ପରିବେଶବିତ୍ ସୋନମ ୱାଙ୍ଗଚୁକ୍‌ଙ୍କ ନାଁରୁ NSA ହଟାଇଲେ କେନ୍ଦ୍ର ସରକାର, ଖୁବଶୀଘ୍ର ମୁକୁଳିବେ ଜେଲ୍‌ରୁ

Madhusudan Das Picture
Published On

ନୂଆଦିଲ୍ଲୀ: ସୋନମ ୱାଙ୍ଗଚୁକ୍‌ଙ୍କ ନାଁରୁ NSA ହଟାଇଲେ ସରକାର । ଖୁବଶୀଘ୍ର ଜେଲ୍‌ରୁ ମୁକୁଳିବେ ଲଦାଖ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁକ । କେନ୍ଦ୍ର ସରକାର ଶନିବାର ଦିନ ଜାତୀୟ ସୁରକ୍ଷା ଆଇନ (National Security Act - NSA) ଅଧୀନରେ ବନ୍ଦୀ ଥିବା ଲଦାଖର ପ୍ରସିଦ୍ଧ ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅଟକାଦେଶକୁ ତୁରନ୍ତ ପ୍ରତ୍ୟାହାର କରିନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଲଦାଖରେ ଶାନ୍ତି, ସ୍ଥିରତା ଏବଂ ପାରସ୍ପରିକ ବିଶ୍ୱାସର ପରିବେଶ ସୃଷ୍ଟି କରିବା ପାଇଁ ସରକାର ପ୍ରତିବଦ୍ଧ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ଆକ୍ରମଣରେ ଖସିଲା ଆମେରିକା ବାୟୁସେନାର ୨ଟି ଲଢୁଆ ବିମାନ ଏଫ୍-୧୫-ଇ ଏବଂ ଏ-୧୦ ଥଣ୍ଡରବୋଲ୍ଟ

ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ସମସ୍ତ ଅଂଶୀଦାରଙ୍କ ସହ ସକାରାତ୍ମକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନାକୁ ସହଜ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ସରକାରଙ୍କ କହିବା ଅନୁଯାୟୀ, ସୋନମ ୱାଙ୍ଗଚୁକ ତାଙ୍କ ଅଟକ ଅବଧିର ପ୍ରାୟ ଅଧା ସମୟ କାଟି ସାରିଛନ୍ତି। ଅନ୍ୟପକ୍ଷରେ, ଲଦାଖରେ କ୍ରମାଗତ ବନ୍ଦ ଏବଂ ବିକ୍ଷୋଭ ଯୋଗୁଁ ଛାତ୍ରଛାତ୍ରୀ, ବ୍ୟବସାୟୀ, ପର୍ଯ୍ୟଟକ ଏବଂ ସମଗ୍ର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ସରକାର ଦର୍ଶାଇଛନ୍ତି ଏବଂ ଏହାକୁ ରୋକିବା ପାଇଁ ସ୍ଥାନୀୟ ନେତାମାନଙ୍କ ସହ ନିରନ୍ତର ଆଲୋଚନା ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲରେ ଆରମ୍ଭ ହେବ ତେଜସ୍ ମାର୍କ-୧ଏ ର ପରୀକ୍ଷଣ: ପ୍ରସ୍ତୁତ ହେଲା ୧୮ଟି ଫାଇଟର ଜେଟ୍

ସରକାରଙ୍କ ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର କିଛି ଦିନ ପରେ ଆସିଛି। ସୁପ୍ରିମକୋର୍ଟ ମାର୍ଚ୍ଚ ୧୭ ତାରିଖକୁ ଶୁଣାଣି ଘୁଞ୍ଚାଇବା ସହ ୱାଙ୍ଗଚୁକଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ଅଟକ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ରକୁ କହିଥିଲେ। ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ସୁପ୍ରିମକୋର୍ଟରେ ଏହି ଅଟକକୁ ଚ୍ୟାଲେଞ୍ଜ କରିଥିଲେ, ଯାହାର ପ୍ରଥମ ଶୁଣାଣି ଗତବର୍ଷ ଅକ୍ଟୋବର ୬ରେ ହୋଇଥିଲା। 

ଆହୁରି ପଢ଼ନ୍ତୁ: AI କାରଣରୁ ଚାକିରି ହରାଇ ସ୍ୱାମୀ କଲେ ଆତ୍ମହତ୍ୟା, ୨୦ ମିନିଟ୍ ପରେ ୧୮ତମ ମହଲାରୁ ଡେଇଁ ପଡ଼ିଲେ ପତ୍ନୀ

ଲଦାଖକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଆନ୍ଦୋଳନ ତୀବ୍ର ହେବା ପରେ, ଗତ ସେପ୍ଟେମ୍ବର ୨୬, ୨୦୨୫ରେ ଲେହ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ୱାଙ୍ଗଚୁକଙ୍କୁ ଏନଏସଏ (NSA) ବଳରେ ଅଟକ ରଖାଯାଇଥିଲା। ପରେ ତାଙ୍କୁ ରାଜସ୍ଥାନର ଜୋଧପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସରକାର ଅଭିଯୋଗ କରିଥିଲେ ଯେ, ୱାଙ୍ଗଚୁକ ନେପାଳ ଓ ବାଂଲାଦେଶ ଭଳି ବିଦ୍ରୋହ ପାଇଁ ଯୁବକମାନଙ୍କୁ ଉସକାଉଥିଲେ। ଏଥିସହ ସେପ୍ଟେମ୍ବର ୨୪ ତାରିଖର ହିଂସା ସହ ମଧ୍ୟ ତାଙ୍କୁ ଯୋଡ଼ା ଯାଇଥିଲା, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୬୦ରୁ ଅଧିକ ଲୋକ ଆହତ ହୋଇଥିଲେ।

14 Mar 2026 By Madhusudan Das

ପରିବେଶବିତ୍ ସୋନମ ୱାଙ୍ଗଚୁକ୍‌ଙ୍କ ନାଁରୁ NSA ହଟାଇଲେ କେନ୍ଦ୍ର ସରକାର, ଖୁବଶୀଘ୍ର ମୁକୁଳିବେ ଜେଲ୍‌ରୁ

ନୂଆଦିଲ୍ଲୀ: ସୋନମ ୱାଙ୍ଗଚୁକ୍‌ଙ୍କ ନାଁରୁ NSA ହଟାଇଲେ ସରକାର । ଖୁବଶୀଘ୍ର ଜେଲ୍‌ରୁ ମୁକୁଳିବେ ଲଦାଖ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁକ । କେନ୍ଦ୍ର ସରକାର ଶନିବାର ଦିନ ଜାତୀୟ ସୁରକ୍ଷା ଆଇନ (National Security Act - NSA) ଅଧୀନରେ ବନ୍ଦୀ ଥିବା ଲଦାଖର ପ୍ରସିଦ୍ଧ ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅଟକାଦେଶକୁ ତୁରନ୍ତ ପ୍ରତ୍ୟାହାର କରିନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଲଦାଖରେ ଶାନ୍ତି, ସ୍ଥିରତା ଏବଂ ପାରସ୍ପରିକ ବିଶ୍ୱାସର ପରିବେଶ ସୃଷ୍ଟି କରିବା ପାଇଁ ସରକାର ପ୍ରତିବଦ୍ଧ ରହିଛନ୍ତି।

ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ସମସ୍ତ ଅଂଶୀଦାରଙ୍କ ସହ ସକାରାତ୍ମକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନାକୁ ସହଜ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ସରକାରଙ୍କ କହିବା ଅନୁଯାୟୀ, ସୋନମ ୱାଙ୍ଗଚୁକ ତାଙ୍କ ଅଟକ ଅବଧିର ପ୍ରାୟ ଅଧା ସମୟ କାଟି ସାରିଛନ୍ତି। ଅନ୍ୟପକ୍ଷରେ, ଲଦାଖରେ କ୍ରମାଗତ ବନ୍ଦ ଏବଂ ବିକ୍ଷୋଭ ଯୋଗୁଁ ଛାତ୍ରଛାତ୍ରୀ, ବ୍ୟବସାୟୀ, ପର୍ଯ୍ୟଟକ ଏବଂ ସମଗ୍ର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ସରକାର ଦର୍ଶାଇଛନ୍ତି ଏବଂ ଏହାକୁ ରୋକିବା ପାଇଁ ସ୍ଥାନୀୟ ନେତାମାନଙ୍କ ସହ ନିରନ୍ତର ଆଲୋଚନା ଜାରି ରଖିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର କିଛି ଦିନ ପରେ ଆସିଛି। ସୁପ୍ରିମକୋର୍ଟ ମାର୍ଚ୍ଚ ୧୭ ତାରିଖକୁ ଶୁଣାଣି ଘୁଞ୍ଚାଇବା ସହ ୱାଙ୍ଗଚୁକଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ଅଟକ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ରକୁ କହିଥିଲେ। ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ସୁପ୍ରିମକୋର୍ଟରେ ଏହି ଅଟକକୁ ଚ୍ୟାଲେଞ୍ଜ କରିଥିଲେ, ଯାହାର ପ୍ରଥମ ଶୁଣାଣି ଗତବର୍ଷ ଅକ୍ଟୋବର ୬ରେ ହୋଇଥିଲା। 

ଲଦାଖକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଆନ୍ଦୋଳନ ତୀବ୍ର ହେବା ପରେ, ଗତ ସେପ୍ଟେମ୍ବର ୨୬, ୨୦୨୫ରେ ଲେହ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ୱାଙ୍ଗଚୁକଙ୍କୁ ଏନଏସଏ (NSA) ବଳରେ ଅଟକ ରଖାଯାଇଥିଲା। ପରେ ତାଙ୍କୁ ରାଜସ୍ଥାନର ଜୋଧପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସରକାର ଅଭିଯୋଗ କରିଥିଲେ ଯେ, ୱାଙ୍ଗଚୁକ ନେପାଳ ଓ ବାଂଲାଦେଶ ଭଳି ବିଦ୍ରୋହ ପାଇଁ ଯୁବକମାନଙ୍କୁ ଉସକାଉଥିଲେ। ଏଥିସହ ସେପ୍ଟେମ୍ବର ୨୪ ତାରିଖର ହିଂସା ସହ ମଧ୍ୟ ତାଙ୍କୁ ଯୋଡ଼ା ଯାଇଥିଲା, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୬୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର