ଆଜିଠୁ ମହାନଦୀ ଟ୍ରିବ୍ୟୁନାଲର ୫ ଦିନିଆ ଓଡ଼ିଶା ଗସ୍ତ, କଡ଼ା ସମାଲୋଚନା କଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ମଞ୍ଚ

Madhusudan Das Picture
Published On

ଭୁବନେଶ୍ୱର: ମହାନଦୀ ଜଳବିବାଦ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ ଆଜିଠୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏମ୍‌ ତ୍ରିବେଦୀଙ୍କ ସମେତ ଟ୍ରିବ୍ୟୁନାଲର ସଦସ୍ୟ ଜଷ୍ଟିସ୍‌ ଡକ୍ଟର ରବି ରଞ୍ଜନ ତାଙ୍କ ପତ୍ନୀ ଡକ୍ଟର ସୁନିତା ରାୟ, ଜଷ୍ଟିସ୍‌  ଇନ୍ଦରମୀତ କୌର କୋଚର ତାଙ୍କ ସ୍ୱାମୀ ଜଷ୍ଟିସ୍‌ ଏକେ ପାଠକ, ଜଷ୍ଟିସ ରବି ରଞ୍ଜନଙ୍କ ଝିଅ ଭବ ପ୍ରିୟଦର୍ଶିନୀ, ନାତି ଗୁରୁ ବିକ୍ରମାଦିତ୍ୟ, ହିସାବ କାରକ ଏକେ ସିଂହ, ଆସେସାର କୃଷ୍ଣନୁନ୍ନି ଏନଏମ, ରେଜିଷ୍ଟ୍ରାର ଚନ୍ଦନ ମୁଖାର୍ଜୀ, ସୁରକ୍ଷା ଅଧିକାରୀ ଅନିଲ ଦତ୍ତ ଶର୍ମା, ସୁଜିତ କୁମାର ଗିରି, ବିଭାଗ ଅଧିକାରୀ ମନୋଜ କୁମାର ପ୍ରମୁଖ ଏହି ଟିମରେ ଆସୁଛନ୍ତି। ଏହି ଗସ୍ତକୁ ପିକ୍‌ନିକ ବୋଲି କହି କଡ଼ା ସମାଲୋଚନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ସଂଗଠନ ପକ୍ଷରୁ କୁହାଯାଇଛି, ଓଡ଼ିଶାକୁ ଟ୍ରିବ୍ୟୁନାଲରୁ କୌଣସି ସୁଫଳ ମିଳିନାହିଁ। ତେଣୁ ମଧ୍ୟବର୍ତ୍ତୀ କାଳୀନ ରାୟ ଦ୍ୱାରା ଅଣମୌସୁମୀ ସମୟରେ ଓଡ଼ିଶାକୁ ଆବଶ୍ୟକ ପାଣି ଛାଡିବାକୁ ସଂଗଠନ ଦାବି କରିଛି।

ଆହୁରି ପଢ଼ନ୍ତୁ: ଦଲାଲଙ୍କ ଜାଲରେ ଉଜ୍ଜ୍ୱଳା ଉପଭୋକ୍ତା, ନିରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ

ସଂଗଠନ ପକ୍ଷରୁ ଆବାହକ ସୁଦର୍ଶନ ଦାସ କହିଛନ୍ତି, ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ଟ୍ରିବ୍ୟୁନାଲ ଓଡ଼ିଶା ଗସ୍ତରେ ଆସିଥିଲା ଓ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲା। ଏଥିପାଇଁ ରାଜ୍ୟ ତହବିଲରୁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଫଳ କ’ଣ ହେଲା ତାହା ସମସ୍ତଙ୍କୁ ଜଣା। ଏବେ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ସରିବାକୁ ବସିଥିବା ବେଳେ ପୁଣି ଥରେ ଏହି ଗସ୍ତ କ’ଣ ପାଇଁ ବୋଲି ସଂଗଠନ ପ୍ରଶ୍ନ କରିଛି। ଆସନ୍ତା ମାର୍ଚ୍ଚରେ ଟ୍ରିବ୍ୟୁନାଲ ଅବଧି ସରିବ। ଯେହେତୁ ୯ ମାସ ଅଧ୍ୟକ୍ଷ ପଦବୀ ଖାଲିଥିଲା, ତେଣୁ ପୁଣି ୯ ମାସ ଟ୍ରିବ୍ୟୁନାଲ ଅବଧି ବଢ଼ିପାରେ। ହେଲେ ସେଥିରେ ଏ ପର୍ଯ୍ୟନ୍ତ ସ୍ପଷ୍ଟତା ଆସି ନାହିଁ। ଅନ୍ୟପଟେ ଟ୍ରିବ୍ୟୁନାଲରୁ ଓଡିଶାକୁ ଏବଂ ମହାନଦୀକୁ କୌଣସି ନ୍ୟାୟ ମିଳୁ ନ ଥିବାରୁ ଓଡ଼ିଶା ଲୋକଙ୍କ ଟିକସ ପଇସା ପୁଣି ଖର୍ଚ୍ଚ କାହିଁକି ହେବ ବୋଲି ସଂଗଠନ ପ୍ରଶ୍ନ ଉଠାଇଛି। ତେଣୁ ଏହି ଗସ୍ତ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିଭିନ୍ନ ପ୍ରଶ୍ନ ସହ ବିରୋଧ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇଛି। ସଂଗଠନ କହିଛି, ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ଓ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ଓ ବିଚାର ବିମର୍ଶ ପରେ ଏହି ନିଷ୍ପତି ହୋଇଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିରୋଧ ପ୍ରଦର୍ଶନ ହେବ। ସେହିପରି ୨୭ ରୁ ୨ତାରିଖ ପର୍ଯ୍ୟନ୍ତ କନକତୋରା, ସମ୍ୱଲପୁର,ବିନିକା, ସୋନପୁର, ଆଠମଲ୍କିକ, ବାଙ୍କୀ, ବୈଦେଶ୍ୱର, କଟକ, ପାରାଦୀପ ଆଦି ସ୍ଥାନରେ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିରୋଧ ପ୍ରଦର୍ଶନ ସହ ବାଲି ସତ୍ୟାଗ୍ରହ କରିବ ବୋଲି ସଂଗଠନ ପକ୍ଷରୁ ନିଷ୍ପତ୍ତି ହୋଇଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶାର ସବୁ ସହରକୁ ହେବ ପାଇପ ଗ୍ୟାସ ଲାଇନ୍ ସଂଯୋଗ: ନଗର ଉନ୍ନୟନ୍ନ ମନ୍ତ୍ରୀ

ଏହା ବ୍ୟତୀତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଦୟାନଦୀରେ ଏକ ବ୍ୟାରେଜ ହେବା ଦ୍ୱାରା ତଳ ମୁଣ୍ଡରେ ନଦୀର ଅବସ୍ଥା ଶୋଚନୀୟ ହେବ ବୋଲି ସଂଗଠନ କହିଛି। ନଦୀରୁ ଉଠୁଥିବା ବାଲି ଓ ମାଟିକୁ ମାଫିଆ ମାନେ ବୋହି ନେଉଛନ୍ତି। ଏହା ନଦୀ ଏବଂ ଅଞ୍ଚଳ ବାସୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଆସନ୍ତା ୨୭ ତାରିଖରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସେହି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ସମସ୍ୟା ଅନୁଧ୍ୟାନ କରିବା ସହ ପ୍ରକଳ୍ପର ସମସ୍ତ ତଥ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତି ହୋଇଛି ବୋଲି ସଂଗଠନର ମୁଖପାତ୍ର ପ୍ରସନ୍ନ ବିଷୋୟୀ କହିଛନ୍ତି। ଆଜିର ବୈଠକରେ ପରିବେଶବିତ ଡଃ ଜୟ କୃଷ୍ଣ ପାଣିଗ୍ରାହୀଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

26 Feb 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର