୩୪ ଆଦିବାସୀଙ୍କୁ ଖଲାସ ଦାବିରେ ୪୮ ଘଣ୍ଟିଆ ବାମନଘାଟି ବନ୍ଦ; ଚାଲୁନି ଗାଡି ମଟର, ଦୋକାନ ବଜାର ଠପ୍

Madhusudan Das Picture
Published On

ରାଇରଙ୍ଗପୁର: ତିରିଂ ଥାନା ଅଞ୍ଚଳରେ ଜନୈକା ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ ଓ ଗ୍ରାମବାସୀ ମୁଁହାମୁଁହି ହୋଇଥିଲେ। ଯାହାକୁ ନେଇ ପୋଲିସ ଲାଠିଚାର୍ଜ କରିବାରୁ ଗ୍ରାମବାସୀ ଓ ପୋଲିସ ମୁଁହାମୁହିଁ ହୋଇଥିଲେ। ଏଥି ସହିତ ବହଳଦା ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ସହ ଓଲଟାଇ ଦେଇଥିଲେ। ଏହି ଘଟଣାରେ ୩୪ଜଣ ଆଦିବାସିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ସମସ୍ତ ୩୪ ଜଣଙ୍କୁ ନିର୍ଦୋଷରେ ଖଲାସ କରିବାକୁ ଦାବି କରି ମୟୁରଭଞ୍ଜ ଆଦିବାସି ଏକତା ମଞ୍ଚ ୪୮ଘଣ୍ଟିଆ ବାମନଘାଟି ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି। ଶୁକ୍ରବାର ସକାଳ ୬ରୁ ରବିବାର ସକାଳ ୬ ପର୍ଯ୍ୟନ୍ତ ବନ୍ଦ ଡାକରାର ପ୍ରଭାବ ପଡିଛି। ସକାଳୁ କର୍ମକର୍ତ୍ତା ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ସଫଳ କରିଛନ୍ତି। ରାଇରଙ୍ଗପୁର ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରାଯିବା ଫଳରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା

ସେପଟେ ରାଜପଥ ବନ୍ଦ ଯୋଗୁଁ ରାଇରଙ୍ଗପୁରରୁ ବାରିପଦାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଟ୍ରକ, ବସ, ଚାରି ଚକିଆ ଯାନ, ତିନି ଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବସ୍ ବନ୍ଦ ଯୋଗୁଁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଉପଖଣ୍ଡର ସମସ୍ତ ଦୋକାନ ବଜାର ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜ ସମ୍ପୁର୍ଣ୍ଣ ବନ୍ଦ ରହିଛି। ଆଦିବାସୀ ସଂଗଠନ ଗୁଡ଼ିକ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଉଛନ୍ତି। ତେବେ ଗୋଟିଏ ହିଁ ଦାବି ରହିଛି, ୩୪ ଜଣ ଗିରଫ ଆଦିବାସୀଙ୍କୁ ନିର୍ଦ୍ଦୋଷରେ ଜେଲରୁ ଖଲାସ କରିବା। 

ଆହୁରି ପଢ଼ନ୍ତୁ: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମ ପାଲଟିଥିଲା ରଣକ୍ଷେତ୍ର । ଜଣେ ସଂଖ୍ୟାଲଘୁ ଯୁବକ ଜନୈକା ଆଦିବାସୀ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବାରୁ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଭିଆଇଥିଲେ ଲଙ୍କାକାଣ୍ଡ । ବିକ୍ଷୋଭ ବେଳେ ପୋଲିସ ଜନତା ଖଣ୍ଡଯୁଦ୍ଧ ଭୟଙ୍କର ରୂପ ନେଇଥିଲା । 

ଆହୁରି ପଢ଼ନ୍ତୁ: ହାତୀ ମଣିଷ ଲଢେ଼ଇରେ ଗଡୁଛି ମଣିଷ ମୁଣ୍ଡ; ତିନି ବର୍ଷରେ ଗଲାଣି ୪୪୩ ଜଣଙ୍କ ଜୀବନ

20 Mar 2026 By Madhusudan Das

୩୪ ଆଦିବାସୀଙ୍କୁ ଖଲାସ ଦାବିରେ ୪୮ ଘଣ୍ଟିଆ ବାମନଘାଟି ବନ୍ଦ; ଚାଲୁନି ଗାଡି ମଟର, ଦୋକାନ ବଜାର ଠପ୍

ରାଇରଙ୍ଗପୁର: ତିରିଂ ଥାନା ଅଞ୍ଚଳରେ ଜନୈକା ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ ଓ ଗ୍ରାମବାସୀ ମୁଁହାମୁଁହି ହୋଇଥିଲେ। ଯାହାକୁ ନେଇ ପୋଲିସ ଲାଠିଚାର୍ଜ କରିବାରୁ ଗ୍ରାମବାସୀ ଓ ପୋଲିସ ମୁଁହାମୁହିଁ ହୋଇଥିଲେ। ଏଥି ସହିତ ବହଳଦା ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ସହ ଓଲଟାଇ ଦେଇଥିଲେ। ଏହି ଘଟଣାରେ ୩୪ଜଣ ଆଦିବାସିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ସମସ୍ତ ୩୪ ଜଣଙ୍କୁ ନିର୍ଦୋଷରେ ଖଲାସ କରିବାକୁ ଦାବି କରି ମୟୁରଭଞ୍ଜ ଆଦିବାସି ଏକତା ମଞ୍ଚ ୪୮ଘଣ୍ଟିଆ ବାମନଘାଟି ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି। ଶୁକ୍ରବାର ସକାଳ ୬ରୁ ରବିବାର ସକାଳ ୬ ପର୍ଯ୍ୟନ୍ତ ବନ୍ଦ ଡାକରାର ପ୍ରଭାବ ପଡିଛି। ସକାଳୁ କର୍ମକର୍ତ୍ତା ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ସଫଳ କରିଛନ୍ତି। ରାଇରଙ୍ଗପୁର ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରାଯିବା ଫଳରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। 

ସେପଟେ ରାଜପଥ ବନ୍ଦ ଯୋଗୁଁ ରାଇରଙ୍ଗପୁରରୁ ବାରିପଦାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଟ୍ରକ, ବସ, ଚାରି ଚକିଆ ଯାନ, ତିନି ଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବସ୍ ବନ୍ଦ ଯୋଗୁଁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଉପଖଣ୍ଡର ସମସ୍ତ ଦୋକାନ ବଜାର ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜ ସମ୍ପୁର୍ଣ୍ଣ ବନ୍ଦ ରହିଛି। ଆଦିବାସୀ ସଂଗଠନ ଗୁଡ଼ିକ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଉଛନ୍ତି। ତେବେ ଗୋଟିଏ ହିଁ ଦାବି ରହିଛି, ୩୪ ଜଣ ଗିରଫ ଆଦିବାସୀଙ୍କୁ ନିର୍ଦ୍ଦୋଷରେ ଜେଲରୁ ଖଲାସ କରିବା। 

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମ ପାଲଟିଥିଲା ରଣକ୍ଷେତ୍ର । ଜଣେ ସଂଖ୍ୟାଲଘୁ ଯୁବକ ଜନୈକା ଆଦିବାସୀ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବାରୁ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଭିଆଇଥିଲେ ଲଙ୍କାକାଣ୍ଡ । ବିକ୍ଷୋଭ ବେଳେ ପୋଲିସ ଜନତା ଖଣ୍ଡଯୁଦ୍ଧ ଭୟଙ୍କର ରୂପ ନେଇଥିଲା । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର