ବହୁଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡ

Madhusudan Das Picture
Published On

କଟକ: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍‌ ନିକିତାଙ୍କ ମୃତ୍ୟୁ ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଏକ ବଡ଼ ରାୟ ଶୁଣାଇଛନ୍ତି। ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଏହି ହତ୍ୟା ମାମଲାରେ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଅଦାଲତ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦୋଷୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ତାଙ୍କୁ ଅଧିକ ୨ ମାସ କଠୋର କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଏଥିସହ ମାମଲାରେ ଅନ୍ୟ ଅଭିଯୁକ୍ତ ତଥା ମୃତ ନିକିତାଙ୍କ ଶଶୁର ଲିଙ୍ଗରାଜ ସାହୁ ଏବଂ ଶାଶୂ କୁନ୍ତଳା ସାହୁଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଘଟଣା ସମୟରେ ଲିପନ ନିକିତାଙ୍କ ସହ ଛାତ ଉପରେ ଉପସ୍ଥିତ ଥିଲେ। ନିକିତା କିପରି ଛାତରୁ ତଳକୁ ପଡ଼ିଲେ, ସେନେଇ ଲିପନ କୌଣସି ସନ୍ତୋଷଜନକ ଉତ୍ତର କିମ୍ବା ସ୍ପଷ୍ଟୀକରଣ ଦେଇପାରି ନ ଥିଲେ। 

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ସୂଚନାଯୋଗ୍ୟ, ବିବାହ ପରେ ନିକିତାଙ୍କୁ ଶାଶୁଘର ପକ୍ଷରୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ୨୦୧୯ ଜାନୁଆରୀ ୪ ତାରିଖରେ ନିକିତାଙ୍କର ମୃତ୍ୟୁ ହୋଇଥିଲା । ୪ ତାରିଖ ସନ୍ଧ୍ୟାରେ ନିକିତାଙ୍କୁ ଲିପନ ଛାତ ଉପରକୁ ଡାକି ନେଇଥିଲେ । ରାତି ପ୍ରାୟ ୧୦ଟା ୧୫ଟାରେ ଛାତ ଉପରୁ ପଡିଯାଇଥିଲେ ନିକିତା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ନିକିତାଙ୍କ ସ୍ବାମୀ ଲିପନ ଏବଂ ତାଙ୍କ ବାପା ମାଆଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ନିନ୍ଦା ଓଡ଼ିଶାର ଅପମାନ; ବିଭ୍ରାନ୍ତିକାର ମନ୍ତବ୍ୟକୁ ନେଇ ବର୍ଷିଲା ବିଜେଡି

27 Feb 2026 By Madhusudan Das

ବହୁଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡ

କଟକ: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍‌ ନିକିତାଙ୍କ ମୃତ୍ୟୁ ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଏକ ବଡ଼ ରାୟ ଶୁଣାଇଛନ୍ତି। ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଏହି ହତ୍ୟା ମାମଲାରେ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଅଦାଲତ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦୋଷୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ତାଙ୍କୁ ଅଧିକ ୨ ମାସ କଠୋର କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଏଥିସହ ମାମଲାରେ ଅନ୍ୟ ଅଭିଯୁକ୍ତ ତଥା ମୃତ ନିକିତାଙ୍କ ଶଶୁର ଲିଙ୍ଗରାଜ ସାହୁ ଏବଂ ଶାଶୂ କୁନ୍ତଳା ସାହୁଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଘଟଣା ସମୟରେ ଲିପନ ନିକିତାଙ୍କ ସହ ଛାତ ଉପରେ ଉପସ୍ଥିତ ଥିଲେ। ନିକିତା କିପରି ଛାତରୁ ତଳକୁ ପଡ଼ିଲେ, ସେନେଇ ଲିପନ କୌଣସି ସନ୍ତୋଷଜନକ ଉତ୍ତର କିମ୍ବା ସ୍ପଷ୍ଟୀକରଣ ଦେଇପାରି ନ ଥିଲେ। 

ସୂଚନାଯୋଗ୍ୟ, ବିବାହ ପରେ ନିକିତାଙ୍କୁ ଶାଶୁଘର ପକ୍ଷରୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ୨୦୧୯ ଜାନୁଆରୀ ୪ ତାରିଖରେ ନିକିତାଙ୍କର ମୃତ୍ୟୁ ହୋଇଥିଲା । ୪ ତାରିଖ ସନ୍ଧ୍ୟାରେ ନିକିତାଙ୍କୁ ଲିପନ ଛାତ ଉପରକୁ ଡାକି ନେଇଥିଲେ । ରାତି ପ୍ରାୟ ୧୦ଟା ୧୫ଟାରେ ଛାତ ଉପରୁ ପଡିଯାଇଥିଲେ ନିକିତା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ନିକିତାଙ୍କ ସ୍ବାମୀ ଲିପନ ଏବଂ ତାଙ୍କ ବାପା ମାଆଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର