ଆଜିଠୁ ରାଜ୍ୟରେ ବଢିବ ଶୀତର ପ୍ରଭାବ; ୫ ଡିଗ୍ରୀ ଖସିବ ପାରଦ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି। ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ଥଣ୍ଡା ବଢ଼ିଛି। ମଙ୍ଗଳବାର ତୁଳନାରେ ଯଦିଓ ବୁଧବାର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି, ହେଲେ ଶୁକ୍ରବାରଠାରୁ ପୁଣି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଏହି ତାପମାତ୍ରା ହ୍ରାସର ଧାରା ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାରୁ ଆଗକୁ ଶୀତର ପ୍ରଭାବ ଲାଗି ରହିବାର ସମ୍ଭାବନା ରହିଛି।   

ଆହୁରି ପଢ଼ନ୍ତୁ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଶୁକ୍ରବାରଠାରୁ ରାଜ୍ୟରେ ରାତିର ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଥଣ୍ଡା ବୃଦ୍ଧି ପାଇବ। ରବିବାର ରାତି ସୁଦ୍ଧା ପ୍ରାୟ ୩-୫ ଡିଗ୍ରୀ ତାପମାତ୍ରା କମିବ। ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡ଼ା, ଗଜାପୁର(ଗଜପତି)ରେ ତାପମାତ୍ରା ୧୨ ଡିଗ୍ରୀ ପହଞ୍ଚିପାରେ। ସମ୍ବଲପୁର, ଭାବନୀପାଟଣା, ଝାରସୁଗୁଡ଼ା, ମୋହନାରେ ତାପମାତ୍ରା ୧୪ ଡିଗ୍ରୀ ସହ ଭୁବନେଶ୍ୱରରେ ୧୮ ଡିଗ୍ରୀ ସେଲ୍‌ସିୟସ, ବାଲେଶ୍ୱରରେ ୧୬ ଡିଗ୍ରୀ ସେଲ୍‌ସିୟସକୁ ଖସିପାରେ। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ଏହି ଥଣ୍ଡା ଜାରି ରହିବ। ଦିନର ତାପମାତ୍ରା ଦକ୍ଷିଣ ଆଭ୍ୟନ୍ତରୀଣରେ ୨୪ ଡିଗ୍ରୀ ଉତ୍ତର ଆଭ୍ୟନ୍ତରୀଣରେ ୨୪-୨୫ ଡିଗ୍ରୀ ଓ ଭୁବନେଶ୍ୱର ସମେତ ଉପକୂଳରେ ୨୭-୨୮ ଡିଗ୍ରୀକୁ ଖସିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

ଆହୁରି ପଢ଼ନ୍ତୁ: ଆସିଲା ନୂଆ ଅବକାରୀ ନୀତି; ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ, ଶ୍ରୀମନ୍ଦିର ନିକଟରେ ମଦ ଦୋକାନ ଓ ବିକ୍ରି ମନା

ଅନ୍ୟପଟେ ଗୁରୁବାର ଆଇଏମ୍‌ଡି ପକ୍ଷରୁ ପ୍ରକାଶିତ ବିସ୍ତାରିତ ପରିସର ଆକଳନରେ ଦର୍ଶାଯାଇଛି ଯେ, ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରଭାବ ରହିବ। ଏହି ସମୟରେ ଅନେକ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌ ରହିବ। ବିଶେଷ କରି ୧୪-୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌ ରହିବା ହେତୁ ଶୀତର ପ୍ରଭାବ ଅଧିକ ରହିବ। ଏମିତି କି ଏହି ସମୟରେ କିଛି ଜିଲ୍ଲାରେ ଶୀତ ଲହରୀ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ବଢିବନି ବିଧାୟକଙ୍କ ଦରମା ! ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ

07 Nov 2025 By Madhusudan Das

ଆଜିଠୁ ରାଜ୍ୟରେ ବଢିବ ଶୀତର ପ୍ରଭାବ; ୫ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି। ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ଥଣ୍ଡା ବଢ଼ିଛି। ମଙ୍ଗଳବାର ତୁଳନାରେ ଯଦିଓ ବୁଧବାର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି, ହେଲେ ଶୁକ୍ରବାରଠାରୁ ପୁଣି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଏହି ତାପମାତ୍ରା ହ୍ରାସର ଧାରା ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାରୁ ଆଗକୁ ଶୀତର ପ୍ରଭାବ ଲାଗି ରହିବାର ସମ୍ଭାବନା ରହିଛି।   

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଶୁକ୍ରବାରଠାରୁ ରାଜ୍ୟରେ ରାତିର ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଥଣ୍ଡା ବୃଦ୍ଧି ପାଇବ। ରବିବାର ରାତି ସୁଦ୍ଧା ପ୍ରାୟ ୩-୫ ଡିଗ୍ରୀ ତାପମାତ୍ରା କମିବ। ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡ଼ା, ଗଜାପୁର(ଗଜପତି)ରେ ତାପମାତ୍ରା ୧୨ ଡିଗ୍ରୀ ପହଞ୍ଚିପାରେ। ସମ୍ବଲପୁର, ଭାବନୀପାଟଣା, ଝାରସୁଗୁଡ଼ା, ମୋହନାରେ ତାପମାତ୍ରା ୧୪ ଡିଗ୍ରୀ ସହ ଭୁବନେଶ୍ୱରରେ ୧୮ ଡିଗ୍ରୀ ସେଲ୍‌ସିୟସ, ବାଲେଶ୍ୱରରେ ୧୬ ଡିଗ୍ରୀ ସେଲ୍‌ସିୟସକୁ ଖସିପାରେ। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ଏହି ଥଣ୍ଡା ଜାରି ରହିବ। ଦିନର ତାପମାତ୍ରା ଦକ୍ଷିଣ ଆଭ୍ୟନ୍ତରୀଣରେ ୨୪ ଡିଗ୍ରୀ ଉତ୍ତର ଆଭ୍ୟନ୍ତରୀଣରେ ୨୪-୨୫ ଡିଗ୍ରୀ ଓ ଭୁବନେଶ୍ୱର ସମେତ ଉପକୂଳରେ ୨୭-୨୮ ଡିଗ୍ରୀକୁ ଖସିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

ଅନ୍ୟପଟେ ଗୁରୁବାର ଆଇଏମ୍‌ଡି ପକ୍ଷରୁ ପ୍ରକାଶିତ ବିସ୍ତାରିତ ପରିସର ଆକଳନରେ ଦର୍ଶାଯାଇଛି ଯେ, ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରଭାବ ରହିବ। ଏହି ସମୟରେ ଅନେକ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌ ରହିବ। ବିଶେଷ କରି ୧୪-୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌ ରହିବା ହେତୁ ଶୀତର ପ୍ରଭାବ ଅଧିକ ରହିବ। ଏମିତି କି ଏହି ସମୟରେ କିଛି ଜିଲ୍ଲାରେ ଶୀତ ଲହରୀ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର