ନେପାଳରେ ଭୟଙ୍କର ବସ୍ ଦୁର୍ଘଟଣା: ତ୍ରିଶୂଳୀ ନଦୀରେ ବସ୍ ଖସି ୧୮ ମୃତ, ୨୫ ଆହତ

Madhusudan Das Picture
Published On

ନେପାଳ: ନେପାଳର ଧାଡିଙ୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ତ୍ରିଶୂଳୀ ନଦୀକୁ ଖସି ପଡ଼ିବାରୁ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ପୃଥ୍ୱୀ ରାଜପଥ ଦେଇ ଯାଉଥିବା ବେଳେ କାଠମାଣ୍ଡୁଠାରୁ ପ୍ରାୟ ୯୦ କିଲୋମିଟର ପଶ୍ଚିମରେ ଥିବା ଗଜୁରୀ ନିକଟସ୍ଥ ଚିନାଧାରା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାତି ପ୍ରାୟ ୧:୩୦ ମିନିଟ୍ ସମୟରେ ବସ୍‌ଟି ନଦୀ ଭିତରକୁ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୩୫ରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୨୦୦ କୋଟି ଟଙ୍କା ଠକେଇ ମାମଲା: ଦିଲ୍ଲୀ ହାଇକୋର୍ଟରେ ସୁକେଶ-ଲୀନାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ଜ୍ୟାକଲିନଙ୍କ ନାମ ନେଲେ ଲୀନା

ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନେପାଳ ସେନା, ସଶସ୍ତ୍ର ପୋଲିସ ବାହିନୀ, ନେପାଳ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ରାତି ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ହାଇୱେ ରେସ୍କ୍ୟୁ ମ୍ୟାନେଜମେଣ୍ଟ କମିଟିର ମୁଖ୍ୟ ରାଜକୁମାର ଠାକୁରୀଙ୍କ ସୂଚନା ମୁତାବକ, ୨୫ ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଭାରତ ପାଇଁ ବଡ଼ ଖବର: ହୋରମୁଜ୍ ପ୍ରଣାଳୀ ଅତିକ୍ରମ କରୁଛନ୍ତି ଆଉ ଦୁଇଟି ତୈଳ ଜାହାଜ, ସଜାଗ ଅଛି ନୌସେନା

ଏହି ଦୁର୍ଘଟଣାରେ କିଛି ବିଦେଶୀ ନାଗରିକ ମଧ୍ୟ ଶିକାର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନ୍ୟୁଜିଲ୍ୟାଣ୍ଡର ପୁରୁଷ ଯାତ୍ରୀ ଅଛନ୍ତି। ସେହିପରି ଆହତମାନଙ୍କ ମଧ୍ୟରେ ଜଣେ ଜାପାନୀ ଏବଂ ଜଣେ ଡଚ୍ (ନେଦରଲ୍ୟାଣ୍ଡ) ମହିଳା ଥିବା ସୂଚନା ମିଳିଛି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଏବଂ ପୋଲିସ ଏହାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

23 Feb 2026 By Madhusudan Das

ନେପାଳରେ ଭୟଙ୍କର ବସ୍ ଦୁର୍ଘଟଣା: ତ୍ରିଶୂଳୀ ନଦୀରେ ବସ୍ ଖସି ୧୮ ମୃତ, ୨୫ ଆହତ

ନେପାଳ: ନେପାଳର ଧାଡିଙ୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ତ୍ରିଶୂଳୀ ନଦୀକୁ ଖସି ପଡ଼ିବାରୁ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ପୃଥ୍ୱୀ ରାଜପଥ ଦେଇ ଯାଉଥିବା ବେଳେ କାଠମାଣ୍ଡୁଠାରୁ ପ୍ରାୟ ୯୦ କିଲୋମିଟର ପଶ୍ଚିମରେ ଥିବା ଗଜୁରୀ ନିକଟସ୍ଥ ଚିନାଧାରା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାତି ପ୍ରାୟ ୧:୩୦ ମିନିଟ୍ ସମୟରେ ବସ୍‌ଟି ନଦୀ ଭିତରକୁ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୩୫ରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନେପାଳ ସେନା, ସଶସ୍ତ୍ର ପୋଲିସ ବାହିନୀ, ନେପାଳ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ରାତି ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ହାଇୱେ ରେସ୍କ୍ୟୁ ମ୍ୟାନେଜମେଣ୍ଟ କମିଟିର ମୁଖ୍ୟ ରାଜକୁମାର ଠାକୁରୀଙ୍କ ସୂଚନା ମୁତାବକ, ୨୫ ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣାରେ କିଛି ବିଦେଶୀ ନାଗରିକ ମଧ୍ୟ ଶିକାର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନ୍ୟୁଜିଲ୍ୟାଣ୍ଡର ପୁରୁଷ ଯାତ୍ରୀ ଅଛନ୍ତି। ସେହିପରି ଆହତମାନଙ୍କ ମଧ୍ୟରେ ଜଣେ ଜାପାନୀ ଏବଂ ଜଣେ ଡଚ୍ (ନେଦରଲ୍ୟାଣ୍ଡ) ମହିଳା ଥିବା ସୂଚନା ମିଳିଛି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଏବଂ ପୋଲିସ ଏହାର ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର