ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

Madhusudan Das Picture
Published On

ଭୁବନେଶ୍ୱର: +୨ ପରୀକ୍ଷାରେ ଅଧିକ ନମ୍ବର ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ମିଳିବ। ଏଥିପାଇଁ ଚଳିତ ଶିକ୍ଷାବର୍ଷ ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି। ପରୀକ୍ଷାରେ ପାସ୍‌ କରିଥିବା ପିଲାମାନେ ଗୋଟିଏ ବିଷୟରେ ଅଧିକ ମାର୍କ ରଖିବା ପାଇଁ ଇମ୍‌ପ୍ରୁଭମେଣ୍ଟ (ଉନ୍ନତି) ପରୀକ୍ଷା ଦେଇପାରିବେ। ସେମାନଙ୍କ ପରୀକ୍ଷା ଫଳ ଦୁଇମାସ ମଧ୍ୟରେ ପ୍ରକାଶ ପାଇବ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଡ. ପରିଡ଼ା କହିଛନ୍ତି ଯେ, ପୂର୍ବପରି ଗୋଟିଏ ବିଷୟରେ ଫେଲ୍‌ ହେଉଥିବା ଛାତ୍ରଛାତ୍ରୀମାନେ ଇନଷ୍ଟାଣ୍ଟ ପରୀକ୍ଷା ଦେବେ। ମାତ୍ର ସମସ୍ତ ବିଷୟରେ ପାସ କରିଥିବା ପିଲା ନିଜର ମାର୍କ ବା ପରସେଣ୍ଟ୍‌ ବଢ଼ାଇବା ପାଇଁ ଇମପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବ। ନିଜ ଇଚ୍ଛା ମୁତାବକ କେବଳ ଗୋଟିଏ ବିଷୟରେ ହିଁ ଏହି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ଏକାଧିକ ବିଷୟରେ ଏହି ପରୀକ୍ଷା ଦେଇପାରିବେ ନାହିଁ। ଇନଷ୍ଟାଣ୍ଟ ପରୀକ୍ଷା ସହ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା ହେବ ଓ ଏକା ସାଙ୍ଗରେ ହିଁ ପରୀକ୍ଷା ଫଳ ପ୍ରକାଶ ପାଇବ। ନିୟମିତ ପରୀକ୍ଷାର ଫଳ ପ୍ରକାଶ ପାଇବାର ୬୦ ଦିନ ବା ୨ମାସରେ ଏସବୁ ପରୀକ୍ଷା ସରି ରେଜଲ୍ଟ ପ୍ରକାଶ ପାଇବ। ଇମ୍ପୃଭମେଣ୍ଟ ପରୀକ୍ଷା ପାଇଁ ଗତ ଅଗଷ୍ଟ ମାସରୁ ନୀତିଗତ ନିଷ୍ପତ୍ତି ହୋଇଛି। ୨୦୨୬ ରେ ବାର୍ଷିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଏହାକୁ ଲାଗୁ କରାଯାଉଥିବା ଡ. ପରିଡ଼ା ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ

10 Mar 2026 By Madhusudan Das

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଭୁବନେଶ୍ୱର: +୨ ପରୀକ୍ଷାରେ ଅଧିକ ନମ୍ବର ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ମିଳିବ। ଏଥିପାଇଁ ଚଳିତ ଶିକ୍ଷାବର୍ଷ ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି। ପରୀକ୍ଷାରେ ପାସ୍‌ କରିଥିବା ପିଲାମାନେ ଗୋଟିଏ ବିଷୟରେ ଅଧିକ ମାର୍କ ରଖିବା ପାଇଁ ଇମ୍‌ପ୍ରୁଭମେଣ୍ଟ (ଉନ୍ନତି) ପରୀକ୍ଷା ଦେଇପାରିବେ। ସେମାନଙ୍କ ପରୀକ୍ଷା ଫଳ ଦୁଇମାସ ମଧ୍ୟରେ ପ୍ରକାଶ ପାଇବ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। 

ଡ. ପରିଡ଼ା କହିଛନ୍ତି ଯେ, ପୂର୍ବପରି ଗୋଟିଏ ବିଷୟରେ ଫେଲ୍‌ ହେଉଥିବା ଛାତ୍ରଛାତ୍ରୀମାନେ ଇନଷ୍ଟାଣ୍ଟ ପରୀକ୍ଷା ଦେବେ। ମାତ୍ର ସମସ୍ତ ବିଷୟରେ ପାସ କରିଥିବା ପିଲା ନିଜର ମାର୍କ ବା ପରସେଣ୍ଟ୍‌ ବଢ଼ାଇବା ପାଇଁ ଇମପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବ। ନିଜ ଇଚ୍ଛା ମୁତାବକ କେବଳ ଗୋଟିଏ ବିଷୟରେ ହିଁ ଏହି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ଏକାଧିକ ବିଷୟରେ ଏହି ପରୀକ୍ଷା ଦେଇପାରିବେ ନାହିଁ। ଇନଷ୍ଟାଣ୍ଟ ପରୀକ୍ଷା ସହ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା ହେବ ଓ ଏକା ସାଙ୍ଗରେ ହିଁ ପରୀକ୍ଷା ଫଳ ପ୍ରକାଶ ପାଇବ। ନିୟମିତ ପରୀକ୍ଷାର ଫଳ ପ୍ରକାଶ ପାଇବାର ୬୦ ଦିନ ବା ୨ମାସରେ ଏସବୁ ପରୀକ୍ଷା ସରି ରେଜଲ୍ଟ ପ୍ରକାଶ ପାଇବ। ଇମ୍ପୃଭମେଣ୍ଟ ପରୀକ୍ଷା ପାଇଁ ଗତ ଅଗଷ୍ଟ ମାସରୁ ନୀତିଗତ ନିଷ୍ପତ୍ତି ହୋଇଛି। ୨୦୨୬ ରେ ବାର୍ଷିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଏହାକୁ ଲାଗୁ କରାଯାଉଥିବା ଡ. ପରିଡ଼ା ସ୍ପଷ୍ଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର