ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ଏହି ସବୁ ସାମଗ୍ରୀ ଉପରେ ଆଉ ଲାଗିବନି ଟିକସ...

Madhusudan Das Picture
Published On

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ହେବାକୁ ଥିବା ଐତିହାସିକ ବାଣିଜ୍ୟ ଚୁକ୍ତି (India-US Trade Deal) ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଶନିବାର ସ୍ପଷ୍ଟ କରିଛନ୍ତି ଯେ ଏହି ଚୁକ୍ତି ଅନ୍ତର୍ଗତ ପାରସ୍ପରିକ ଟାରିଫ୍ ହାରକୁ ୫୦%ରୁ ହ୍ରାସ କରାଯାଇ ୧୮% ସ୍ଥିର କରାଯାଇଛି, ଯାହା ପଡୋଶୀ ଦେଶମାନଙ୍କ ତୁଳନାରେ ଯଥେଷ୍ଟ କମ୍। ଏହା ଭାରତୀୟ ରପ୍ତାନି କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ ଯୋଗାଇବ।

ଆହୁରି ପଢ଼ନ୍ତୁ: କାନପୁରରେ ଲଜ୍ଜା: କୋଟିପତି ହେବା ପାଇଁ ବୋହୂକୁ ଉଲଗ୍ନ କରି ତାନ୍ତ୍ରିକ ପୂଜା, ଶାଶୁଘର ଲୋକଙ୍କ ନାମରେ ଏତଲା

ମନ୍ତ୍ରୀ ଗୋୟଲ ଏକ ତାଲିକା ଜାରି କରିଛନ୍ତି ଯେଉଁଥିରେ ସେହି ସାମଗ୍ରୀଗୁଡ଼ିକୁ ସାମିଲ କରାଯାଇଛି ଯାହା ଉପରେ ଆମେରିକାରେ କୌଣସି ଆମଦାନୀ ଶୁଳ୍କ (Zero Duty) ଲାଗିବ ନାହିଁ। ଏହି ତାଲିକାରେ ମୁଖ୍ୟତଃ ରତ୍ନ ଓ ହୀରା, ଫାର୍ମାସ୍ୟୁଟିକାଲ୍ସ (ଔଷଧ), ବିମାନର ଯନ୍ତ୍ରାଂଶ ଏବଂ ସ୍ମାର୍ଟଫୋନ୍ ରହିଛି। ଏହା ବ୍ୟତୀତ କୃଷିଜାତ ଦ୍ରବ୍ୟ ଯଥା- ମସଲା, ଚା’, କଫି, ନଡ଼ିଆ ଓ ନଡ଼ିଆ ତେଲ, କାଜୁ, ଆମ୍ବ, କଦଳୀ, ସପୁରୀ, ଛତୁ ଏବଂ କିଛି ନିର୍ଦ୍ଦିଷ୍ଟ ବେକେରୀ ସାମଗ୍ରୀ ମଧ୍ୟ ବିନା ଶୁଳ୍କରେ ଆମେରିକା ବଜାରରେ ପ୍ରବେଶ କରିପାରିବ।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ ହେବ ଫ୍ଲୋରିଡା ବିମାନବନ୍ଦର, ବିଲ୍‌ରେ ମୋହର ମାରିଲେ ଗଭର୍ଣ୍ଣର

ପୀୟୂଷ ଗୋୟଲ ଆଶ୍ୱାସନା ଦେଇଛନ୍ତି ଯେ, ଏହି ଚୁକ୍ତିରେ ଭାରତର ସମ୍ବେଦନଶୀଳ କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି। ଆମେରିକାରୁ ଭାରତ ଆସୁଥିବା କୃଷିଜାତ ଦ୍ରବ୍ୟ ଉପରେ କୌଣସି ଶୁଳ୍କ ରିହାତି ଦିଆଯାଇ ନାହିଁ ଏବଂ କୌଣସି ଜେନେଟିକାଲି ମୋଡିଫାଏଡ୍ (GM) ଉତ୍ପାଦକୁ ଭାରତରେ ଅନୁମତି ମିଳିବ ନାହିଁ। ଅନ୍ୟପକ୍ଷରେ, ଜେନେରିକ୍ ଔଷଧ ଏବଂ ଅଟୋ ପାର୍ଟସ୍ ଉପରେ ଶୁଳ୍କ ଛାଡ଼ ଯୋଗୁଁ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ହସ୍ପିଟାଲରେ କିଡ୍‌ନୀ ରାକେଟ: ୬ ଲକ୍ଷରେ କିଣି ୮୦ ଲକ୍ଷରେ ବିକ୍ରି, ୫ ଡାକ୍ତର ଗିରଫ

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏହି ବାଣିଜ୍ୟ ଚୁକ୍ତି ଘୋଷଣା କରିଥିଲେ। ଏହି ବୁଝାମଣା ଅନୁଯାୟୀ, ଭାରତ ଆଗାମୀ ୫ ବର୍ଷ ମଧ୍ୟରେ ଆମେରିକାରୁ ପ୍ରାୟ ୫୦୦ ବିଲିୟନ ଡଲାର ମୂଲ୍ୟର ଶକ୍ତି, ବିମାନ ଓ ପ୍ରଯୁକ୍ତିବିଦ୍ୟା ସାମଗ୍ରୀ କ୍ରୟ କରିବାକୁ ଲକ୍ଷ୍ୟ ରଖିଛି।

07 Feb 2026 By Madhusudan Das

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ଏହି ସବୁ ସାମଗ୍ରୀ ଉପରେ ଆଉ ଲାଗିବନି ଟିକସ...

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ହେବାକୁ ଥିବା ଐତିହାସିକ ବାଣିଜ୍ୟ ଚୁକ୍ତି (India-US Trade Deal) ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଶନିବାର ସ୍ପଷ୍ଟ କରିଛନ୍ତି ଯେ ଏହି ଚୁକ୍ତି ଅନ୍ତର୍ଗତ ପାରସ୍ପରିକ ଟାରିଫ୍ ହାରକୁ ୫୦%ରୁ ହ୍ରାସ କରାଯାଇ ୧୮% ସ୍ଥିର କରାଯାଇଛି, ଯାହା ପଡୋଶୀ ଦେଶମାନଙ୍କ ତୁଳନାରେ ଯଥେଷ୍ଟ କମ୍। ଏହା ଭାରତୀୟ ରପ୍ତାନି କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ ଯୋଗାଇବ।

ମନ୍ତ୍ରୀ ଗୋୟଲ ଏକ ତାଲିକା ଜାରି କରିଛନ୍ତି ଯେଉଁଥିରେ ସେହି ସାମଗ୍ରୀଗୁଡ଼ିକୁ ସାମିଲ କରାଯାଇଛି ଯାହା ଉପରେ ଆମେରିକାରେ କୌଣସି ଆମଦାନୀ ଶୁଳ୍କ (Zero Duty) ଲାଗିବ ନାହିଁ। ଏହି ତାଲିକାରେ ମୁଖ୍ୟତଃ ରତ୍ନ ଓ ହୀରା, ଫାର୍ମାସ୍ୟୁଟିକାଲ୍ସ (ଔଷଧ), ବିମାନର ଯନ୍ତ୍ରାଂଶ ଏବଂ ସ୍ମାର୍ଟଫୋନ୍ ରହିଛି। ଏହା ବ୍ୟତୀତ କୃଷିଜାତ ଦ୍ରବ୍ୟ ଯଥା- ମସଲା, ଚା’, କଫି, ନଡ଼ିଆ ଓ ନଡ଼ିଆ ତେଲ, କାଜୁ, ଆମ୍ବ, କଦଳୀ, ସପୁରୀ, ଛତୁ ଏବଂ କିଛି ନିର୍ଦ୍ଦିଷ୍ଟ ବେକେରୀ ସାମଗ୍ରୀ ମଧ୍ୟ ବିନା ଶୁଳ୍କରେ ଆମେରିକା ବଜାରରେ ପ୍ରବେଶ କରିପାରିବ।

ପୀୟୂଷ ଗୋୟଲ ଆଶ୍ୱାସନା ଦେଇଛନ୍ତି ଯେ, ଏହି ଚୁକ୍ତିରେ ଭାରତର ସମ୍ବେଦନଶୀଳ କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି। ଆମେରିକାରୁ ଭାରତ ଆସୁଥିବା କୃଷିଜାତ ଦ୍ରବ୍ୟ ଉପରେ କୌଣସି ଶୁଳ୍କ ରିହାତି ଦିଆଯାଇ ନାହିଁ ଏବଂ କୌଣସି ଜେନେଟିକାଲି ମୋଡିଫାଏଡ୍ (GM) ଉତ୍ପାଦକୁ ଭାରତରେ ଅନୁମତି ମିଳିବ ନାହିଁ। ଅନ୍ୟପକ୍ଷରେ, ଜେନେରିକ୍ ଔଷଧ ଏବଂ ଅଟୋ ପାର୍ଟସ୍ ଉପରେ ଶୁଳ୍କ ଛାଡ଼ ଯୋଗୁଁ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏହି ବାଣିଜ୍ୟ ଚୁକ୍ତି ଘୋଷଣା କରିଥିଲେ। ଏହି ବୁଝାମଣା ଅନୁଯାୟୀ, ଭାରତ ଆଗାମୀ ୫ ବର୍ଷ ମଧ୍ୟରେ ଆମେରିକାରୁ ପ୍ରାୟ ୫୦୦ ବିଲିୟନ ଡଲାର ମୂଲ୍ୟର ଶକ୍ତି, ବିମାନ ଓ ପ୍ରଯୁକ୍ତିବିଦ୍ୟା ସାମଗ୍ରୀ କ୍ରୟ କରିବାକୁ ଲକ୍ଷ୍ୟ ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର