କୋଇଲା ରୟାଲଟି ପ୍ରଦାନରେ ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି, ରାଜ୍ୟସଭାରେ ପ୍ରସଙ୍ଗ ଉଠାଇବା ସହ ଚିନ୍ତା ପ୍ରକଟ କଲେ ମାନସ ମଙ୍ଗରାଜ

Madhusudan Das Picture
Published On

ନୂଆଦିଲ୍ଲୀ: କୋଇଲା ରୟାଲଟିରେ ଓଡ଼ିଶା ପାଉନି ହକ । ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି । ଏପରି ଅଭିଯୋଗ କରି ଆଜି ଶୂନ୍ୟକାଳରେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

ମାନସ ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, କୋଇଲା ଉତ୍ପାଦନରେ ନିରନ୍ତର ବୃଦ୍ଧି, ମୁଦ୍ରାସ୍ଫୀତିରେ ବୃଦ୍ଧି, ପରିଚାଳନା ଖର୍ଚ୍ଚରେ ବୃଦ୍ଧି ସତ୍ତ୍ବେ ଗତ ୧୦ ବର୍ଷ ହେଲା କୋଇଲା ରୟାଲଟି ଦର ନିର୍ଣ୍ଣୟ ନେଇ ସଂଶୋଧନ କରାଯାଇନି । ଏହି ବିଳମ୍ବ ସକାଶେ ରାଜ୍ୟ ବାର୍ଷିକ ୧୦ ହଜାର କୋଟି ଟଙ୍କାର କ୍ଷତି ସହୁଛି । ଯାହାଦ୍ବାରା ରାଜ୍ୟର ବିକାଶ ଓ ଜନକଲ୍ଯାଣକାରୀ ବିନିଯୋଗ ପ୍ରଭାବିତ ହେଉଛି ।

ଆହୁରି ପଢ଼ନ୍ତୁ: ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ

ସେ କହିଛନ୍ତି, ଓଡି଼ଶାରୁ କୋଇଲା ଆଣି ଦେଶ ବେଶ ଅର୍ଥ କମାଉଥିବାବେଳେ ଓଡ଼ିଶାକୁ କିନ୍ତୁ ବହୁମୂଲ୍ୟ ଦେବାକୁ ପଡୁଛି । କୋଇଲା ଖଣି ଅଞ୍ଚଳରେ ଲୋକେ ବାୟୁ ପ୍ରଦୂଷଣ, ଜଙ୍ଗଲ ଉଚ୍ଛେଦ, ବିଷାକ୍ତ ପାଣି ସହ ବିସ୍ଥାପନ ସମସ୍ୟା ଭୋଗୁଛନ୍ତି । ତେଣୁ ଦେଶକୁ ଅଧିକ ଅର୍ଥ ଯୋଗାଉଥିବା ଏକ ଖଣିଜ ସମ୍ପଦ ଭରା ରାଜ୍ୟ ଆର୍ଥିକ ଦୃଷ୍ଟିରୁ ପଛୁଆ ରହିବା ଉଚିତ ନୁହେଁ । ତେଣୁ ତୁରନ୍ତ କୋଇଲା ରୟାଲଟି ଦରରେ ସଂଶୋଧନ କରିବାକୁ ସେ ଦାବି କରିଛନ୍ତି । ସେଗୁଡିକୁ ବଜାର ମୂଲ୍ୟ ଓ ମୁଦ୍ରାସ୍ଫୀତି ସହିତ ସଂଯୋଗ କରିବାକୁ ସେ ଦାବି କରିଛନ୍ତି । ଯାହାଦ୍ବାରା ରାଜ୍ୟରେ ନିରନ୍ତର ବିକାଶ ହେବା ସହ ସଂଘୀୟ ବ୍ଯବସ୍ଥା କାଏମ ରହିପାରିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

12 Feb 2026 By Madhusudan Das

କୋଇଲା ରୟାଲଟି ପ୍ରଦାନରେ ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି, ରାଜ୍ୟସଭାରେ ପ୍ରସଙ୍ଗ ଉଠାଇବା ସହ ଚିନ୍ତା ପ୍ରକଟ କଲେ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: କୋଇଲା ରୟାଲଟିରେ ଓଡ଼ିଶା ପାଉନି ହକ । ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି । ଏପରି ଅଭିଯୋଗ କରି ଆଜି ଶୂନ୍ୟକାଳରେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।

ମାନସ ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, କୋଇଲା ଉତ୍ପାଦନରେ ନିରନ୍ତର ବୃଦ୍ଧି, ମୁଦ୍ରାସ୍ଫୀତିରେ ବୃଦ୍ଧି, ପରିଚାଳନା ଖର୍ଚ୍ଚରେ ବୃଦ୍ଧି ସତ୍ତ୍ବେ ଗତ ୧୦ ବର୍ଷ ହେଲା କୋଇଲା ରୟାଲଟି ଦର ନିର୍ଣ୍ଣୟ ନେଇ ସଂଶୋଧନ କରାଯାଇନି । ଏହି ବିଳମ୍ବ ସକାଶେ ରାଜ୍ୟ ବାର୍ଷିକ ୧୦ ହଜାର କୋଟି ଟଙ୍କାର କ୍ଷତି ସହୁଛି । ଯାହାଦ୍ବାରା ରାଜ୍ୟର ବିକାଶ ଓ ଜନକଲ୍ଯାଣକାରୀ ବିନିଯୋଗ ପ୍ରଭାବିତ ହେଉଛି ।

ସେ କହିଛନ୍ତି, ଓଡି଼ଶାରୁ କୋଇଲା ଆଣି ଦେଶ ବେଶ ଅର୍ଥ କମାଉଥିବାବେଳେ ଓଡ଼ିଶାକୁ କିନ୍ତୁ ବହୁମୂଲ୍ୟ ଦେବାକୁ ପଡୁଛି । କୋଇଲା ଖଣି ଅଞ୍ଚଳରେ ଲୋକେ ବାୟୁ ପ୍ରଦୂଷଣ, ଜଙ୍ଗଲ ଉଚ୍ଛେଦ, ବିଷାକ୍ତ ପାଣି ସହ ବିସ୍ଥାପନ ସମସ୍ୟା ଭୋଗୁଛନ୍ତି । ତେଣୁ ଦେଶକୁ ଅଧିକ ଅର୍ଥ ଯୋଗାଉଥିବା ଏକ ଖଣିଜ ସମ୍ପଦ ଭରା ରାଜ୍ୟ ଆର୍ଥିକ ଦୃଷ୍ଟିରୁ ପଛୁଆ ରହିବା ଉଚିତ ନୁହେଁ । ତେଣୁ ତୁରନ୍ତ କୋଇଲା ରୟାଲଟି ଦରରେ ସଂଶୋଧନ କରିବାକୁ ସେ ଦାବି କରିଛନ୍ତି । ସେଗୁଡିକୁ ବଜାର ମୂଲ୍ୟ ଓ ମୁଦ୍ରାସ୍ଫୀତି ସହିତ ସଂଯୋଗ କରିବାକୁ ସେ ଦାବି କରିଛନ୍ତି । ଯାହାଦ୍ବାରା ରାଜ୍ୟରେ ନିରନ୍ତର ବିକାଶ ହେବା ସହ ସଂଘୀୟ ବ୍ଯବସ୍ଥା କାଏମ ରହିପାରିବ ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର