ଆକାଶରେ ମହାଜାଗତିକ ବିସ୍ମୟ: ଆଜିଠୁ ଏକ ମାସ ଯାଏଁ ରାତିରେ ସବୁଠାରୁ ଉଜ୍ଜ୍ୱଳ ଦିଶିବ 'ବୃହସ୍ପତି', ଖାଲି ଆଖିରେ ଦେଖିହେବ

Madhusudan Das Picture
Published On

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଚଳିତ ସପ୍ତାହ ଶେଷରେ ଆକାଶରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଆଜି ଅର୍ଥାତ୍ ଜାନୁଆରୀ ୧୦ ତାରିଖ (ଶନିବାର) ପୃଥିବୀର ଖୁବ୍ ନିକଟତର ହେବାକୁ ଯାଉଛି। ଏହି ସମୟରେ ପୃଥିବୀ, ସୂର୍ଯ୍ୟ ଏବଂ ବୃହସ୍ପତି ମଧ୍ୟରେ ଏକ ସରଳରେଖାରେ ରହିବ, ଫଳରେ ବୃହସ୍ପତି ସୂର୍ଯ୍ୟଙ୍କ ଠିକ୍ ବିପରୀତ ଦିଗରେ ରହିବ। ଏହାଦ୍ୱାରା ଗ୍ରହଟି ବର୍ଷର ସବୁଠାରୁ ଉଜ୍ଜ୍ୱଳ ଏବଂ ବଡ଼ ଦେଖାଯିବ। ଯେଉଁଥିପାଇଁ ଆଜିଠାରୁ ଆକାଶରେ 'ବୃହସ୍ପତି' ଅଧିକ ଉଜ୍ଜ୍ବଳ ଓ ବଡ଼ ଦେଖାଯିବ । ଆଜିଠାରୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହାଜାଗତିକ ଦୃଶ୍ୟ ରାତି ସାରା ଖାଲି ଆଖିରେ ଦେଖିବାକୁ ମିଳିବ ।

ଆହୁରି ପଢ଼ନ୍ତୁ: ଶେଷରେ ନିଃସର୍ତ୍ତ କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ସଫେଇ ଦେଲେ କି 'ମୋ ମନ୍ତବ୍ୟର ଭୁଲ୍‌ ଅର୍ଥ ବାହାର କରାଯାଇଛି'

ମହାକାଶ ବିଜ୍ଞାନୀଙ୍କ ଅନୁଯାୟୀ, ଆଜି ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ସହିତ ବୃହସ୍ପତି ପୂର୍ବ ଆକାଶରେ ଉଦିତ ହେବ ଏବଂ ସାରା ରାତି ଆକାଶରେ ଜେମିନି ନକ୍ଷତ୍ରମଣ୍ଡଳୀ ନିକଟରେ ଉଜ୍ଜ୍ୱଳ ଭାବେ ଚମକିବ। ଏହାର ଉଜ୍ଜ୍ୱଳତା -୨.୭ ମ୍ୟାଗ୍ନିଚ୍ୟୁଡ୍ ରହିବ, ଯାହା ଅନ୍ୟ ସମସ୍ତ ତାରା ଅପେକ୍ଷା ଅଧିକ ତେଜୀୟାନ ଦେଖାଯିବ। ବୃହସ୍ପତି ରାତି ଅଧରେ ଆକାଶର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବ ଏବଂ ଭୋର ସମୟରେ ଅସ୍ତ ହେବ। ଏହାକୁ 'ଗ୍ରହମାନଙ୍କର ରାଜା' ବୋଲି କୁହାଯାଏ ।

ଆହୁରି ପଢ଼ନ୍ତୁ: ମେ' ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ

ଏହି ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ କୌଣସି ଦାମୀ ଯନ୍ତ୍ରପାତିର ଆବଶ୍ୟକତା ନାହିଁ। କେବଳ ଖାଲି ଆଖିରେ ମଧ୍ୟ ଆପଣ ପରିଷ୍କାର ଆକାଶରେ ଏହି ଉଜ୍ଜ୍ୱଳ ଗ୍ରହକୁ ଦେଖିପାରିବେ। ତେବେ ଯଦି ଆପଣଙ୍କ ପାଖରେ ସାଧାରଣ ବାଇନୋକୁଲାର ଅଛି, ତେବେ ଆପଣ ବୃହସ୍ପତିର ଚାରୋଟି ମୁଖ୍ୟ ଉପଗ୍ରହ – ଆୟୋ, ୟୁରୋପା, ଗାନିମେଡ ଏବଂ କାଲିଷ୍ଟୋକୁ ଏକ ଛୋଟ ବିନ୍ଦୁ ଭଳି ଗ୍ରହ ଚାରିପାଖରେ ଧାଡି ବାନ୍ଧିଥିବାର ଦେଖିପାରିବେ। ଏହା ବ୍ୟତୀତ ଏକ ଛୋଟ ଟେଲିସ୍କୋପ ସାହାଯ୍ୟରେ ଗ୍ରହର 'ଗ୍ରେଟ୍ ରେଡ୍ ସ୍ପଟ୍' ଏବଂ ଏହାର ବାୟୁମଣ୍ଡଳୀୟ ପଟିମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଇପାରେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବ୍ବିର ଅହମ୍ମଦ ଲୋନ ଗିରଫ

ବୃହସ୍ପତି ବ୍ୟତୀତ ସନ୍ଧ୍ୟା ଆକାଶର ଦକ୍ଷିଣ-ପଶ୍ଚିମ ଦିଗରେ ଶନି ଗ୍ରହ ମଧ୍ୟ ଦୃଶ୍ୟମାନ ହେବ, ଯଦିଓ ଏହା ଟିକିଏ କମ ଉଜ୍ଜ୍ୱଳ ଦିଶିବ। ବୃହସ୍ପତିର ଏହି 'ଅପୋଜିସନ୍' ସ୍ଥିତି ପରେ ମଧ୍ୟ ଜାନୁଆରୀ ଏବଂ ଫେବୃଆରୀ ମାସରେ ଏହା ସନ୍ଧ୍ୟା ଆକାଶରେ ଭଲ ଭାବରେ ଦେଖାଯିବ। ପରବର୍ତ୍ତୀ ସମୟରେ ୨୦୨୭ ମସିହା ଫେବୃଆରୀ ୬ ତାରିଖରେ ପୁଣିଥରେ ବୃହସ୍ପତିର ପରବର୍ତ୍ତୀ ଅପୋଜିସନ୍ ଅନୁଷ୍ଠିତ ହେବ।

10 Jan 2026 By Madhusudan Das

ଆକାଶରେ ମହାଜାଗତିକ ବିସ୍ମୟ: ଆଜିଠୁ ଏକ ମାସ ଯାଏଁ ରାତିରେ ସବୁଠାରୁ ଉଜ୍ଜ୍ୱଳ ଦିଶିବ 'ବୃହସ୍ପତି', ଖାଲି ଆଖିରେ ଦେଖିହେବ

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଚଳିତ ସପ୍ତାହ ଶେଷରେ ଆକାଶରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଆଜି ଅର୍ଥାତ୍ ଜାନୁଆରୀ ୧୦ ତାରିଖ (ଶନିବାର) ପୃଥିବୀର ଖୁବ୍ ନିକଟତର ହେବାକୁ ଯାଉଛି। ଏହି ସମୟରେ ପୃଥିବୀ, ସୂର୍ଯ୍ୟ ଏବଂ ବୃହସ୍ପତି ମଧ୍ୟରେ ଏକ ସରଳରେଖାରେ ରହିବ, ଫଳରେ ବୃହସ୍ପତି ସୂର୍ଯ୍ୟଙ୍କ ଠିକ୍ ବିପରୀତ ଦିଗରେ ରହିବ। ଏହାଦ୍ୱାରା ଗ୍ରହଟି ବର୍ଷର ସବୁଠାରୁ ଉଜ୍ଜ୍ୱଳ ଏବଂ ବଡ଼ ଦେଖାଯିବ। ଯେଉଁଥିପାଇଁ ଆଜିଠାରୁ ଆକାଶରେ 'ବୃହସ୍ପତି' ଅଧିକ ଉଜ୍ଜ୍ବଳ ଓ ବଡ଼ ଦେଖାଯିବ । ଆଜିଠାରୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହାଜାଗତିକ ଦୃଶ୍ୟ ରାତି ସାରା ଖାଲି ଆଖିରେ ଦେଖିବାକୁ ମିଳିବ ।

ମହାକାଶ ବିଜ୍ଞାନୀଙ୍କ ଅନୁଯାୟୀ, ଆଜି ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ସହିତ ବୃହସ୍ପତି ପୂର୍ବ ଆକାଶରେ ଉଦିତ ହେବ ଏବଂ ସାରା ରାତି ଆକାଶରେ ଜେମିନି ନକ୍ଷତ୍ରମଣ୍ଡଳୀ ନିକଟରେ ଉଜ୍ଜ୍ୱଳ ଭାବେ ଚମକିବ। ଏହାର ଉଜ୍ଜ୍ୱଳତା -୨.୭ ମ୍ୟାଗ୍ନିଚ୍ୟୁଡ୍ ରହିବ, ଯାହା ଅନ୍ୟ ସମସ୍ତ ତାରା ଅପେକ୍ଷା ଅଧିକ ତେଜୀୟାନ ଦେଖାଯିବ। ବୃହସ୍ପତି ରାତି ଅଧରେ ଆକାଶର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବ ଏବଂ ଭୋର ସମୟରେ ଅସ୍ତ ହେବ। ଏହାକୁ 'ଗ୍ରହମାନଙ୍କର ରାଜା' ବୋଲି କୁହାଯାଏ ।

ଏହି ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ କୌଣସି ଦାମୀ ଯନ୍ତ୍ରପାତିର ଆବଶ୍ୟକତା ନାହିଁ। କେବଳ ଖାଲି ଆଖିରେ ମଧ୍ୟ ଆପଣ ପରିଷ୍କାର ଆକାଶରେ ଏହି ଉଜ୍ଜ୍ୱଳ ଗ୍ରହକୁ ଦେଖିପାରିବେ। ତେବେ ଯଦି ଆପଣଙ୍କ ପାଖରେ ସାଧାରଣ ବାଇନୋକୁଲାର ଅଛି, ତେବେ ଆପଣ ବୃହସ୍ପତିର ଚାରୋଟି ମୁଖ୍ୟ ଉପଗ୍ରହ – ଆୟୋ, ୟୁରୋପା, ଗାନିମେଡ ଏବଂ କାଲିଷ୍ଟୋକୁ ଏକ ଛୋଟ ବିନ୍ଦୁ ଭଳି ଗ୍ରହ ଚାରିପାଖରେ ଧାଡି ବାନ୍ଧିଥିବାର ଦେଖିପାରିବେ। ଏହା ବ୍ୟତୀତ ଏକ ଛୋଟ ଟେଲିସ୍କୋପ ସାହାଯ୍ୟରେ ଗ୍ରହର 'ଗ୍ରେଟ୍ ରେଡ୍ ସ୍ପଟ୍' ଏବଂ ଏହାର ବାୟୁମଣ୍ଡଳୀୟ ପଟିମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଇପାରେ।

ବୃହସ୍ପତି ବ୍ୟତୀତ ସନ୍ଧ୍ୟା ଆକାଶର ଦକ୍ଷିଣ-ପଶ୍ଚିମ ଦିଗରେ ଶନି ଗ୍ରହ ମଧ୍ୟ ଦୃଶ୍ୟମାନ ହେବ, ଯଦିଓ ଏହା ଟିକିଏ କମ ଉଜ୍ଜ୍ୱଳ ଦିଶିବ। ବୃହସ୍ପତିର ଏହି 'ଅପୋଜିସନ୍' ସ୍ଥିତି ପରେ ମଧ୍ୟ ଜାନୁଆରୀ ଏବଂ ଫେବୃଆରୀ ମାସରେ ଏହା ସନ୍ଧ୍ୟା ଆକାଶରେ ଭଲ ଭାବରେ ଦେଖାଯିବ। ପରବର୍ତ୍ତୀ ସମୟରେ ୨୦୨୭ ମସିହା ଫେବୃଆରୀ ୬ ତାରିଖରେ ପୁଣିଥରେ ବୃହସ୍ପତିର ପରବର୍ତ୍ତୀ ଅପୋଜିସନ୍ ଅନୁଷ୍ଠିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର