ଆଜିଠୁ ଖୋଲିବ ସୁଭଦ୍ରା ପୋର୍ଟାଲ, ନୂଆପଡ଼ା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ନୂତନ ପଞ୍ଜୀକରଣ

Madhusudan Das Picture
Published On

ଭୁବନେଶ୍ୱର: ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଥରେ ଖୋଲିବ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ‘ସୁଭଦ୍ରା ଯୋଜନା’ରେ ସାମିଲ ହେବାକୁ ନୂତନ ପଞ୍ଜୀକରଣ ଆରମ୍ଭ ହେବ। ବୟସ କମ୍‌ କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନ ଥିଲେ, ସେମାନେ ଆଜିଠାରୁ ଆବେଦନ କରିପାରିବେ। ଏଥିପାଇଁ ଅବେଦନକାରୀଙ୍କ ବୟସ ୧ ଅପ୍ରେଲ, ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୁଦ୍ଧ୍ୱର୍ ହୋଇଥିବା ଆବଶ୍ୟକ ଏବଂ ଏହି ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ସେମାନେ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। 

ଆହୁରି ପଢ଼ନ୍ତୁ: ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି

ଉପମୁଖମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଯେଉଁ ମହିଳାମାନେ ଗତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ଥାଇ ମଧ୍ୟ ଆବେଦନ କରିପାରି ନ ଥିଲେ, ସେମାନେ ପୁଣିଥରେ  ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ପୋର୍ଟାଲ ଖୋଲାଯିବ। ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଃଶୁଳ୍କରେ ସୁଭଦ୍ରା ଆବେଦନପତ୍ର ଉପଲବ୍ଧ ହେବ। ଏହାସହ ନିକଟସ୍ଥ ‘ଆମ ସେବା କେନ୍ଦ୍ର’ କିମ୍ବା ଜନସେବା କେନ୍ଦ୍ରରେ ମଧ୍ୟ ଦେୟମୁକ୍ତ ଭାବେ ପଞ୍ଜୀକରଣ କରାଯାଇପାରିବ। ଏଥିପାଇଁ ନିଜର  ଆଧାର ନମ୍ବର ଓ ଆଧାର ସହ ଲିଙ୍କ୍‌ ଥିବା ମୋବାଇଲ ନମ୍ବର ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

01 Nov 2025 By Madhusudan Das

ଆଜିଠୁ ଖୋଲିବ ସୁଭଦ୍ରା ପୋର୍ଟାଲ, ନୂଆପଡ଼ା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ନୂତନ ପଞ୍ଜୀକରଣ

ଭୁବନେଶ୍ୱର: ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଥରେ ଖୋଲିବ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ‘ସୁଭଦ୍ରା ଯୋଜନା’ରେ ସାମିଲ ହେବାକୁ ନୂତନ ପଞ୍ଜୀକରଣ ଆରମ୍ଭ ହେବ। ବୟସ କମ୍‌ କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନ ଥିଲେ, ସେମାନେ ଆଜିଠାରୁ ଆବେଦନ କରିପାରିବେ। ଏଥିପାଇଁ ଅବେଦନକାରୀଙ୍କ ବୟସ ୧ ଅପ୍ରେଲ, ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୁଦ୍ଧ୍ୱର୍ ହୋଇଥିବା ଆବଶ୍ୟକ ଏବଂ ଏହି ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ସେମାନେ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। 

ଉପମୁଖମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଯେଉଁ ମହିଳାମାନେ ଗତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ଥାଇ ମଧ୍ୟ ଆବେଦନ କରିପାରି ନ ଥିଲେ, ସେମାନେ ପୁଣିଥରେ  ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ପୋର୍ଟାଲ ଖୋଲାଯିବ। ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଃଶୁଳ୍କରେ ସୁଭଦ୍ରା ଆବେଦନପତ୍ର ଉପଲବ୍ଧ ହେବ। ଏହାସହ ନିକଟସ୍ଥ ‘ଆମ ସେବା କେନ୍ଦ୍ର’ କିମ୍ବା ଜନସେବା କେନ୍ଦ୍ରରେ ମଧ୍ୟ ଦେୟମୁକ୍ତ ଭାବେ ପଞ୍ଜୀକରଣ କରାଯାଇପାରିବ। ଏଥିପାଇଁ ନିଜର  ଆଧାର ନମ୍ବର ଓ ଆଧାର ସହ ଲିଙ୍କ୍‌ ଥିବା ମୋବାଇଲ ନମ୍ବର ପ୍ରଦାନ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର