ରାଜଧାନୀରୁ ନକଲି ପୋଲିସ ଗିରଫ, ନିଜକୁ ପୋଲିସ କହି ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲ୍ କରୁଥିଲେ
ଭୁବନେଶ୍ୱର: ଅସଲି ପୋଲିସ ହାତରେ ଧରାପଡିଲେ ନକଲି ପୋଲିସ । ନିଜକୁ ପୋଲିସ କହି ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲ୍ କରୁଥିଲେ, ବାନ୍ଧିଲା ପୋଲିସ । ଖଣ୍ଡଗିରି ପାହାଡରେ ପୋଲିସ ପରିଚୟ ଦେଇ ପ୍ରେମୀ ଯୁଗଳଙ୍କୁ ଲୁଟପାଟ କରୁଥିବା ଦୁଇ ନକଲି ପୋଲିସକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ କେରଳର ଜୋସେଫ ଏମଇ ଓ ଖଣ୍ଡଗିରି ଜାଗମରା ଅଞ୍ଚଳର ଜିତେନ୍ଦ୍ର ସାମନ୍ତରାୟ । ଉଭୟ ଖଣ୍ଡଗିରି ପାହାଡରେ ପୋଲିସ ପରିଚୟ ଦେଇ ପର୍ଯ୍ୟଟକଙ୍କୁ ଲୁଟୁଥିବା ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସ ଛକି ବସିଥିଲା । ଏକ ପ୍ରେମୀ ଯୁଗଳଙ୍କୁ ହଇରାଣ ହରକତ କରିବା ସହ ଲୁଟପାଟ କରିବା ବେଳେ ଉଭୟଙ୍କୁ ଅସଲି ପୋଲିସ ମାଡି ବସିଥିଲା। ସେମାନଙ୍କ ଫୋନରେ ମଧ୍ୟ କିଛି ପ୍ରେମୀ ଯୁଗଳଙ୍କ ଫଟୋ ଥିବା ଜାଣିବାକୁ ପାଇଛି ପୋଲିସ । ସେମାନଙ୍କ ନାଁ ରେ ଆଉ କଣ' କେସ ରହିଛି ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।