ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

Madhusudan Das Picture
Published On

ରାୟଗଡା: ଦିନ ଦ୍ବିପହରରେ ୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା । ଏପରି ଘଟଣା ରାୟଗଡା ଏଡିବି ବ୍ୟାଙ୍କ  ନିକଟରେ ଘଟିଛି। ଆଜି  ୧୨ଟା ସମୟରେ  କପିଳାସ ରୋଡ଼ରେ ଥିବା ପାତ୍ର ଏଲକ୍ଟ୍ରୋନିକ ସୋରୁମର ଏକାଉଣ୍ଟାଟ୍ ରଂଜିତ କୁମାର ଦଳାଇ ଷ୍ଟେଟ୍ ବ୍ୟାଙ୍କର ଏଡ଼ିବି ଶାଖାକୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିଲେ। ଉକ୍ତ ସମୟରେ ପଛ ପଟୁ ୨ ଜଣ ଦୁର୍ବୃତ୍ତ ଏକ ଦୁଇ ଚକିଆ ଗାଡିରେ ଆସି ଟଙ୍କା ଝାମ୍ପି ନେଇଥିଲେ। ସଂପୃକ୍ତ ଏକାଉଣ୍ଟାଟ୍ ସେମାନଙ୍କ ପିଛା କରିଥିଲେ ହେଁ ଲୁଟେରାମାନେ ଚମ୍ପଟ୍ ମାରିଥିଲେ। ଏନେଇ ଟାଉନ୍ ଥାନାରେ ଅଭିଯୋଗ ହେବାପରେ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ୍ କରାଯାଉଛି। ରାୟଗଡା ସହରରେ ବାରମ୍ବାର ଲୁଟ୍ ଓ ଛିନତାଇ ଘଟଣାକୁ ସହରବାସୀ ନିନ୍ଦା କରିଛନ୍ତି। 

ଆହୁରି ପଢ଼ନ୍ତୁ: ପୁରୀ ବେଳାଭୂମିରେ ଅଘଟଣ; ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକ ମୃତ

09 Mar 2026 By Madhusudan Das

ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ରାୟଗଡା: ଦିନ ଦ୍ବିପହରରେ ୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା । ଏପରି ଘଟଣା ରାୟଗଡା ଏଡିବି ବ୍ୟାଙ୍କ  ନିକଟରେ ଘଟିଛି। ଆଜି  ୧୨ଟା ସମୟରେ  କପିଳାସ ରୋଡ଼ରେ ଥିବା ପାତ୍ର ଏଲକ୍ଟ୍ରୋନିକ ସୋରୁମର ଏକାଉଣ୍ଟାଟ୍ ରଂଜିତ କୁମାର ଦଳାଇ ଷ୍ଟେଟ୍ ବ୍ୟାଙ୍କର ଏଡ଼ିବି ଶାଖାକୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିଲେ। ଉକ୍ତ ସମୟରେ ପଛ ପଟୁ ୨ ଜଣ ଦୁର୍ବୃତ୍ତ ଏକ ଦୁଇ ଚକିଆ ଗାଡିରେ ଆସି ଟଙ୍କା ଝାମ୍ପି ନେଇଥିଲେ। ସଂପୃକ୍ତ ଏକାଉଣ୍ଟାଟ୍ ସେମାନଙ୍କ ପିଛା କରିଥିଲେ ହେଁ ଲୁଟେରାମାନେ ଚମ୍ପଟ୍ ମାରିଥିଲେ। ଏନେଇ ଟାଉନ୍ ଥାନାରେ ଅଭିଯୋଗ ହେବାପରେ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ୍ କରାଯାଉଛି। ରାୟଗଡା ସହରରେ ବାରମ୍ବାର ଲୁଟ୍ ଓ ଛିନତାଇ ଘଟଣାକୁ ସହରବାସୀ ନିନ୍ଦା କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର