ବିରୂପା ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, କାଲି ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା କାର୍

Madhusudan Das Picture
Published On

ଜଗତପୁର: ବିରୂପା ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ପ୍ରାୟ ୧୬ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ନିଖୋଜ ଥିବା ଯୁବକ ଅତୁଲ ସାହୁ ଓରଫ ଉଦିତଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତକାଲି ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା କାର୍ । ଜଣକୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ଥିଲେ। ଆଜି ସକାଳୁ ସର୍ଚ୍ଚ ଅପରେସନ ପରେ ତାଙ୍କର ମୃତଦେହ ନଦୀରୁ ମିଳିଛି। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ସୂଚନାଯୋଗ୍ୟ, ବୁଧବାର ଜଗତପୁର ଥାନା ଅନ୍ତର୍ଗତ ବିରୂପା ନଦୀ କୂଳରେ ଘଟିଥିଲା ଏଭଳି ଅଘଟଣ । ବ୍ୟାଟେରୀ ଚାଳିତ ଧଳା ରଙ୍ଗର କାର୍ ଭାରସାମ୍ୟ ହରାଇ ସ୍ଥାନୀୟ ଆଇବି ରୋଡ ସ୍ଥିତ ଡାକବଙ୍ଗଳା ପାଶ୍ୱର୍ ଫକୀରପୁର(ପଣ୍ଡାସାହି) ନିକଟରେ ବିରୂପା ନଦୀକୁ ପଶିଯାଇଥିଲା । କାରରେ ଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ କାର୍ ସହ ପାଣିରେ ନିଖୋଜ ହୋଇଯାଇଥିଲେ । ପାଖାପାଖି ସାଢ଼େ ୫ ଘଣ୍ଟାର ଅପରେସନ୍ ପରେ ଗାଡ଼ିଟି ବାହାରକୁ ବାହାର କରାଯାଇଥିଲା, କିନ୍ତୁ ଯୁବକଙ୍କ ପତ୍ତା ମିଳି ନଥିଲା । ଆଜି ସକାଳୁ ପୁଣିଥରେ ଉଦ୍ଧାରୀକାରୀ ଟିମ୍ ନଦୀ ଭିତରେ ଖୋଜାଖୋଜି କରି ଉଦିତଙ୍କ ମୃତ ଶରୀରକୁ ଉଦ୍ଧାର କରିଛି । ପୁଲିସ ଉଦିତଙ୍କ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ

04 Dec 2025 By Madhusudan Das

ବିରୂପା ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, କାଲି ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା କାର୍

ଜଗତପୁର: ବିରୂପା ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ପ୍ରାୟ ୧୬ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ନିଖୋଜ ଥିବା ଯୁବକ ଅତୁଲ ସାହୁ ଓରଫ ଉଦିତଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତକାଲି ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା କାର୍ । ଜଣକୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ଥିଲେ। ଆଜି ସକାଳୁ ସର୍ଚ୍ଚ ଅପରେସନ ପରେ ତାଙ୍କର ମୃତଦେହ ନଦୀରୁ ମିଳିଛି। 

ସୂଚନାଯୋଗ୍ୟ, ବୁଧବାର ଜଗତପୁର ଥାନା ଅନ୍ତର୍ଗତ ବିରୂପା ନଦୀ କୂଳରେ ଘଟିଥିଲା ଏଭଳି ଅଘଟଣ । ବ୍ୟାଟେରୀ ଚାଳିତ ଧଳା ରଙ୍ଗର କାର୍ ଭାରସାମ୍ୟ ହରାଇ ସ୍ଥାନୀୟ ଆଇବି ରୋଡ ସ୍ଥିତ ଡାକବଙ୍ଗଳା ପାଶ୍ୱର୍ ଫକୀରପୁର(ପଣ୍ଡାସାହି) ନିକଟରେ ବିରୂପା ନଦୀକୁ ପଶିଯାଇଥିଲା । କାରରେ ଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ କାର୍ ସହ ପାଣିରେ ନିଖୋଜ ହୋଇଯାଇଥିଲେ । ପାଖାପାଖି ସାଢ଼େ ୫ ଘଣ୍ଟାର ଅପରେସନ୍ ପରେ ଗାଡ଼ିଟି ବାହାରକୁ ବାହାର କରାଯାଇଥିଲା, କିନ୍ତୁ ଯୁବକଙ୍କ ପତ୍ତା ମିଳି ନଥିଲା । ଆଜି ସକାଳୁ ପୁଣିଥରେ ଉଦ୍ଧାରୀକାରୀ ଟିମ୍ ନଦୀ ଭିତରେ ଖୋଜାଖୋଜି କରି ଉଦିତଙ୍କ ମୃତ ଶରୀରକୁ ଉଦ୍ଧାର କରିଛି । ପୁଲିସ ଉଦିତଙ୍କ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର