ବିମାନରେ ବୋମା ଆତଙ୍କ: କୁଏତରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ଅହମଦାବାଦରେ କଲା ଜରୁରୀ ଅବତରଣ

Madhusudan Das Picture
Published On

ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ । କୁଏତରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଆତଙ୍କ ଖେଳିଯାଇଥିଲା। ଏହି ସୂଚନା ମିଳିବା ପରେ ବିମାନଟିକୁ ତୁରନ୍ତ ଗୁଜୁରାଟର ଅହମଦାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଭାବେ ଅବତରଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଉତ୍କଳ ଦିବସ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ

ରିପୋର୍ଟ ଅନୁଯାୟୀ, ଏହି ବିମାନରେ ମୋଟ ୧୮୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବିମାନଟି ସକାଳ ପ୍ରାୟ ୬.୪୦ ମିନିଟ ସମୟରେ ଅହମଦାବାଦ ବିମାନବନ୍ଦରରେ ଅବତରଣ କରିଥିଲା। ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆ ସଙ୍କଟ: ଇରାନ-ଆମେରିକା ଯୁଦ୍ଧକୁ ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍ ମୋଦୀ

ସୂଚନା ମୁତାବକ, ବିମାନ ଉଡ଼ାଣ ଭରୁଥିବା ସମୟରେ ଜଣେ ଯାତ୍ରୀ ବିମାନ ମଧ୍ୟରେ ଏକ ହାତ ଲେଖା ଚିଠି ପାଇଥିଲେ, ଯେଉଁଥିରେ ବିମାନରେ ବୋମା ଥିବା ନେଇ ଦାବି କରାଯାଇଥିଲା। ଏହା ଦେଖିବା ପରେ ତୁରନ୍ତ ପାଇଲଟଙ୍କୁ ଜଣାଯାଇଥିଲା ଏବଂ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହ ଯୋଗାଯୋଗ କରି ବିମାନକୁ ଅହମଦାବାଦ ଆଡ଼କୁ ବୁଲାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀ ବନ୍ଦ ହୋଇନାହିଁ, ଇରାନର କଡ଼ା ନିରୀକ୍ଷଣରେ ଚାଲିଛି ଜାହାଜ ଯାତାୟାତ: ପ୍ରେସ୍ ଟିଭି ଭିଡିଓରୁ ସ୍ପଷ୍ଟ

ବିମାନବନ୍ଦରରେ ସୁରକ୍ଷାକର୍ମୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବିମାନଟିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ସୁରକ୍ଷା କ୍ଲିୟରାନ୍ସ ମିଳିବା ପରେ ବିମାନଟି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ ବୋଲି ଆଶା କରାଯାଉଛି।

30 Jan 2026 By Madhusudan Das

ବିମାନରେ ବୋମା ଆତଙ୍କ: କୁଏତରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ଅହମଦାବାଦରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ । କୁଏତରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଆତଙ୍କ ଖେଳିଯାଇଥିଲା। ଏହି ସୂଚନା ମିଳିବା ପରେ ବିମାନଟିକୁ ତୁରନ୍ତ ଗୁଜୁରାଟର ଅହମଦାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଭାବେ ଅବତରଣ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ବିମାନରେ ମୋଟ ୧୮୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବିମାନଟି ସକାଳ ପ୍ରାୟ ୬.୪୦ ମିନିଟ ସମୟରେ ଅହମଦାବାଦ ବିମାନବନ୍ଦରରେ ଅବତରଣ କରିଥିଲା। ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।

ସୂଚନା ମୁତାବକ, ବିମାନ ଉଡ଼ାଣ ଭରୁଥିବା ସମୟରେ ଜଣେ ଯାତ୍ରୀ ବିମାନ ମଧ୍ୟରେ ଏକ ହାତ ଲେଖା ଚିଠି ପାଇଥିଲେ, ଯେଉଁଥିରେ ବିମାନରେ ବୋମା ଥିବା ନେଇ ଦାବି କରାଯାଇଥିଲା। ଏହା ଦେଖିବା ପରେ ତୁରନ୍ତ ପାଇଲଟଙ୍କୁ ଜଣାଯାଇଥିଲା ଏବଂ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହ ଯୋଗାଯୋଗ କରି ବିମାନକୁ ଅହମଦାବାଦ ଆଡ଼କୁ ବୁଲାଇ ଦେଇଥିଲେ।

ବିମାନବନ୍ଦରରେ ସୁରକ୍ଷାକର୍ମୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବିମାନଟିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ସୁରକ୍ଷା କ୍ଲିୟରାନ୍ସ ମିଳିବା ପରେ ବିମାନଟି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର