ନବୀନଙ୍କ ଆଗରେ ଅଭିଯୋଗ ବାଢ଼ିଲେ ଭଦ୍ରକର ଦଳୀୟ ନେତା: 'ଅଧ୍ୟକ୍ଷମାନଙ୍କୁ ଧମକାଇ ଦଳ ଛାଡ଼ିବାକୁ ବାଧ୍ୟ କରାଯାଉଛି'

Madhusudan Das Picture
Published On

ଭୁବନେଶ୍ୱର: ଭଦ୍ରକରେ ଦେଖା ଦେଇଥିବା ରାଜନୈତିକ ହଟଚମଟକୁ ନେଇ ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ବରିଷ୍ଠ ନେତାମାଙ୍କ ସହ ଆଲୋଚନା କରିବା ସହିତ ଦଳ କିପରି ଏଠାରେ ସଂଗଠିତ ହୋଇ ରହିବ, ସେନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଫାଙ୍କା ଗୁଳି ଚାଳନା, ଅଡୁଆରେ ପିଏସଓ

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ବିଜେଡି ବିଧାୟକ ଡଃ ବ୍ୟୋମକେଶ ରାୟ କହିଛନ୍ତି ଯେ ବିଜେପି ସରକାର ଆସିବା ପରେ ବିଜେଡି ବ୍ଲକ୍‌ ଅଧ୍ୟକ୍ଷମାନଙ୍କ ଉପରେ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରାଯାଉଛି।‌ ସେମାନଙ୍କୁ ଡରାଇ ଧମକାଇ ବିଜେପି ନଜ ଦଳକୁ ନେବା ପାଇଁ ଉଦ୍ୟମ କରୁଛି। କଳ-ବଳ-କୌଶଳ ଲଗାଇ ବିଜେପି ଏହି କାମ କରୁଥିବା ଯୋଗୁଁ ଜିଲ୍ଲାରେ ୪ ଜଣ ବ୍ଲକ୍‌ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିଜେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି କାର୍ଯ୍ୟ କରୁଛନ୍ତି ଓ ଏହାଦ୍ୱାରା ଗଣତାନ୍ତ୍ରିକ ପରମ୍ପରାରେ ଏକ କଳୁଷିତ ବାତାବରଣ ସୃଷ୍ଟି ହେଉଛି। ଭଦ୍ରକ ଜିଲ୍ଲାରେ ଯେଉଁ ଅଧ୍ୟକ୍ଷମାନେ ଦଳ ଛାଡ଼ି ଯାଉଛନ୍ତି, ସେମାନେ ଦଳରୁ ଗଲେ କୌଣସି ପ୍ରଭାବ ପଡ଼ିବ ନାହିଁ। ଜିଲ୍ଲାର ବିଧାୟକ ପ୍ରାର୍ଥୀ ଓ ବିଧାୟକମାନଙ୍କ ବିଜୁ ଜନତା ଦଳ ସଂଗଠନ ଉପରେ ସମ୍ପୂର୍ଣ୍ଣ କର୍ତ୍ତୃତ୍ୱ ରହିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଦ୍ରକ ଜିଲ୍ଲାରେ ବହୁତ ଭଲ ଫଳାଫଳ କରିବ।

ଆହୁରି ପଢ଼ନ୍ତୁ: ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା

ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ କହିଛନ୍ତି ଯେ ଦଳର ସଭାପତି ନବୀନ ପଟ୍ଟନାୟକ ଆମ ଦଳର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ଯେଉଁ ଅଧ୍ୟକ୍ଷମାନେ ଦଳ ଛାଡ଼ୁଛନ୍ତି ବା ଏଭଳି ଆଶଙ୍କା ରହୁଛି, ଦଳର ନେତାମାନଙ୍କ ସହ ସେ ଆଲୋଚନା କରିବେ। ଜିଲ୍ଲାରେ ଦଳର ସ୍ଥିତି ମଜଭୁତ କରିବାକୁ ସଭାପତି ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ତେବେ ଏହି ନେତାମାନେ ଅନ୍ୟ ଦଳକୁ ଯିବା ଦ୍ୱାରା ବିଜେଡିରେ କୌଣସି କ୍ଷତି ହେବ ନାହିଁ ଶ୍ରୀ ମଲ୍ଲିକ ଦୋହରାଇଛନ୍ତି। ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି, ଓଡ଼ିଶାର ପ୍ରିୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ମୂଲ୍ୟବୋଧ ଓଡ଼ିଶାର ଯେକୌଣସି ନେତାଙ୍କ ମୂଲ୍ୟବୋଧଠାରୁ ଅଧିକ। ନବୀନ ପଟ୍ଟନାୟକଙ୍କୁ ଛାଡ଼ି କେହି ଯିବେ ନାହିଁ। ଯେଉଁମାନଙ୍କ କୌଣସି ମୂଲ୍ୟନାହିଁ, ସେମାନେ ଦଳ ଛାଡ଼ୁଛନ୍ତି। ବିଜୁ ଜନତା ଦଳରେ ମୁଁ ଅଛି, ଏହି ଦଳରେ ରହିବି ଓ ଦଳକୁ ମଜଭୁତ କରିବି ବୋଲି ପ୍ରଫୁଲ୍ଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଲା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ: ଜାଣନ୍ତୁ କାହିଁକି ବଦଳିଲା କମ୍ପାନୀର ନିଷ୍ପତ୍ତି?

01 Dec 2025 By Madhusudan Das

ନବୀନଙ୍କ ଆଗରେ ଅଭିଯୋଗ ବାଢ଼ିଲେ ଭଦ୍ରକର ଦଳୀୟ ନେତା: 'ଅଧ୍ୟକ୍ଷମାନଙ୍କୁ ଧମକାଇ ଦଳ ଛାଡ଼ିବାକୁ ବାଧ୍ୟ କରାଯାଉଛି'

ଭୁବନେଶ୍ୱର: ଭଦ୍ରକରେ ଦେଖା ଦେଇଥିବା ରାଜନୈତିକ ହଟଚମଟକୁ ନେଇ ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ବରିଷ୍ଠ ନେତାମାଙ୍କ ସହ ଆଲୋଚନା କରିବା ସହିତ ଦଳ କିପରି ଏଠାରେ ସଂଗଠିତ ହୋଇ ରହିବ, ସେନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ବିଜେଡି ବିଧାୟକ ଡଃ ବ୍ୟୋମକେଶ ରାୟ କହିଛନ୍ତି ଯେ ବିଜେପି ସରକାର ଆସିବା ପରେ ବିଜେଡି ବ୍ଲକ୍‌ ଅଧ୍ୟକ୍ଷମାନଙ୍କ ଉପରେ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରାଯାଉଛି।‌ ସେମାନଙ୍କୁ ଡରାଇ ଧମକାଇ ବିଜେପି ନଜ ଦଳକୁ ନେବା ପାଇଁ ଉଦ୍ୟମ କରୁଛି। କଳ-ବଳ-କୌଶଳ ଲଗାଇ ବିଜେପି ଏହି କାମ କରୁଥିବା ଯୋଗୁଁ ଜିଲ୍ଲାରେ ୪ ଜଣ ବ୍ଲକ୍‌ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିଜେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି କାର୍ଯ୍ୟ କରୁଛନ୍ତି ଓ ଏହାଦ୍ୱାରା ଗଣତାନ୍ତ୍ରିକ ପରମ୍ପରାରେ ଏକ କଳୁଷିତ ବାତାବରଣ ସୃଷ୍ଟି ହେଉଛି। ଭଦ୍ରକ ଜିଲ୍ଲାରେ ଯେଉଁ ଅଧ୍ୟକ୍ଷମାନେ ଦଳ ଛାଡ଼ି ଯାଉଛନ୍ତି, ସେମାନେ ଦଳରୁ ଗଲେ କୌଣସି ପ୍ରଭାବ ପଡ଼ିବ ନାହିଁ। ଜିଲ୍ଲାର ବିଧାୟକ ପ୍ରାର୍ଥୀ ଓ ବିଧାୟକମାନଙ୍କ ବିଜୁ ଜନତା ଦଳ ସଂଗଠନ ଉପରେ ସମ୍ପୂର୍ଣ୍ଣ କର୍ତ୍ତୃତ୍ୱ ରହିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଦ୍ରକ ଜିଲ୍ଲାରେ ବହୁତ ଭଲ ଫଳାଫଳ କରିବ।

ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ କହିଛନ୍ତି ଯେ ଦଳର ସଭାପତି ନବୀନ ପଟ୍ଟନାୟକ ଆମ ଦଳର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ଯେଉଁ ଅଧ୍ୟକ୍ଷମାନେ ଦଳ ଛାଡ଼ୁଛନ୍ତି ବା ଏଭଳି ଆଶଙ୍କା ରହୁଛି, ଦଳର ନେତାମାନଙ୍କ ସହ ସେ ଆଲୋଚନା କରିବେ। ଜିଲ୍ଲାରେ ଦଳର ସ୍ଥିତି ମଜଭୁତ କରିବାକୁ ସଭାପତି ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ତେବେ ଏହି ନେତାମାନେ ଅନ୍ୟ ଦଳକୁ ଯିବା ଦ୍ୱାରା ବିଜେଡିରେ କୌଣସି କ୍ଷତି ହେବ ନାହିଁ ଶ୍ରୀ ମଲ୍ଲିକ ଦୋହରାଇଛନ୍ତି। ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି, ଓଡ଼ିଶାର ପ୍ରିୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ମୂଲ୍ୟବୋଧ ଓଡ଼ିଶାର ଯେକୌଣସି ନେତାଙ୍କ ମୂଲ୍ୟବୋଧଠାରୁ ଅଧିକ। ନବୀନ ପଟ୍ଟନାୟକଙ୍କୁ ଛାଡ଼ି କେହି ଯିବେ ନାହିଁ। ଯେଉଁମାନଙ୍କ କୌଣସି ମୂଲ୍ୟନାହିଁ, ସେମାନେ ଦଳ ଛାଡ଼ୁଛନ୍ତି। ବିଜୁ ଜନତା ଦଳରେ ମୁଁ ଅଛି, ଏହି ଦଳରେ ରହିବି ଓ ଦଳକୁ ମଜଭୁତ କରିବି ବୋଲି ପ୍ରଫୁଲ୍ଲ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର