ଜଙ୍ଗଲରୁ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Madhusudan Das Picture
Published On

କାମାକ୍ଷାନଗର: କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲ ନିକଟରୁ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଦେହରେ ଅଛି କଲେଜ ୟୁନିଫର୍ମ । ପରୀକ୍ଷା ଦେବାକୁ ଯାଇଆଉ ଘରକୁ ଫେରି ନଥିଲେ ଛାତ୍ରୀଜଣକ । କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । 

ଆହୁରି ପଢ଼ନ୍ତୁ: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

ସୂଚନା ଅନୁସାରେ, ଭୁବନ ଥାନା ଅଞ୍ଚଳର ଛାତ୍ରୀ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଗତକାଲି କଲେଜରେ ପରୀକ୍ଷା ଦେବାପରେ ଘରକୁ ଆଉ ଫେରିନଥିଲେ l ରାତିରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଆଜି ସକାଳୁ ଛାତ୍ରୀଙ୍କ ମୃତଦେହ ସାରୁଆଳି ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା l ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଢେଙ୍କାନାଳ ଏସପି, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାଡ ପହଞ୍ଚିଛନ୍ତି। 

ଆହୁରି ପଢ଼ନ୍ତୁ: ପାରିକୁଦ ମହୋତ୍ସବ ପଡ଼ିଆରେ ସ୍ୱଚ୍ଛତା ଅଭିଯାନ: ପ୍ଲାଷ୍ଟିକ୍ ମୁକ୍ତ ପାଇଁ ଏକାଠି ହେଲେ ଶତାଧିକ ମହିଳା ଓ ସ୍ୱେଚ୍ଛାସେବୀ

19 Mar 2026 By Madhusudan Das

ଜଙ୍ଗଲରୁ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କାମାକ୍ଷାନଗର: କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲ ନିକଟରୁ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଦେହରେ ଅଛି କଲେଜ ୟୁନିଫର୍ମ । ପରୀକ୍ଷା ଦେବାକୁ ଯାଇଆଉ ଘରକୁ ଫେରି ନଥିଲେ ଛାତ୍ରୀଜଣକ । କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । 

ସୂଚନା ଅନୁସାରେ, ଭୁବନ ଥାନା ଅଞ୍ଚଳର ଛାତ୍ରୀ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଗତକାଲି କଲେଜରେ ପରୀକ୍ଷା ଦେବାପରେ ଘରକୁ ଆଉ ଫେରିନଥିଲେ l ରାତିରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଆଜି ସକାଳୁ ଛାତ୍ରୀଙ୍କ ମୃତଦେହ ସାରୁଆଳି ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା l ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଢେଙ୍କାନାଳ ଏସପି, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାଡ ପହଞ୍ଚିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର