ଗିରଫ ହେଲେ କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି; ରେଡ୍‌ ବେଳେ ଟଙ୍କାର ପାହାଡ଼ ଦେଖି ଭିଜିଲାନ୍ସ ତଟକା

Madhusudan Das Picture
Published On

କଟକ: ଗିରଫ ହେଲେ କୁବେର ଖଣି ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ରେଡ୍‌ ବେଳେ ଖଣି ବାବୁଙ୍କ ଘରୁ ମିଳିଛି ଟଙ୍କାର ଖଣି । ଆଖି ଝଲସିଗଲା ଭଳି ଜବତ ହୋଇଛି ନଗଦ ଟଙ୍କା । ଘରୁ ମିଳିଛି ୪ କୋଟିରୁ ଅଧିକ ନଗଦ କ୍ୟାସ୍। ଭିଜିଲାନ୍ସ ଇତିହାସରେ ଏକକାଳୀନ ସର୍ବାଧିକ ଟଙ୍କା ଜବତ କରିଛି ବିଭାଗ । ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି। ଟଙ୍କା ସହ ୧୩୦ ଗ୍ରାମ୍‌ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।ଭୁବନେଶ୍ବର ପାହାଳରେ ୨୪୦୦ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ  ରହିଛି । ଏବେବି ବାବୁଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବାରୁ ଆହୁରି ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇପାରେ ବୋଲି ଅନୁମାନ କରୁଛି ଭିଜିଲାନ୍ସ ବିଭାଗ ।

ଆହୁରି ପଢ଼ନ୍ତୁ: ହାଇକୋର୍ଟ ସାମ୍ନାରେ ନିଆଁ ଲାଗି ଏକାଧିକ ଗାଡି ପୋଡିଯିବା ଘଟଣାରେ ଜଣେ ମହିଳା ଅଟକ, ନିଆଁ ଲଗାଇଥିବା ଭିଡିଓ ଭାଇରାଲ

ସୂଚନାଯୋଗ୍ୟ, ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ କୋଇଲା ଡିପୋକୁ ସୁରୁଖୁରୁରେ ଚଳାଇବା ଏବଂ କୋଇଲା ପରିବହନ ପାଇଁ ଅନୁମତି ପ୍ରଦାନ କରିବା ବଦଳରେ ଶ୍ରୀ ମହାନ୍ତି ୩୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବ୍ୟବସାୟୀ ଭିଜିଲାନ୍ସକୁ ଜଣାଇଥିଲେ । ଗତକାଲି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।

ଆହୁରି ପଢ଼ନ୍ତୁ: ହାତୀ ମଣିଷ ଲଢେ଼ଇରେ ଗଡୁଛି ମଣିଷ ମୁଣ୍ଡ; ତିନି ବର୍ଷରେ ଗଲାଣି ୪୪୩ ଜଣଙ୍କ ଜୀବନ

25 Feb 2026 By Madhusudan Das

ଗିରଫ ହେଲେ କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି; ରେଡ୍‌ ବେଳେ ଟଙ୍କାର ପାହାଡ଼ ଦେଖି ଭିଜିଲାନ୍ସ ତଟକା

କଟକ: ଗିରଫ ହେଲେ କୁବେର ଖଣି ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ରେଡ୍‌ ବେଳେ ଖଣି ବାବୁଙ୍କ ଘରୁ ମିଳିଛି ଟଙ୍କାର ଖଣି । ଆଖି ଝଲସିଗଲା ଭଳି ଜବତ ହୋଇଛି ନଗଦ ଟଙ୍କା । ଘରୁ ମିଳିଛି ୪ କୋଟିରୁ ଅଧିକ ନଗଦ କ୍ୟାସ୍। ଭିଜିଲାନ୍ସ ଇତିହାସରେ ଏକକାଳୀନ ସର୍ବାଧିକ ଟଙ୍କା ଜବତ କରିଛି ବିଭାଗ । ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି। ଟଙ୍କା ସହ ୧୩୦ ଗ୍ରାମ୍‌ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।ଭୁବନେଶ୍ବର ପାହାଳରେ ୨୪୦୦ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ  ରହିଛି । ଏବେବି ବାବୁଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବାରୁ ଆହୁରି ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇପାରେ ବୋଲି ଅନୁମାନ କରୁଛି ଭିଜିଲାନ୍ସ ବିଭାଗ ।

ସୂଚନାଯୋଗ୍ୟ, ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ କୋଇଲା ଡିପୋକୁ ସୁରୁଖୁରୁରେ ଚଳାଇବା ଏବଂ କୋଇଲା ପରିବହନ ପାଇଁ ଅନୁମତି ପ୍ରଦାନ କରିବା ବଦଳରେ ଶ୍ରୀ ମହାନ୍ତି ୩୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବ୍ୟବସାୟୀ ଭିଜିଲାନ୍ସକୁ ଜଣାଇଥିଲେ । ଗତକାଲି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର