ମିଳିଲାନି ମହାପ୍ରୟାଣ ଗାଡ଼ି; ୩ କିଲୋମିଟର ଦୋଳାରେ ବୁହାହୋଇ ଗଲା ମୃତଦେହ

Madhusudan Das Picture
Published On

ବ୍ରାହ୍ମଣୀଗାଁ: ସରକାରଙ୍କ ବିଭିନ୍ନ ଯୋଜନା ସହିତ ଜନହିତକର ଯୋଜନା ଅନେକ ରହିଛି। ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରିଗୁଡ଼ା ପଞ୍ଚାୟତ କିରାମା ଗ୍ରାମ ଗୁମାପଦର ସାହିର ଫିଲିମିନା ନାୟକ (୮୫) ଗତକାଲି ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇଥିଲା।  ୩୦ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଫିଲିମିନାଙ୍କ ମୃତଦେହକୁ ଆତ୍ମୀୟସ୍ୱଜନ ଗୁମାପଦରକୁ ନେବାପାଇଁ ଅଟୋ କିମ୍ୱା ଗାଡିରେ ନେବାକୁ ବହୁ ବୁଝାବୁଝି କରି ଶେଷରେ ନିରାଶ ହୋଇ ରାତି ୭ରେ ବ୍ରାହ୍ମଣୀଗାଁ ବଜାର ଦେଇ ଦୋଳା କରି ପ୍ରାୟ ୩ କିଲୋମିଟର ବୋହି ନେଇଥିବା ଦେଖାଯାଇଥିଲା। 

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

ସୂଚନା ଅନୁସାରେ, ଅସୁସ୍ଥତା କାରଣରୁ ବ୍ରାହ୍ମଣୀଗାଁରେ ରହୁଥିବା ବଡ଼ଝିଅ ଘରେ ଚିକିତ୍ସା ପାଇଁ ଫିଲିମିନା ରହୁଥିଲେ। ହେଲେ ବଡ଼ ଝିଅଙ୍କ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ସ୍ୱତନ୍ତ୍ର ଭାବେ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବି  ହେଉଛି। ଗତକାଲି ସନ୍ଧ୍ୟାରେ ଫିଲିମିନାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ କିରାମା ଗ୍ରାମକୁ ମୃତଦେହ ନେବା ଲାଗି ପ୍ରସ୍ତୁତ ହୋଇଥିଲେ । ହେଲେ ମୃତଦେହ ନେବା ପାଇଁ କୌଣସି ଗାଡ଼ି ରାଜି ହୋଇନଥିଲେ । ଗୋଟିଏ ପଟେ ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ିର ସୁବିଧା ନ‌ଥିବା ବେଳେ ଅନ୍ୟପଟେ ରାତିରେ ମୃତଦେହକୁ ନେବା ଲାଗି ଅଟୋ ଚାଳକ ରାଜି ହେଲେ ନାହିଁ । ଫଳରେ ପରିବାରବର୍ଗ ବାଧ୍ୟ ହୋଇ ବୃଦ୍ଧାଙ୍କ ମୃତଦେହକୁ ୩ କିଲୋମିଟର ଦୋଳିରେ ବୋହି ନେଇଥିଲେ । ତେବେ ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ସ୍ୱତନ୍ତ୍ର ଭାବେ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବି  ହେଉଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ସୁଭଦ୍ରା ପଞ୍ଜୀକରଣ, ୩୦ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

15 Jan 2026 By Madhusudan Das

ମିଳିଲାନି ମହାପ୍ରୟାଣ ଗାଡ଼ି; ୩ କିଲୋମିଟର ଦୋଳାରେ ବୁହାହୋଇ ଗଲା ମୃତଦେହ

ବ୍ରାହ୍ମଣୀଗାଁ: ସରକାରଙ୍କ ବିଭିନ୍ନ ଯୋଜନା ସହିତ ଜନହିତକର ଯୋଜନା ଅନେକ ରହିଛି। ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରିଗୁଡ଼ା ପଞ୍ଚାୟତ କିରାମା ଗ୍ରାମ ଗୁମାପଦର ସାହିର ଫିଲିମିନା ନାୟକ (୮୫) ଗତକାଲି ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇଥିଲା।  ୩୦ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଫିଲିମିନାଙ୍କ ମୃତଦେହକୁ ଆତ୍ମୀୟସ୍ୱଜନ ଗୁମାପଦରକୁ ନେବାପାଇଁ ଅଟୋ କିମ୍ୱା ଗାଡିରେ ନେବାକୁ ବହୁ ବୁଝାବୁଝି କରି ଶେଷରେ ନିରାଶ ହୋଇ ରାତି ୭ରେ ବ୍ରାହ୍ମଣୀଗାଁ ବଜାର ଦେଇ ଦୋଳା କରି ପ୍ରାୟ ୩ କିଲୋମିଟର ବୋହି ନେଇଥିବା ଦେଖାଯାଇଥିଲା। 

ସୂଚନା ଅନୁସାରେ, ଅସୁସ୍ଥତା କାରଣରୁ ବ୍ରାହ୍ମଣୀଗାଁରେ ରହୁଥିବା ବଡ଼ଝିଅ ଘରେ ଚିକିତ୍ସା ପାଇଁ ଫିଲିମିନା ରହୁଥିଲେ। ହେଲେ ବଡ଼ ଝିଅଙ୍କ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ସ୍ୱତନ୍ତ୍ର ଭାବେ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବି  ହେଉଛି। ଗତକାଲି ସନ୍ଧ୍ୟାରେ ଫିଲିମିନାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ କିରାମା ଗ୍ରାମକୁ ମୃତଦେହ ନେବା ଲାଗି ପ୍ରସ୍ତୁତ ହୋଇଥିଲେ । ହେଲେ ମୃତଦେହ ନେବା ପାଇଁ କୌଣସି ଗାଡ଼ି ରାଜି ହୋଇନଥିଲେ । ଗୋଟିଏ ପଟେ ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ିର ସୁବିଧା ନ‌ଥିବା ବେଳେ ଅନ୍ୟପଟେ ରାତିରେ ମୃତଦେହକୁ ନେବା ଲାଗି ଅଟୋ ଚାଳକ ରାଜି ହେଲେ ନାହିଁ । ଫଳରେ ପରିବାରବର୍ଗ ବାଧ୍ୟ ହୋଇ ବୃଦ୍ଧାଙ୍କ ମୃତଦେହକୁ ୩ କିଲୋମିଟର ଦୋଳିରେ ବୋହି ନେଇଥିଲେ । ତେବେ ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ସ୍ୱତନ୍ତ୍ର ଭାବେ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବି  ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର