ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

Madhusudan Das Picture
Published On

ଜଳେଶ୍ୱର: ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର କିଛି ଦୂରରେ ଘଟିଛି ଅଘଟଣ । ଗତକାଲି ସନ୍ଧ୍ୟା ସମୟରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଥିଲେ ଉଭୟ। ମୃତକ ଜଳେଶ୍ୱର ଥାନା ରାଜପୁରର ଭିଣୋଇ ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ରେଳବାଇ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖଛି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

ବିଜୟ ସାହୁ ଗତକାଲି ନିଜ ଶାଳୀ ସଂଯୁକ୍ତା ସାହୁଙ୍କୁ ନେଇ ଘରକୁ ଆସିଥିବାବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହାପରେ ଉଭୟେ ଟ୍ରେନ ଆଗକୁ ଡେଇଁ ପଡିଥିଲେ। ଟ୍ରେନ ଧକ୍କାରେ ଉଭୟ ଶାଳୀ ଭିଣେଇଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ସରକାର ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ: ନବୀନ

10 Mar 2026 By Madhusudan Das

ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

ଜଳେଶ୍ୱର: ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର କିଛି ଦୂରରେ ଘଟିଛି ଅଘଟଣ । ଗତକାଲି ସନ୍ଧ୍ୟା ସମୟରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଥିଲେ ଉଭୟ। ମୃତକ ଜଳେଶ୍ୱର ଥାନା ରାଜପୁରର ଭିଣୋଇ ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ରେଳବାଇ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖଛି। 

ବିଜୟ ସାହୁ ଗତକାଲି ନିଜ ଶାଳୀ ସଂଯୁକ୍ତା ସାହୁଙ୍କୁ ନେଇ ଘରକୁ ଆସିଥିବାବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହାପରେ ଉଭୟେ ଟ୍ରେନ ଆଗକୁ ଡେଇଁ ପଡିଥିଲେ। ଟ୍ରେନ ଧକ୍କାରେ ଉଭୟ ଶାଳୀ ଭିଣେଇଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର