ଘର ଭିତରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ସ୍ଥାନୀୟ ଲୋକେ ଭୟଭୀତ

Madhusudan Das Picture
Published On

ବୌଦ୍ଧ: ବାଣ ବିସ୍ଫୋରଣରେ ଥରିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଏସ୍‌ବିଆଇ କଲୋନୀ । ଘର ଭିତରେ ବାଣ ଭିଡ଼ିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ । ବାଣ ବିସ୍ଫୋରଣ ଯୋଗୁଁ ସାରା ଅଞ୍ଚଳ ଧୂଆଁମୟ ହୋଇପଡିଥିଲା । ତେବେ ବିସ୍ଫୋରଣ ବେଳେ ଘରେ କେତେ ଜଣ ଥିଲେ ଜଣାପଡ଼ିନି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବରୁ ସେହି ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା । 

ଆହୁରି ପଢ଼ନ୍ତୁ: ପାର୍କିଂ ହୋଇଥିବା ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବ୍ୟାଙ୍କ କଲୋନୀରେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟିଙ୍କ ଘରେ ବିସ୍ଫୋରଣ ହୋଇଛି। ଘରେ ମହଜୁଦ ଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଛି। ହରଭଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ପକ୍ଷରୁ ନିଆଁକୁ ଆୟତ୍ତ କରିଥିଲେ। ପୁରୁଣା କଟକ ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଂଭି ବାଣ ଥିବା ଘର ମାଲିକ ଆଲୋକ କାଣ୍ଟିକୁ ଉଠାଇ ନେଇଯାଇଛି। ବିସ୍ଫୋରଣ ଯୋଗୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

21 Feb 2026 By Madhusudan Das

ଘର ଭିତରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ସ୍ଥାନୀୟ ଲୋକେ ଭୟଭୀତ

ବୌଦ୍ଧ: ବାଣ ବିସ୍ଫୋରଣରେ ଥରିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଏସ୍‌ବିଆଇ କଲୋନୀ । ଘର ଭିତରେ ବାଣ ଭିଡ଼ିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ । ବାଣ ବିସ୍ଫୋରଣ ଯୋଗୁଁ ସାରା ଅଞ୍ଚଳ ଧୂଆଁମୟ ହୋଇପଡିଥିଲା । ତେବେ ବିସ୍ଫୋରଣ ବେଳେ ଘରେ କେତେ ଜଣ ଥିଲେ ଜଣାପଡ଼ିନି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବରୁ ସେହି ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା । 

ବ୍ୟାଙ୍କ କଲୋନୀରେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟିଙ୍କ ଘରେ ବିସ୍ଫୋରଣ ହୋଇଛି। ଘରେ ମହଜୁଦ ଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଛି। ହରଭଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ପକ୍ଷରୁ ନିଆଁକୁ ଆୟତ୍ତ କରିଥିଲେ। ପୁରୁଣା କଟକ ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଂଭି ବାଣ ଥିବା ଘର ମାଲିକ ଆଲୋକ କାଣ୍ଟିକୁ ଉଠାଇ ନେଇଯାଇଛି। ବିସ୍ଫୋରଣ ଯୋଗୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର