ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି: ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ

Madhusudan Das Picture
Published On

ଭୁବନେଶ୍ୱର: ଧାନ କିଣା ନେଇ ବିଜେଡି ଆଣିଛି ସଂଗୀନ ଅଭିଯୋଗ। ଚାଷୀଙ୍କ ଧାନ ନ କିଣିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି। ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଚାଷୀଙ୍କୁ ହଇରାଣ କରିବାକୁ ଏପରି କରାଯାଇଛି। କିନ୍ତୁ ଚାଷୀଙ୍କ ସପକ୍ଷରେ ସଂଗ୍ରାମ କରିବ ବିଜେଡି। ସବୁ ଚାଷୀଙ୍କୁ ସବୁ ଧାନ କିଣିବା ଯାଏ ସଂଗ୍ରାମ ଜାରି ରହିବ ବୋଲି କହିଛି ଦଳ। ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

ଆହୁରି ପଢ଼ନ୍ତୁ: ଦେହରେ କିରୋସିନ ଢାଳି ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଧାନ କିଣା ବିଭ୍ରାଟ ପାଇଁ ବିଧାନସଭା ଅଚଳ। ଆଜି ୫ ମିନିଟ ବି ଚାଲି ପାରିଲା ନାହିଁ ଗୃହ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ। ବିଜେଡି ବିଧାୟକମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଶାନ୍ତି ଶୃଙ୍ଖଳା ରକ୍ଷା କରି ନିଜ ନିଜ ସିଟକୁ ଫେରି ଯିବାକୁ ବାରମ୍ଵାର ଅନୁରୋଧ ପରେ ବି ସୁଧୁରିନଥିଲା ସ୍ଥିତି। ତେଣୁ ବାଚସ୍ପତି ପ୍ରଥମେ ଗୃହକୁ ସକାଳେ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଥିଲେ। ସାଢ଼େ ୧୧ଟା ପରେ ବି ସ୍ଥିତି ସୁଧୁରିନଥିଲା। ତେଣୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି। 

ଆହୁରି ପଢ଼ନ୍ତୁ: ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

19 Feb 2026 By Madhusudan Das

ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି: ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ

ଭୁବନେଶ୍ୱର: ଧାନ କିଣା ନେଇ ବିଜେଡି ଆଣିଛି ସଂଗୀନ ଅଭିଯୋଗ। ଚାଷୀଙ୍କ ଧାନ ନ କିଣିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି। ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଚାଷୀଙ୍କୁ ହଇରାଣ କରିବାକୁ ଏପରି କରାଯାଇଛି। କିନ୍ତୁ ଚାଷୀଙ୍କ ସପକ୍ଷରେ ସଂଗ୍ରାମ କରିବ ବିଜେଡି। ସବୁ ଚାଷୀଙ୍କୁ ସବୁ ଧାନ କିଣିବା ଯାଏ ସଂଗ୍ରାମ ଜାରି ରହିବ ବୋଲି କହିଛି ଦଳ। ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

ଧାନ କିଣା ବିଭ୍ରାଟ ପାଇଁ ବିଧାନସଭା ଅଚଳ। ଆଜି ୫ ମିନିଟ ବି ଚାଲି ପାରିଲା ନାହିଁ ଗୃହ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ। ବିଜେଡି ବିଧାୟକମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଶାନ୍ତି ଶୃଙ୍ଖଳା ରକ୍ଷା କରି ନିଜ ନିଜ ସିଟକୁ ଫେରି ଯିବାକୁ ବାରମ୍ଵାର ଅନୁରୋଧ ପରେ ବି ସୁଧୁରିନଥିଲା ସ୍ଥିତି। ତେଣୁ ବାଚସ୍ପତି ପ୍ରଥମେ ଗୃହକୁ ସକାଳେ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଥିଲେ। ସାଢ଼େ ୧୧ଟା ପରେ ବି ସ୍ଥିତି ସୁଧୁରିନଥିଲା। ତେଣୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର