ହର୍ମୁଜ୍‌ ସମୁଦ୍ର ତଳ କେବୁଲ କାଟି ସାରା ବିଶ୍ୱର ଇଣ୍ଟରନେଟ୍‌‌ ବନ୍ଦ କରିବ ଇରାନ !

Madhusudan Das Picture
Published On

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କେବଳ ତୈଳ ଯୋଗାଣ ନୁହେଁ, ବରଂ ବିଶ୍ୱର ଡିଜିଟାଲ ବ୍ୟବସ୍ଥା ଓ ଇଣ୍ଟରନେଟ ପାଇଁ ବିପଦ ସୃଷ୍ଟି କରିଛି। ହର୍ମୁଜ ପ୍ରଣାଳୀ ଓ ଲୋହିତ ସାଗର ଦେଇ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ଅଣ୍ଡର ସି ଫାଇବର-ଅପ୍ଟିକ କେବୁଲଗୁଡ଼ିକ ଏବେ ଯୁଦ୍ଧର ଟାର୍ଗେଟରେ ରହିଛି। ସମୁଦ୍ର ତଳେ ବିଛା ଯାଇଥିବା ଏହି ପତଳା କେବୁଲଗୁଡ଼ିକ ବିଶ୍ୱର ପ୍ରାୟ ସମସ୍ତ ଡାଟା, ବ୍ୟାଙ୍କିଙ୍ଗ ଟ୍ରାନ୍ସଫର, ଇମେଲ୍‌‌ ଓ ଏଆଇ ସେବା ପରିଚାଳନା କରେ। 

ଆହୁରି ପଢ଼ନ୍ତୁ: ୩୦,୦୦୦ କର୍ମଚାରୀଙ୍କୁ ବାହାର କଲା ଓରାକଲ୍‌ କମ୍ପାନୀ, ସହ-ପ୍ରତିଷ୍ଠାତା ଲାରି ଏଲିସନଙ୍କୁ ୧୮ ଲକ୍ଷ କୋଟି ଟଙ୍କାର ଝଟକା

ଲୋହିତ ସାଗର ଓ ହର୍ମୁଜ ପ୍ରଣାଳୀ ଦେଇ ପ୍ରାୟ ୨୦ଟି ପ୍ରମୁଖ କେବୁଲ ଯାଇଛି। ଏଥି ମଧ୍ୟରେ ଏଏଇ-୧, ଫାଲକନ, ଟାଟା- ଟିଜିଏନ୍‌‌ ଗଲ୍‌‌ ପରି କେବୁଲ ଅନ୍ତର୍ଭୁକ୍ତ, ଯାହା ଭାରତର ଅନ୍ତର୍ଜାତୀୟ କନେକ୍ଟିଭିଟି ପାଇଁ ଅତ୍ୟନ୍ତ ଜରୁରୀ। ଗୁଗଲ, ମାଇକ୍ରୋସଫ୍ଟ ଓ ଆମାଜାନ ପରି କମ୍ପାନୀଗୁଡ଼ିକ ଉପସାଗରୀୟ ଦେଶଗୁଡ଼ିକରେ ବିଶାଳ ଡାଟା ସେଣ୍ଟର ନିର୍ମାଣ କରିଛନ୍ତି, ଯାହା କେବୁଲ ଉପରେ ନିର୍ଭରଶୀଳ। ଇରାନର ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ମାଇନ୍‌‌ ବିଛା ଯାଇଥିବାରୁ ମରାମତି ଜାହାଜଗୁଡ଼ିକ ସେହି ଅଞ୍ଚଳକୁ ଯାଇପାରୁନାହାନ୍ତି। ଯଦି କୌଣସି କାରଣରୁ କେବୁଲ କଟିଯାଏ, ତେବେ ଏହାକୁ ଠିକ୍‌‌ କରିବା ପାଇଁ ସପ୍ତାହ କିମ୍ବା ମାସମାସ ସମୟ ଲାଗିପାରେ। ଯଦିଓ ଇରାନର ଅନେକ ନୌଜାହାଜ ବୁଡ଼ି ଯାଇଛି, ତଥାପି ସେମାନଙ୍କ ଅଣ୍ଡରୱାଟର ଟିମ୍‌‌ ଏବଂ ଶ୍ୟାଡୋ ଫ୍ଲିଟ୍‌‌ କେବୁଲ କାଟିବାରେ ସକ୍ଷମ ବୋଲି ଆଶଙ୍କା କରାଯାଉଛି। ଯଦି ଏହି ଚୋକ ପଏଣ୍ଟଗୁଡ଼ିକରେ କେବୁଲ କ୍ଷତିଗ୍ରସ୍ତ ହୁଏ, ତେବେ ଭାରତରେ ଇଣ୍ଟରନେଟ ଗତି ଅତ୍ୟନ୍ତ ଧିମା ହୋଇଯିବ ଓ ଆର୍ଥିକ କାରବାର ବାଧାପ୍ରାପ୍ତ ହେବ ବୋଲି କୁହାଯାଉଛି । 

ଆହୁରି ପଢ଼ନ୍ତୁ: ବୃଦ୍ଧ ମାତାପିତାଙ୍କୁ ବୋଝ ଭାବୁଥିବା ସନ୍ତାନସନ୍ତତିଙ୍କୁ ଆର୍ଥିକ ଛାଟ: ଅସହାୟ ଛାଡ଼ିଲେ କଟିବ ୧୫% ଦରମା

20 Mar 2026 By Madhusudan Das

ହର୍ମୁଜ୍‌ ସମୁଦ୍ର ତଳ କେବୁଲ କାଟି ସାରା ବିଶ୍ୱର ଇଣ୍ଟରନେଟ୍‌‌ ବନ୍ଦ କରିବ ଇରାନ !

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କେବଳ ତୈଳ ଯୋଗାଣ ନୁହେଁ, ବରଂ ବିଶ୍ୱର ଡିଜିଟାଲ ବ୍ୟବସ୍ଥା ଓ ଇଣ୍ଟରନେଟ ପାଇଁ ବିପଦ ସୃଷ୍ଟି କରିଛି। ହର୍ମୁଜ ପ୍ରଣାଳୀ ଓ ଲୋହିତ ସାଗର ଦେଇ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ଅଣ୍ଡର ସି ଫାଇବର-ଅପ୍ଟିକ କେବୁଲଗୁଡ଼ିକ ଏବେ ଯୁଦ୍ଧର ଟାର୍ଗେଟରେ ରହିଛି। ସମୁଦ୍ର ତଳେ ବିଛା ଯାଇଥିବା ଏହି ପତଳା କେବୁଲଗୁଡ଼ିକ ବିଶ୍ୱର ପ୍ରାୟ ସମସ୍ତ ଡାଟା, ବ୍ୟାଙ୍କିଙ୍ଗ ଟ୍ରାନ୍ସଫର, ଇମେଲ୍‌‌ ଓ ଏଆଇ ସେବା ପରିଚାଳନା କରେ। 

ଲୋହିତ ସାଗର ଓ ହର୍ମୁଜ ପ୍ରଣାଳୀ ଦେଇ ପ୍ରାୟ ୨୦ଟି ପ୍ରମୁଖ କେବୁଲ ଯାଇଛି। ଏଥି ମଧ୍ୟରେ ଏଏଇ-୧, ଫାଲକନ, ଟାଟା- ଟିଜିଏନ୍‌‌ ଗଲ୍‌‌ ପରି କେବୁଲ ଅନ୍ତର୍ଭୁକ୍ତ, ଯାହା ଭାରତର ଅନ୍ତର୍ଜାତୀୟ କନେକ୍ଟିଭିଟି ପାଇଁ ଅତ୍ୟନ୍ତ ଜରୁରୀ। ଗୁଗଲ, ମାଇକ୍ରୋସଫ୍ଟ ଓ ଆମାଜାନ ପରି କମ୍ପାନୀଗୁଡ଼ିକ ଉପସାଗରୀୟ ଦେଶଗୁଡ଼ିକରେ ବିଶାଳ ଡାଟା ସେଣ୍ଟର ନିର୍ମାଣ କରିଛନ୍ତି, ଯାହା କେବୁଲ ଉପରେ ନିର୍ଭରଶୀଳ। ଇରାନର ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ମାଇନ୍‌‌ ବିଛା ଯାଇଥିବାରୁ ମରାମତି ଜାହାଜଗୁଡ଼ିକ ସେହି ଅଞ୍ଚଳକୁ ଯାଇପାରୁନାହାନ୍ତି। ଯଦି କୌଣସି କାରଣରୁ କେବୁଲ କଟିଯାଏ, ତେବେ ଏହାକୁ ଠିକ୍‌‌ କରିବା ପାଇଁ ସପ୍ତାହ କିମ୍ବା ମାସମାସ ସମୟ ଲାଗିପାରେ। ଯଦିଓ ଇରାନର ଅନେକ ନୌଜାହାଜ ବୁଡ଼ି ଯାଇଛି, ତଥାପି ସେମାନଙ୍କ ଅଣ୍ଡରୱାଟର ଟିମ୍‌‌ ଏବଂ ଶ୍ୟାଡୋ ଫ୍ଲିଟ୍‌‌ କେବୁଲ କାଟିବାରେ ସକ୍ଷମ ବୋଲି ଆଶଙ୍କା କରାଯାଉଛି। ଯଦି ଏହି ଚୋକ ପଏଣ୍ଟଗୁଡ଼ିକରେ କେବୁଲ କ୍ଷତିଗ୍ରସ୍ତ ହୁଏ, ତେବେ ଭାରତରେ ଇଣ୍ଟରନେଟ ଗତି ଅତ୍ୟନ୍ତ ଧିମା ହୋଇଯିବ ଓ ଆର୍ଥିକ କାରବାର ବାଧାପ୍ରାପ୍ତ ହେବ ବୋଲି କୁହାଯାଉଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର