରିବର୍ତ୍ତନ କରିଥିଲେ। ସରକାରଙ୍କ ସେହି ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନ ଧାରା ଏବେ ବି ଜାରି ରହିଛି। କୌଣସି ଯୋଜନାର ବା ସ୍ଥାନର ନାମ ପରିବର୍ତ୍ତନ ବା ବନାନ ପରିବର୍ତ୍ତନ କରିବାରେ କିଛି ଅସୁବିଧା ନାହିଁ; କିନ୍ତୁ ଏହା ସରକାରଙ୍କ ପ୍ରାଥମିକତା ନ ହେଉ। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀଙ୍କୁ ସୁରକ୍ଷା ପ୍ରଦାନ, ଚାଷୀଙ୍କୁ ନ୍ୟାୟ ପ୍ରଦାନ, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜ୍ୟର ସାମୂହିକ ବିକାଶ ଇତ୍ୟାଦି ପ୍ରସଙ୍ଗ ସରକାରଙ୍କ ପ୍ରାଥମିକତା ହେଉ। ରାଜ୍ୟ ବିଜେପି ସରକାର ଏସବୁ ପ୍ରତି ଧ୍ୟାନ ନଦେଲେ, ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ହିସାବରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଡ. ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ସରକାର ଓ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ: 'କ୍ରସ୍‌ ଭୋଟିଂ ନ କରିବାରୁ ବିଜେଡି ବିଧାୟିକାଙ୍କୁ ନିର୍ଯାତନା'

 ଡଃ ମହାନ୍ତି ଆହୁରି କହିଛନ୍ତି ଯେ ରାଜ୍ୟରେ ନାରୀ ସୁରକ୍ଷା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ଧାନ କିଣାରେ ରାଜ୍ୟର ଚାଷୀମାନଙ୍କୁ ନ୍ୟାୟ ନ ମିଳିବାରୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ଦେବେ ବୋଲି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି। ନିଯୁକ୍ତି ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳୁଛି। ଗତ ୧୯ ମାସରେ ୨୦ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି, ଯେଉଁଥିପାଇଁ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷାଗୁଡିକ ବାତିଲ କରାଯାଇଛି। ପୁଲିସ ଏସ୍‌ଆଇ ନିଯୁକ୍ତି ବେଳେ କିଭଳି ଭାବେ ଚାକିରି ବିକ୍ରି କରିବା ପାଇଁ ଉଦ୍ୟମ କରାଯାଇଥିଲା, ତାହା ରାଜ୍ୟବାସୀ ଦେଖିଛନ୍ତି। ସରକାରଙ୍କ ଅପାରଗତା ପ୍ରସଙ୍ଗ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ସରକାରଙ୍କ ତୋଗଲକୀ ନିଷ୍ପତ୍ତି ଏବେ ରାଜ୍ୟବାସୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ରାଜ୍ୟ ସରକାର ନିଜ ବଜେଟରେ ନିର୍ଦ୍ଧାରିତ କରିଥିବା ଅର୍ଥର ୪୦ ପ୍ରତିଶତ ଏବେ ସୁଦ୍ଧା ଖର୍ଚ୍ଚ କରିପାରିଛନ୍ତି, ଯାହା ସରକାରଙ୍କ ଅପାରଗତାର ଜ୍ୱଳନ୍ତ ଉଦାହରଣ। ସର୍ବୋପରି ଗତ ୧୯ ମାସରେ ରାଜ୍ୟର ବିକାଶ ଠପ୍‌ ହୋଇଛି ବୋଲି ଡଃ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

05 Feb 2026 By Madhusudan Das

କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ବିଜେପି ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବିଜୁ ଜନତା ଦଳ କଟାକ୍ଷ କରିଛି। ରାଜ୍ୟକୁ ସୁଶାସନ ପ୍ରଦାନ କରିବାରେ ସମସ୍ତ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସରକାର କେବଳ ନିଜ ବିଫଳତା ଉପରୁ ନଜର ହଟାଇବା ପାଇଁ ଏହିଭଳି ହୀନ ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି।

ଗୁରୁବାର ଜାରି ପ୍ରେସ୍‌ ବିଜ୍ଞପ୍ତିରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ, ଡବଲ ବିକାଶର ନାରା ଦେଇ ଓ ରାଜ୍ୟବାସୀଙ୍କୁ ଅନେକ ମିଛ ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିଲା। କିନ୍ତୁ କେବଳ ପ୍ରତିଶ୍ରୁତି ରକ୍ଷା କରିବାରେ ନୁହେଁ; ବରଂ ସୁଶାସନ ଦେବାରେ ମଧ୍ୟ ରାଜ୍ୟ ବିଜେପି ସରକାର ଗତ ୧୯ ମାସରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ କାର୍ଯ୍ୟ କେବଳ ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ହୋଇ ରହିଯାଇଛି। କ୍ଷମତାକୁ ଆସିବା ପରେ, ନବୀନଙ୍କ ସମୟରେ ଚାଲିଥିବା ଲୋକପ୍ରିୟ ଯୋଜନାଗୁଡିକର ନାମ ପରିବର୍ତ୍ତନ କରିଥିଲେ। ସରକାରଙ୍କ ସେହି ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନ ଧାରା ଏବେ ବି ଜାରି ରହିଛି। କୌଣସି ଯୋଜନାର ବା ସ୍ଥାନର ନାମ ପରିବର୍ତ୍ତନ ବା ବନାନ ପରିବର୍ତ୍ତନ କରିବାରେ କିଛି ଅସୁବିଧା ନାହିଁ; କିନ୍ତୁ ଏହା ସରକାରଙ୍କ ପ୍ରାଥମିକତା ନ ହେଉ। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀଙ୍କୁ ସୁରକ୍ଷା ପ୍ରଦାନ, ଚାଷୀଙ୍କୁ ନ୍ୟାୟ ପ୍ରଦାନ, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜ୍ୟର ସାମୂହିକ ବିକାଶ ଇତ୍ୟାଦି ପ୍ରସଙ୍ଗ ସରକାରଙ୍କ ପ୍ରାଥମିକତା ହେଉ। ରାଜ୍ୟ ବିଜେପି ସରକାର ଏସବୁ ପ୍ରତି ଧ୍ୟାନ ନଦେଲେ, ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ହିସାବରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଡ. ମହାନ୍ତି କହିଛନ୍ତି।

 ଡଃ ମହାନ୍ତି ଆହୁରି କହିଛନ୍ତି ଯେ ରାଜ୍ୟରେ ନାରୀ ସୁରକ୍ଷା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ଧାନ କିଣାରେ ରାଜ୍ୟର ଚାଷୀମାନଙ୍କୁ ନ୍ୟାୟ ନ ମିଳିବାରୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ଦେବେ ବୋଲି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି। ନିଯୁକ୍ତି ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳୁଛି। ଗତ ୧୯ ମାସରେ ୨୦ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି, ଯେଉଁଥିପାଇଁ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷାଗୁଡିକ ବାତିଲ କରାଯାଇଛି। ପୁଲିସ ଏସ୍‌ଆଇ ନିଯୁକ୍ତି ବେଳେ କିଭଳି ଭାବେ ଚାକିରି ବିକ୍ରି କରିବା ପାଇଁ ଉଦ୍ୟମ କରାଯାଇଥିଲା, ତାହା ରାଜ୍ୟବାସୀ ଦେଖିଛନ୍ତି। ସରକାରଙ୍କ ଅପାରଗତା ପ୍ରସଙ୍ଗ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ସରକାରଙ୍କ ତୋଗଲକୀ ନିଷ୍ପତ୍ତି ଏବେ ରାଜ୍ୟବାସୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ରାଜ୍ୟ ସରକାର ନିଜ ବଜେଟରେ ନିର୍ଦ୍ଧାରିତ କରିଥିବା ଅର୍ଥର ୪୦ ପ୍ରତିଶତ ଏବେ ସୁଦ୍ଧା ଖର୍ଚ୍ଚ କରିପାରିଛନ୍ତି, ଯାହା ସରକାରଙ୍କ ଅପାରଗତାର ଜ୍ୱଳନ୍ତ ଉଦାହରଣ। ସର୍ବୋପରି ଗତ ୧୯ ମାସରେ ରାଜ୍ୟର ବିକାଶ ଠପ୍‌ ହୋଇଛି ବୋଲି ଡଃ ମହାନ୍ତି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର