ବିଜେପି ନେତାଙ୍କ ଆତଙ୍କରାଜ: ଚାଷୀଙ୍କୁ ପିଟିପିଟି ମାରିଲେ, ଥର୍‌ ଚଢ଼ାଇଦେେଲ

Madhusudan Das Picture
Published On

ଭୋପାଳ: ମଧ୍ୟପ୍ରଦେଶରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଇଛି। କ୍ଷମତା ଏବଂ ଅର୍ଥ ବଳରେ ମଦମତ୍ତ ଥିବା ଜଣେ ବିଜେପି ନେତା ମଧ୍ୟପ୍ରଦେଶ ଗୁନା ଜିଲ୍ଲାର ଗଣେଶପୁରା ଗ୍ରାମରେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ଚଳଚ୍ଚିତ୍ରରେ ଦେଖା ଯାଉଥିବା ଦୁର୍ଦ୍ଦାନ୍ତ ଖଳନାୟକ ଚରିତ୍ରଠାରୁ ବି ସେ ଅଧିକ ନିର୍ଦ୍ଦୟୀ ଏବଂ ନୃଶଂସ ପାଲଟି ଯାଇଛନ୍ତି। ଫିଲ୍ମ ଶୈଳୀରେ ଜଣେ ଚାଷୀ ରାମସ୍ବରୂପଙ୍କୁ ନିଜ ଗୁଣ୍ଡାଙ୍କ ସହ ଘେରି ପ୍ରବଳ ମାଡ଼ ମାରିଛନ୍ତି। ହାତ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏତିକିରେ ନିର୍ଦ୍ଦୟୀଙ୍କ କ୍ଷୁଧା ମେଣ୍ଟିଲାନି ଯେ ଚାଷୀଙ୍କ ଉପରେ ଥାର ଗାଡ଼ି ଚଢ଼ାଇ ଦେଇଛନ୍ତି। ବାପା ମାଡ଼ ଖାଉଥିବା ଦେଖି ଦୁଇ ଝିଅ ଏବଂ ପତ୍ନୀ ଛଡ଼ାଇବାକୁ ଆସିଥିଲା। ମାତ୍ର ବିଜେପି ବୁଥ୍‌ କମିଟିର ଅଧ୍ୟକ୍ଷ ମହେନ୍ଦ୍ର ନାଗର ଏବଂ ତାଙ୍କ ଚାମ୍‌ଚାମାନେ ଚାରିପଟୁ ଘେରି ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଝିଅ ନେହୁରା ହେଉଥିବା ମାଆ ଏବଂ ଝିଅଙ୍କୁ ନିର୍ଦ୍ଧୂମ ମାଡ଼ ମାରିଥିଲେ। ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ। ଏପରିକି ଝିଅମାନଙ୍କ ପୋଷାକ ଚିରି ଦେଇଥିଲେ। ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ପାଇଁ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ବନ୍ଧୁକ ଦେଖି କୌଣସି ଗ୍ରାମବାସୀ ଏହି ଗରିବ ଚାଷୀଙ୍କ ପରିବାରକୁ ବିଜେପି ନେତାଙ୍କ କବଳରୁ ଛଡ଼ାଇବାକୁ ଆସି ନ ଥିଲେ। ଯିଏ ଆସିବ ତାକୁ ଗୁଳି କରିଦେବେ ବୋଲି ବିଜେପି ନେତା ଧମକ ଦେଇଥିଲେ। ଶେଷରେ ଅଧମରା କରି ଚାଲି ଯାଇଥିଲେ। କିନ୍ତୁ ଚାଷୀଙ୍କ ପ୍ରତି କେହି ଦୟା ଦେଖାଇ ମେଡିକାଲ ନେଲେ ମାରିଦେବେ ବୋଲି କହିଥିଲେ। ତେଣୁ ଲୋକେ ସବୁ ଦେଖି ବି କିଛି କରି ନ ଥିଲେ। ଏମିତିକି ଅଧମରା ଅବସ୍ଥାରେ ଚାଷୀ ପଡ଼ିଥିବାବେଳେ ବିଜେପି ନେତାଙ୍କ ଗୁଣ୍ଡା ତାଙ୍କୁ ଜଗି ରହିଥିଲେ। ଚାଷୀଙ୍କୁ ମେଡିକାଲ ନେବାକୁ ବି ଅନୁମତି ଦେଇ ନ ଥିଲେ। ଶେଷରେ ଚିକିତ୍ସା ନ ପାଇ ଚାଷୀ ପଡ଼ି ପଡ଼ି ପ୍ରାଣ ହରାଇ ଥିଲେ। 

ଆହୁରି ପଢ଼ନ୍ତୁ: Cyclone Montha Live Updates: ରାଜ୍ୟରେ ବାତ୍ୟା 'ମୋନ୍ଥା' ପ୍ରଭାବ; ବର୍ଷା-ପବନ ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍‌, ଅରେଞ୍ଜ୍‌ ଓ ୟେଲୋ ଆଲର୍ଟ...

ଜମି ବିବାଦ ପାଇଁ ବିଜେପି ନେତା ଏଭଳି ଜଘନ୍ୟ କାଣ୍ଡ କରିଛନ୍ତି। ଦୀର୍ଘ ଦିନ ହେଲା ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ସରକାରରେ ଆଇନ ଶୃଙ୍ଖଳା ସ୍ଥିତି କେମିତି ରହିଛି ଏହା ତାହାର କରୁଣ ଉଦାହରଣ। ଗତ ରବିବାର ଦ୍ବିପହରେ ରାଜଧାନୀ ଭୋପାଳଠାରୁ ମାତ୍ର ୨୦୦ କିମି ଦୂରରେ ଏଭଳି ଘଟଣା ଘଟିଥିଲା। ଏହି ଅଞ୍ଚଳ ଫତେଗଡ଼ ଥାନା ଅଧିନରେ ଆସୁଛି। କିନ୍ତୁ ବିଜେପି ନେତା ମହେନ୍ଦ୍ରଙ୍କ ଭୟରେ ସ୍ଥାନୀୟ ପୁଲିସ ବି ମାମଲାରେ ହସ୍ତକ୍ଷେପ କରି ନ ଥିଲା। ଚାଷୀଙ୍କ ଝିଅ କାନ୍ଦି କାନ୍ଦି କହିଛନ୍ତି ଯେ ମାଆ ଏବଂ ବାପା କ୍ଷେତକୁ ଯାଉଥିବା ସମୟରେ ମହେନ୍ଦ୍ର, ହରିଶ ଏବଂ ଗୌତମ ସେମାନଙ୍କୁ ଆକ୍ରମଣ କରିଥିଲେ। ବାପା ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ବି ଅପରାଧୀଙ୍କ ବନ୍ଧୁକ ଦେଖି କେହି ସହାୟତା ପାଇଁ ଆସି ନ ଥିଲେ। ବଞ୍ଚାଇବାକୁ ଯିବାରୁ ମୋତେ ତଳେ ପକାଇ ଦେଇଥିଲେ। ପୋଷାକ ଚିରି ଧମକାଇ ଥିଲେ। ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରାମସ୍ବରୂପଙ୍କ କ୍ଷତାକ୍ତ ଶରୀର ଗାଁରେ ପଡ଼ି ରହିଥିଲା। ସ୍ଥାନୀୟ ଲୋକ କହିଛନ୍ତି ଯେ ଅଭିଯୁକ୍ତ ଏବଂ ତାଙ୍କ ଲୋକମାନେ ଆହତଙ୍କୁ ଡାକ୍ତରଖାନା ନ ନେବା ପାଇଁ କହିଥିଲେ। ସେମାନେ ଗଲା ପରେ ଚାଷୀଙ୍କୁ ଗୁନା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ବାଲେଶ୍ବର ଓ ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଗ୍ରାମବାସୀ କହିଛନ୍ତି ଯେ ମହେନ୍ଦ୍ର ନାଗର ନାମ ଶୁଣିଲେ ଲୋକେ ଭୟ କରୁଛନ୍ତି। କେହି ତାଙ୍କ ବିରୋଧରେ କହିବାକୁ ସାହସ କରନ୍ତି ନାହିଁ। ସେ ବର୍ଷ ବର୍ଷ ଧରି ଅନ୍ୟମାନଙ୍କ ଜମି ହଡ଼ପ କରିଆସୁଛନ୍ତି। ମହେନ୍ଦ୍ର ଭୟରେ ୨୫ ଜଣ ଚାଷୀ ନିଜ ଚାଷ ଜମିକୁ କମ୍‌ଦାମରେ ବିକ୍ରି କରି ଗାଁ ଛାଡ଼ି ପଳାଇଛନ୍ତି। ଏହାକୁ ପ୍ରତିବାଦ କଲେ ମାଡ଼ ମରାଯାଏ କିମ୍ବା ଗାଁରୁ ବାହାର କରିଦିଆଯାଏ। କିନ୍ତୁ ରାମସ୍ୱରୂପ ମୁଣ୍ଡ ନୁଆଁଇବାକୁ ମନା କରିଦେଇଥିଲେ। ଏହା ନ ମାନିବାରୁ ତାଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା। ରାଜସ୍ଥାନର ପଚଲାୱାଡାରେ ଛଅ ବିଘା ଜମିକୁ ନେଇ ବିବାଦ କେନ୍ଦ୍ରିତ ଥିଲା।

ଆହୁରି ପଢ଼ନ୍ତୁ: ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା, ଆଜି ପାଇଁ ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ଆଲର୍ଟ....

ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ବିଭିନ୍ନ ଧାରା ଅନୁଯାୟୀ ମହେନ୍ଦ୍ର ନଗର, ଜିତେନ୍ଦ୍ର ନଗର ଏବଂ ସେମାନଙ୍କ ପରିବାରର ତିନି ଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାଜସ୍ଥାନ ଫଚତାୱାଡାର ୬ ବିଘା ଜମିକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଅନ୍ୟପଟେ ମହେନ୍ଦ୍ର ଦଳର କାର୍ଯ୍ୟକର୍ତ୍ତା ବୋଲି ଜିଲ୍ଲା ବିଜେପି ଅଧ୍ୟକ୍ଷ ଧର୍ମେନ୍ଦ୍ର ସିକାରୱାର ସ୍ବୀକାର କରିଛନ୍ତି। ଆଇନରୁ ଊର୍ଦ୍ଧ୍ବରେ କେହି ନୁହିଁନ୍ତି ବୋଲି ସେ କହିଛନ୍ତି। କିନ୍ତୁ ଏ ନେଇ ମହେନ୍ଦ୍ରଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି ତାହା ଦେଖିବା ବାକି ରହିଲା।

Join Us @ WhatsApp

About The Author

Google News
Join Us @ WhatsApp