ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଘଟିଲା ସଡକ ଦୁର୍ଘଟଣା, ପରୀକ୍ଷା ଦେଇପାରିଲେନି ୨ଛାତ୍ରୀ

Madhusudan Das Picture
Published On

ବାଲେଶ୍ବର: ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଘଟିଲା ସଡକ ଦୁର୍ଘଟଣା। ସାଇକେଲ ସହ ବାଇକ ଧକ୍କା ହେବାରୁ ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର। ବାଲେଶ୍ବର ଜିଲ୍ଲା ସୋରରେ ଘଟିଛି ଏହି ଦୁର୍ଘଟଣା। ଆହତ ଦୁଇ ଛାତ୍ରୀ ହେଲେ ଅଭଣା ଗ୍ରାମର ମମତା ମାଝୀ ଓ ଜ୍ୟୋତି ମାଝୀ । ସକାଳେ ଦୁହେଁ ଏକ ସାଇକେଲରେ ବିଷ୍ଣୁପୁର ନୋଡାଲ ହାଇସ୍କୁଲ ସେଣ୍ଟରକୁ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଜ୍ୟୋତିର ଡାହାଣ ହାତ ବୁଢା ଆଙ୍ଗୁଳି କଟି ଯିବା ଫଳରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ମମତାଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

23 Feb 2026 By Madhusudan Das

ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଘଟିଲା ସଡକ ଦୁର୍ଘଟଣା, ପରୀକ୍ଷା ଦେଇପାରିଲେନି ୨ଛାତ୍ରୀ

ବାଲେଶ୍ବର: ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଘଟିଲା ସଡକ ଦୁର୍ଘଟଣା। ସାଇକେଲ ସହ ବାଇକ ଧକ୍କା ହେବାରୁ ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର। ବାଲେଶ୍ବର ଜିଲ୍ଲା ସୋରରେ ଘଟିଛି ଏହି ଦୁର୍ଘଟଣା। ଆହତ ଦୁଇ ଛାତ୍ରୀ ହେଲେ ଅଭଣା ଗ୍ରାମର ମମତା ମାଝୀ ଓ ଜ୍ୟୋତି ମାଝୀ । ସକାଳେ ଦୁହେଁ ଏକ ସାଇକେଲରେ ବିଷ୍ଣୁପୁର ନୋଡାଲ ହାଇସ୍କୁଲ ସେଣ୍ଟରକୁ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଜ୍ୟୋତିର ଡାହାଣ ହାତ ବୁଢା ଆଙ୍ଗୁଳି କଟି ଯିବା ଫଳରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ମମତାଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର