ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

Madhusudan Das Picture
Published On

ଭୁବନେଶ୍ୱର: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ଜାରି ରହିଥିବାବେଳେ ସେଠାରେ ଫସିରହିଛନ୍ତି ଅନେକ ଓଡ଼ିଆ ଲୋକ । ଯୁଦ୍ଧ ପ୍ରଭାବିତ ଦେଶରୁ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଉଭୟ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 

ଆହୁରି ପଢ଼ନ୍ତୁ: ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା

ନବୀନ କହିଛନ୍ତି ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପ୍ରଭାବ ସମଗ୍ର ଦୁନିଆରେ ପଡ଼ିଛି। ବିଶେଷ କରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଫସି ରହିଛନ୍ତି ବହୁ ଭାରତୀୟ । ସେଥିରେ ଅନେକ ଓଡ଼ିଆ ମଧ୍ୟ ସାମିଲ୍ ଅଛନ୍ତି । ଫସିଥିବା ଓଡ଼ିଆଙ୍କୁ କେମିତି ସ୍ଵଦେଶ ଫେରାଇ ଅଣାଯିବ ସେ ନେଇ ପଦକ୍ଷେପ ନେବାକୁ ତଥା କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ

ସେ କହିଛନ୍ତି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଓଡିଶାର ଅନେକ ଲୋକ ଫସି ରହିଛନ୍ତି । ଯେଉଁଥିରେ ପ୍ରବାସୀ ଶ୍ରମିକ, ବୃତ୍ତିଗତ, ଛାତ୍ର, ପର୍ଯ୍ୟଟକ ସାମିଲ ଅଛନ୍ତି। ବିମାନ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଅନେକ ଲୋକ ଗୁରୁତର ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ବିପଦରେ ଅଛି । ସେମାନେ ଜରୁରୀ ସହାୟତା ପାଇଁ ଦେଶକୁ ଚାହିଁ ରହିଛନ୍ତି।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

10 Mar 2026 By Madhusudan Das

ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଭୁବନେଶ୍ୱର: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ଜାରି ରହିଥିବାବେଳେ ସେଠାରେ ଫସିରହିଛନ୍ତି ଅନେକ ଓଡ଼ିଆ ଲୋକ । ଯୁଦ୍ଧ ପ୍ରଭାବିତ ଦେଶରୁ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଉଭୟ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 

ନବୀନ କହିଛନ୍ତି ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପ୍ରଭାବ ସମଗ୍ର ଦୁନିଆରେ ପଡ଼ିଛି। ବିଶେଷ କରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଫସି ରହିଛନ୍ତି ବହୁ ଭାରତୀୟ । ସେଥିରେ ଅନେକ ଓଡ଼ିଆ ମଧ୍ୟ ସାମିଲ୍ ଅଛନ୍ତି । ଫସିଥିବା ଓଡ଼ିଆଙ୍କୁ କେମିତି ସ୍ଵଦେଶ ଫେରାଇ ଅଣାଯିବ ସେ ନେଇ ପଦକ୍ଷେପ ନେବାକୁ ତଥା କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସେ କହିଛନ୍ତି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଓଡିଶାର ଅନେକ ଲୋକ ଫସି ରହିଛନ୍ତି । ଯେଉଁଥିରେ ପ୍ରବାସୀ ଶ୍ରମିକ, ବୃତ୍ତିଗତ, ଛାତ୍ର, ପର୍ଯ୍ୟଟକ ସାମିଲ ଅଛନ୍ତି। ବିମାନ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଅନେକ ଲୋକ ଗୁରୁତର ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ବିପଦରେ ଅଛି । ସେମାନେ ଜରୁରୀ ସହାୟତା ପାଇଁ ଦେଶକୁ ଚାହିଁ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର