ସ୍ବାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, କ୍ଷୀର ଆଉଟା ବିବାଦକୁ ନେଇ ଉପୁଜିଥିଲା ବିବାଦ

Madhusudan Das Picture
Published On

ଭୁବନେଶ୍ୱର: ସ୍ବାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ଆଜି ସକାଳୁ ମଙ୍ଗଳ ଆଳତି ପରେ ମନ୍ଦିରରେ ଚାଲିଛି ଧାଡ଼ି ଦର୍ଶନ । ବ୍ରାହ୍ମଣ ନିଯୋଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଗତ ମଙ୍ଗଳବାର ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଥିଲା। ଏପରିକି ମକର ସଂକ୍ରାନ୍ତିରେ ବି ଉପାସରେ ରହିଥିଲେ ଲିଙ୍ଗରାଜ। ତେବେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ହେବାରୁ ଏପରି ସମସ୍ୟା ଦେଖା ଦେଇଥିଲା।

ଆହୁରି ପଢ଼ନ୍ତୁ: ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନା ଅନୁଯାୟୀ, ମକରସଂକ୍ରାନ୍ତି ପୂର୍ବ ଦିନ ପ୍ରଭୁ ଲିଙ୍ଗରାଜଙ୍କ ନବାଙ୍କ ବେଢ଼ା ନୀତିରେ କ୍ଷୀର କିଏ ଆଉଟିବେ ତାକୁ ନେଇ ଉପୁଜିଥିଲା ବିବାଦ । ଏନେଇ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମୁହାଁମୁହିଁ ହୋଇଥିଲେ । ଉଭୟ ନିଯୋଗଙ୍କ ବିବାଦ ଯୋଗୁଁ ମଙ୍ଗଳବାର ରାତିରୁ କୌଣସି ନୀତିକାନ୍ତି ହୋଇପାରି ନଥିଲା । ଫଳରେ ଠାକୁର ଓପାସରେ ରହିଥିଲେ । ହେଲେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । ତେବେ ବାରମ୍ବାର ଲିଙ୍ଗରାଜ ଉପବାସରେ ରହୁଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆହୁରି ପଢ଼ନ୍ତୁ: ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି

15 Jan 2026 By Madhusudan Das

ସ୍ବାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, କ୍ଷୀର ଆଉଟା ବିବାଦକୁ ନେଇ ଉପୁଜିଥିଲା ବିବାଦ

ଭୁବନେଶ୍ୱର: ସ୍ବାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ଆଜି ସକାଳୁ ମଙ୍ଗଳ ଆଳତି ପରେ ମନ୍ଦିରରେ ଚାଲିଛି ଧାଡ଼ି ଦର୍ଶନ । ବ୍ରାହ୍ମଣ ନିଯୋଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଗତ ମଙ୍ଗଳବାର ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଥିଲା। ଏପରିକି ମକର ସଂକ୍ରାନ୍ତିରେ ବି ଉପାସରେ ରହିଥିଲେ ଲିଙ୍ଗରାଜ। ତେବେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ହେବାରୁ ଏପରି ସମସ୍ୟା ଦେଖା ଦେଇଥିଲା।

ସୂଚନା ଅନୁଯାୟୀ, ମକରସଂକ୍ରାନ୍ତି ପୂର୍ବ ଦିନ ପ୍ରଭୁ ଲିଙ୍ଗରାଜଙ୍କ ନବାଙ୍କ ବେଢ଼ା ନୀତିରେ କ୍ଷୀର କିଏ ଆଉଟିବେ ତାକୁ ନେଇ ଉପୁଜିଥିଲା ବିବାଦ । ଏନେଇ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମୁହାଁମୁହିଁ ହୋଇଥିଲେ । ଉଭୟ ନିଯୋଗଙ୍କ ବିବାଦ ଯୋଗୁଁ ମଙ୍ଗଳବାର ରାତିରୁ କୌଣସି ନୀତିକାନ୍ତି ହୋଇପାରି ନଥିଲା । ଫଳରେ ଠାକୁର ଓପାସରେ ରହିଥିଲେ । ହେଲେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । ତେବେ ବାରମ୍ବାର ଲିଙ୍ଗରାଜ ଉପବାସରେ ରହୁଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର