ରାଜନଗର ଚାଷୀ ମୃତ୍ୟୁ ଘଟଣା: ତହସିଲଦାରଙ୍କ ଗୋଡ ତଳେ ପଡି ନ୍ୟାୟ ମାଗିଲେ ମୃତ ଚାଷୀଙ୍କ ପତ୍ନୀ

Madhusudan Das Picture
Published On

ରାଜନଗର: ରାଜନଗର ବ୍ଲକ ଜୁଣଗଡ଼ି ଗ୍ରାମର ଚାଷୀ ତ୍ରିଲୋଚନ ନାୟକ ମିଲର ନିର୍ଯାତନାରେ ଆଖି ବୁଜିଛନ୍ତି। ୩ ଦିନ କାଳ ମିଲ୍‌ ସାମ୍ନାରେ ଖୋଲା ଆକାଶ ତଳେ ଅଖିଆ ଅପିଆ ପଡି ରହି ଅସୁସ୍ଥ ହୋଇ ଘରେ ପହଞ୍ଚିବା କ୍ଷଣି ତାଙ୍କର ମୃତ୍ୟୁ ଘଟିଥିଲା। ୪୦ ଦିନ ମଣ୍ଡି ଓ ମିଲକୁ ଦୌଡ଼ି ଦୌଡ଼ି ନିର୍ଯାତିତ ହେବା ପରେ ଶେଷରେ ଚାଷୀଙ୍କ ଜୀବନ ଅକାଳରେ ଝରି ପଡିଛି। ଚାଷୀ ମୃତ୍ୟୁ ଖବର ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାବେଳେ ଆଜି ମୃତ ଚାଷୀଙ୍କ ପତ୍ନୀ ଭାରତୀ ନାୟକ ମିଲର ଓ ସମବାୟ ସମିତି କର୍ମଚାରୀଙ୍କ ନିର୍ଯାତନା ପାଇଁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ନେଇ ଲିଖିତ ଭାବେ ରାଜନଗର ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ତହସିଲଦାର ଯୀଶୁକୃଷ୍ଣ ଦାସ ମୃତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ମୃତ ଚାଷୀଙ୍କ ପତ୍ନୀ ଭାରତୀ ଗାଁ ଦାଣ୍ଡରେ ତହସିଲଦାରଙ୍କ ଗୋଡ ତଳେ ପଡି ନ୍ୟାୟ ମାଗିବା ସହିତ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଦାୟୀ ମିଲର ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

ମୃତ ତ୍ରିଲୋଚନଙ୍କ ପତ୍ନୀ ଭାରତୀ ନାୟକ ରାଜନଗର ତହସିଲରେ ପହଞ୍ଚି ଲିଖିତ ଭାବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ସେବା ସମବାୟ ସମିତି କର୍ମଚାରୀ ଓ ମିଲର ଦାୟୀ ବୋଲି ଅଭିଯୋଗ କରିଛନ୍ତି। ମୋ’ ସ୍ୱାମୀ ଜଣେ ସରଳ, ନିଷ୍ଠାବାନ ଓ ପରିଶ୍ରମୀ ଚାଷୀ ଥିଲେ। ସେ ଆମ ପରିବାରର ଏକମାତ୍ର ଆର୍ଥିକ ଆଧାର ଥିଲେ। କିନ୍ତୁ ମଣ୍ଡି ଓ ମିଲ୍‌ ପକ୍ଷରୁ ଅନ୍ୟାୟ, ଅବହେଳା ଓ ଅତ୍ୟାଚାର ସହି ନ ପାରି ସେ ଅକାଳରେ ପ୍ରାଣ ହରାଇଛନ୍ତି। 

ଆହୁରି ପଢ଼ନ୍ତୁ: ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ

ଜାନୁଆରୀ ୧୬ ତାରିଖରେ ମଣ୍ଡିରେ ଧାନ ବିକ୍ରୟ ପାଇଁ ମୋବାଇଲ୍‌ରେ ସୂଚନା (ଟୋକନ୍‌) ଆସିଥିଲା ଓ ଫେବ୍ରୁଆରୀ ୧୫ ଶେଷ ତାରିଖ ନିର୍ଦ୍ଧାରିତ ଥିଲା। ସେହିଦିନଠାରୁ ସ୍ୱାମୀ ଓ ତାଙ୍କ ଭାଇମାନେ ନିୟମିତ ଈଶ୍ୱରପୁରସ୍ଥ ଡାଙ୍ଗମାଳ ସେବା ସମବାୟ ସମିତି ମଣ୍ଡିକୁ ଯାଉଥିଲେ। କିନ୍ତୁ ସମିତି ଇଚ୍ଛାପୂର୍ବକ ଧାନ ଗ୍ରହଣ କରୁ ନ ଥିଲେ ଓ ବାରମ୍ୱାର ଦୌଡାଉଥିଲେ।  ମୋ’ ସ୍ୱାମୀ ୪୦ ଦିନ ଧରି ମଣ୍ଡି ଓ ମିଲ୍‌କୁ ଦୌଡ଼ି ଦୌଡ଼ି ନିର୍ଯାତିତ ହୋଇଥିଲେ। ୨୨ ତାରିଖ ଦିନ ସହସମ୍ପାଦକ କ୍ୱିଣ୍ଟାଲ ପିଛା ୬ କେଜି କଟାଯିବ କହିବା ସହ ଆମଠାରୁ ୧୦୦୦ ଟଙ୍କା ନେଇ ରାମଚଣ୍ଡୀ ମିଲରେ ଧାନ ଦେବାକୁ କହିଥିଲେ। ମୋ’ ସ୍ୱାମୀ ୨୩ ତାରିଖ ଦିନ ନିଜ ଖର୍ଚ୍ଚରେ ଟ୍ରାକ୍ଟର ଭଡା କରି ମିଲକୁ ଧାନ ନେଇଥିଲେ। ସେ ତିନି ଦିନ ଧରି ଖୋଲା ଆକାଶ ତଳେ ମିଲ୍‌ ସାମ୍ନାରେ ଅଖିଆଅପିଆ ପଡ଼ି ରହିଥିଲେ। ସେ ଶାରୀରିକ ଭାବେ ଦୁର୍ବଳ ଓ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥତା ସମୟରେ ମଧ୍ୟ ମିଲର୍‌ ପକ୍ଷରୁ ଧାନ ଅନ୍‌ଲୋଡ୍‌ କରିବା ପାଇଁ ୩,୦୦୦ ଟଙ୍କା ଅବୈଧ ଦାବି କରାଯାଇଥିଲା ଓ ପ୍ରତି କ୍ୱିଣ୍ଟାଲ୍‌କୁ ୩ କେଜି କରି କଟ୍‌ନୀ କରାଯାଇଥିଲା। ସ୍ୱାମୀଙ୍କ ନାମରେ ୫୧ କ୍ୱିଣ୍ଟାଲ୍‌ ୨୦ କେଜି ଧାନ ୨୫ ତାରିଖରେ ରିସିଭ୍‌ ହୋଇଥିବା ଚିଠା ଦିଆଯାଇଛି। ସେ ସମୟରେ ସେ ଗୁରୁତର ଅସୁସ୍ଥ ଅବସ୍ଥାରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ମୋ’ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଅବନତି ହେବାରୁ ପ୍ରଥମେ ଈଶ୍ୱରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

ଏହି ମୃତ୍ୟୁ କେବଳ ଏକ ସାଧାରଣ ମୃତ୍ୟୁ ନୁହେଁ; ଏହା ମଣ୍ଡି ଓ ମିଲ୍‌ ପକ୍ଷରୁ ଅନବରତ ନିର୍ଯାତନା, ଅବହେଳା ଓ ମାନସିକ ଚାପର ଫଳ। ସ୍ୱାମୀଙ୍କ ମୃତ୍ୟୁ ପରେ ଆମ ପରିବାର ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ଅଛି। ଆମର କୌଣସି ସ୍ଥାୟୀ ଆୟର ଉତ୍ସ ନାହିଁ। ଏକମାତ୍ର ପୁଅର ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି। ଚାଷୀଙ୍କ ପ୍ରତି ଏପରି ଅନ୍ୟାୟ ଘଟିଲେ ଅନ୍ୟ ଚାଷୀ ମଧ୍ୟ ଭୟଭୀତ ହେବେ ଓ ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ହରାଇବେ। ଏହି ଘଟଣାର ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କରାଯାଉ। ସମ୍ପୃକ୍ତ ଦୋଷୀ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋର ପରିବାରକୁ ଅନ୍ୟୁନ ୨୦ ଲକ୍ଷ ଟଙ୍କା ସରକାରୀ ସାହାଯ୍ୟ ପ୍ରଦାନ କରାଯାଉ। ପୁଅକୁ ସରକାରୀ ଚାକିରି ପ୍ରଦାନ କରି ଆମ ପରିବାରକୁ ଜୀବନଯାପନର ସୁବିଧା ଦିଆଯାଉ। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ମଣ୍ଡି ଓ ମିଲ୍‌ ପ୍ରଣାଳୀରେ ସଂଶୋଧନ ଓ କଠୋର ନିରୀକ୍ଷଣ ବ୍ୟବସ୍ଥା  କରାଯାଉ ବୋଲି ମୃତ ଚାଷୀଙ୍କ ପତ୍ନୀ ଲିଖିତ ଭାବେ ଜଣାଇବା ସହିତ ଅନ୍ୟାୟର ବିଚାର କରି ଆମକୁ ନ୍ୟାୟ ଓ ସହାୟତା ପ୍ରଦାନ କରିବେ ବୋଲି ନେହୁରା ହୋଇଛନ୍ତି। ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ଅଭିଯୋଗ ଗ୍ରହଣ କରିଛନ୍ତି।

28 Feb 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର