ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣା: ଜାମିନ ମଞ୍ଜୁର ପରେ ଜେଲରୁ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ

Madhusudan Das Picture
Published On

ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣାରେ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ । ଜାମିନ ମିଳିବା ପରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ। ଗତକାଲି ୧୧୪ ଜଣଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ । ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ଜରିଆରେ ଜେଲରୁ ଜାମିନରେ ବାହାରିଲେ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ । କ୍ରାଇମବ୍ରାଞ୍ଚ କେସ୍ ଡାଏରୀ ତଥା ସିଡ଼ି କୋର୍ଟରେ ଦାଖଲ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । ଗତ ମାସ ୩୦ ତାରିଖରେ ୩ଟି ବସରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୯ ଦଲାଲଙ୍କୁ ମିଳିନି ଜାମିନ। ଏହି ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ରହିଛି  ।

ଆହୁରି ପଢ଼ନ୍ତୁ: ୧୫ କିମି ବେଗରେ ଆଗକୁ ଆଗକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା 'ମୋନ୍ଥା', କାକିନାଡ଼ା ଠାରୁ ୧୫୦ କିମି ଦୂରରେ ...

Join Us @ WhatsApp

About The Author

Google News
Join Us @ WhatsApp