ଜମୁଛି ଖଣ୍ଡଗିରି ମେଳା; ସାଧୁସନ୍ଥଙ୍କ ପାଖରେ ଲାଗୁଛି ଲୋକଙ୍କ ଭିଡ଼, ରାତିରେ ମଞ୍ଚ ଦୁଲୁକାଉଛନ୍ତି ଯାତ୍ରାପାର୍ଟି

Madhusudan Das Picture
Published On

ଭୁବନେଶ୍ୱର: ଜମୁଛି ଖଣ୍ଡଗିରି କୁମ୍ଭମେଳା। ମାଘ ସପ୍ତମୀ କୁମ୍ଭମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି ଖଣ୍ଡଗିରି ପାହାଡ଼ ପାଦଦେଶ। ଶହ ଶହ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ହୋମଯଜ୍ଞ କରିବା ସହ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି। ଖଣ୍ଡଗିରି ପାଦଦେଶରେ ଆସ୍ଥାନ ମେଲାଇଥିବା ସାଧୁସନ୍ଥଙ୍କ ପାଖରେ ଦୂରଦୂରାନ୍ତରରୁ ଲୋକ ଆସି ଗହଳି କରୁଛନ୍ତି। ସେଠାକୁ ଯାଇ କିଏ ନିଜ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସୁଛି ତ କିଏ ପରୀକ୍ଷା ଏବଂ ଅର୍ଥ ସମସ୍ୟା କଥା ପଚାରି ବୁଝୁଛି। ଖାଇବାଠୁ ଆରମ୍ଭ କରି କିଣାକିଣି ମଧ୍ୟ ଜମୁଛି। ସନ୍ଧ୍ୟା ହେଲା କ୍ଷଣି ରାଜଧାନୀବାସୀଙ୍କ ଠିକଣା ପାଲଟୁଛି ଖଣ୍ଡଗିରି କୁମ୍ଭମେଳା। ଦିନ ବେଳା ହୋମ ଯଜ୍ଞ ହେଉଥିବାବେଳେ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଆହୁରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ମେଳାରେ ସାଧୁସନ୍ଥଙ୍କ ତପସ୍ୟା ଦେଖିବା ସହ ମୀନା ବଜାର ଓ ଖାଦ୍ୟଷ୍ଟଲରେ ମଧ୍ୟ ଭିଡ଼ ଜମୁଛି । 

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ

ପ୍ରତିଥର ଭଳି ଏଥର ମଧ୍ୟ ବିଭିନ୍ନ ବାବାଙ୍କୁ ଦେଖିବାକୁ ଭକ୍ତଙ୍କ ସୁଅ ଛୁଟିଛି। ଦୂରଦୂରାନ୍ତରୁ ଲୋକମାନେ ଆସି ନିଜ ସମସ୍ୟା ବିଷୟରେ ବାବାଙ୍କୁ ଜଣାଇବା ସହ ସମାଧାନ ସ୍ୱରୂପ ଡେଉଁରିଆ, ବିଭୂତି ଓ ପ୍ରସାଦ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ବାବାଙ୍କ ବିଭିନ୍ନ ବାବାଙ୍କ ନିକଟରେ ଭିଡ଼ ଜମାଇଥିଲେ। ତେବେ ଏଥର ଆକର୍ଷଣରେ ଧଳା ବାବା, ଫୌଜି ବାବା, ଡମ୍ବରୁ ବାବା, ଭସ୍ମ ବାବା, ଅଘୋରୀ ବାବା, ଷ୍ଟାଣ୍ଡିଂ ବାବା, ଡାକ୍ତର ବାବା ରହିଛନ୍ତି। 

ଆହୁରି ପଢ଼ନ୍ତୁ: ‎ଗ୍ରୀଷ୍ମକାଳୀନ ଜାତୀୟ ସେବା ଶିବିର

ପ୍ରସିଦ୍ଧ କୁମ୍ଭମେଳାକୁ ୪ ଦିନ ପୂରି ଯାଇଥିବାବେଳେ ଦ୍ୱିତୀୟ ଦିନରେ ପହଞ୍ଚିଛି ଯାତ୍ରା ମହାକୁମ୍ଭ। ପ୍ରଥମ ରାତିର ସଫଳତା ପରେ ୪ଟି ଯାକ ଅପେରା ପାର୍ଟି ଦ୍ୱିତୀୟ ଦିନରେ ମଧ୍ୟ ସେଇ ନାଟକକୁ ନେଇ ମଞ୍ଚକୁ ଓହ୍ଲାଇଛନ୍ତି। କାହାଣୀ ମନ ଛୁଉଁଥିବା ବେଳେ ଯଲିଉଡ ତାରକାଙ୍କ ଅଭିନୟ ଦର୍ଶକଙ୍କ ମନ ମୋହୁଛି। କଣ୍ଠଶିଳ୍ପୀଙ୍କ ସଙ୍ଗୀତ ସାଙ୍ଗକୁ ଷ୍ଟେଜ ବ୍ଲାଷ୍ଟିଂ ରେକର୍ଡ଼ ଡ୍ୟାନ୍ସ ଦର୍ଶକଙ୍କୁ ରାତି ଅଧରେ ମତୁଆଲା କରୁଛି। ୪ଟି ପାର୍ଟି ବହି ରିପିଟ୍‌‌ କରିଥିବା ବେଳେ ଆସନ୍ତାକାଲି ଠାରୁ ଅପେରା ଶ୍ରୀମନ୍ଦିର ଓ ସ୍ୱର୍ଣ୍ଣମହଲ ଯାତ୍ରା ମହାସମରରେ ସାମିଲ୍‌‌ ହେବେ। ଅପେରା ଶ୍ରୀମନ୍ଦିରରେ ଖଳନାୟକ କାହ୍ନା ନଜର ଆସିବେ। ୩ ରାତି ଧରି ଦୈତାରୀ ଓ ପୀୟୁଷଙ୍କ ଫାଇଟ୍‌‌ ଚାଲିଥିବା ବେଳେ ଆଜିଠାରୁ ତ୍ରିମୁଖୀ ଲଢେଇ ଦେଖିବାକୁ ପାଇବେ ଦର୍ଶକ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

ଆଜିଠାରୁ ଆଉ ଦୁଇଟି ପାର୍ଟି ଖଣ୍ଡିଗିରି ମହାସମରରେ ପାଦ ଥାପିବେ। ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ମଞ୍ଚରେ ସ୍ୱର୍ଣ୍ଣମହଲ ଓ ଜୟଦୁର୍ଗା ସାଂସ୍କୃତିକ ପରିଷଦ ପେଣ୍ଡାଲରେ ଅପେରା ଶ୍ରୀମନ୍ଦିର ନାଟକ ପରିବେଷଣ ଆରମ୍ଭ କରିବେ। ସ୍ୱର୍ଣ୍ଣମହଲ ତା’ର ପ୍ରଥମ ରଜନୀରେ ‘ଗୁହାରି ଶୁଣ ଦୀନବନ୍ଧୁ’ ନାଟକ ପରିବେଷଣ କରିବ। ସୁବାସ ବେହେରା, ଭାବନା ଯୋଡ଼ି ସାଙ୍ଗକୁ ଖଳନାୟକ ଭୂମିକାରେ ନବ ଘୋଷଙ୍କୁ ଦେଖିବାକୁ ମିଳିବ। ସେହିପରି ଶ୍ରୀମନ୍ଦିର ‘ଜାନୁଆର୍‌‌’ ନାଟକ ସହିତ ଖଣ୍ଡଗିରିରେ ପାଦ ରଖିବ। ଏଥିରେ ଅଜୁ-ଆପୁ, ଜିନୁ-ଟିକିଙ୍କ ଅଭିନୟ ସହିତ ଭେଟେରାନ ଖଳନାୟକ କାହ୍ନାଙ୍କ ଦମଦାର ଡାଇଲଗ୍‌‌ ଶୁଣିବାକୁ ପାଇବେ ଦର୍ଶକ।

29 Jan 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର