ଆସନ୍ତା ୫ ଦିନ ଲାଗି ଘନ କୁହୁଡି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ କୁହୁଡି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ। ଆଗମୀ ୫ ଦିନ ଲାଗି ରହିବ ଘନ କୁହୁଡି। ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗସିଂହପୁରରେ ଘନ କୁହୁଡି ଦେଖାଯିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗସିଂହପୁର , କେନ୍ଦୁଝର, କନ୍ଧମାଳ, ମୟୁରଭଞ୍ଜ, ଗଜପତି, କଟକ, ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯିବାର ସମ୍ଭାବନା ରହିଛି। 

ଆହୁରି ପଢ଼ନ୍ତୁ: ପୁରୀ ବେଳାଭୂମିରେ ଅଘଟଣ; ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକ ମୃତ

୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ। ଫୁଲବାଣୀରେ ୧୦.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ପାହାଡ଼ିଆ ଅଞ୍ଚଳ ଜି ଉଦୟଗିରି ରେ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଭ୍ୟନ୍ତରିଣ ଓଡିଶାରେ ୬ଟି ସ୍ଥାନରେ ଦିନ ତାପମାତ୍ରା ୩୧° ଡିଗ୍ରୀ ତାପମାତ୍ରା ରହିଛି ।‌ ଆଜି ଚାନ୍ଦବାଲି, କେନ୍ଦ୍ରାପଡ଼ା, ପାରାଦୀପ, ଜଗସିଂହପୁର , ପୁରୀରେ ଘନ କୁହୁଡି ରେକର୍ଡ ହୋଇଛି। ପାରଳାଖେମୁଣ୍ଡି, ଭୁବନେଶ୍ୱର, ବାରିପଦା, ଭବାନୀପାଟଣା, ରାଉଲକେଲା ହାଲୁକାରୁ ମଧ୍ୟମ କୁହୁଡି ଦେଖାଯାଇଛି । 

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

ରାତ୍ରୀ ତାପମାତ୍ରା ଶିମିଳିଗୁଡାରେ ୯.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୧ ଡିଗ୍ରୀ, ଢେଙ୍କାନାଳରେ ୧୧.୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦିନ ତାପମାତ୍ରା ଝାରସୁଗୁଡ଼ାର ୩୧.୬ ଡିଗ୍ରୀ, ସମ୍ବଲପୁର ୩୧.୫ ଡିଗ୍ରୀ, ପାରଳାଖେମୁଣ୍ଡି ୩୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଡଃ ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

29 Jan 2026 By Madhusudan Das

ଆସନ୍ତା ୫ ଦିନ ଲାଗି ଘନ କୁହୁଡି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କୁହୁଡି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ। ଆଗମୀ ୫ ଦିନ ଲାଗି ରହିବ ଘନ କୁହୁଡି। ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗସିଂହପୁରରେ ଘନ କୁହୁଡି ଦେଖାଯିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗସିଂହପୁର , କେନ୍ଦୁଝର, କନ୍ଧମାଳ, ମୟୁରଭଞ୍ଜ, ଗଜପତି, କଟକ, ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯିବାର ସମ୍ଭାବନା ରହିଛି। 

୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ। ଫୁଲବାଣୀରେ ୧୦.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ପାହାଡ଼ିଆ ଅଞ୍ଚଳ ଜି ଉଦୟଗିରି ରେ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଭ୍ୟନ୍ତରିଣ ଓଡିଶାରେ ୬ଟି ସ୍ଥାନରେ ଦିନ ତାପମାତ୍ରା ୩୧° ଡିଗ୍ରୀ ତାପମାତ୍ରା ରହିଛି ।‌ ଆଜି ଚାନ୍ଦବାଲି, କେନ୍ଦ୍ରାପଡ଼ା, ପାରାଦୀପ, ଜଗସିଂହପୁର , ପୁରୀରେ ଘନ କୁହୁଡି ରେକର୍ଡ ହୋଇଛି। ପାରଳାଖେମୁଣ୍ଡି, ଭୁବନେଶ୍ୱର, ବାରିପଦା, ଭବାନୀପାଟଣା, ରାଉଲକେଲା ହାଲୁକାରୁ ମଧ୍ୟମ କୁହୁଡି ଦେଖାଯାଇଛି । 

ରାତ୍ରୀ ତାପମାତ୍ରା ଶିମିଳିଗୁଡାରେ ୯.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୧ ଡିଗ୍ରୀ, ଢେଙ୍କାନାଳରେ ୧୧.୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦିନ ତାପମାତ୍ରା ଝାରସୁଗୁଡ଼ାର ୩୧.୬ ଡିଗ୍ରୀ, ସମ୍ବଲପୁର ୩୧.୫ ଡିଗ୍ରୀ, ପାରଳାଖେମୁଣ୍ଡି ୩୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଡଃ ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର