ପିନ୍‌ କଣ୍ଟା ଗିଳି ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ଏତଲା ଦେଲେ ପରିବାର

Madhusudan Das Picture
Published On

ବାଲିଗୁଡ଼ା: ପିନ୍‌ କଣ୍ଟା ନେଇଗଲା ଜଣେ ଛାତ୍ରର ଜୀବନ । ସ୍କୁଲ କର୍ତ୍ତୁପକ୍ଷଙ୍କ ଅବହେଳା ପାଇଁ ଛାତ୍ରଙ୍କ ଜୀବନ ଯାଇଥିବା ନେଇ ସାଂଘାତିକ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ପରିବାର ଲୋକେ । ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦାୟୀ କରି ଦାରିଙ୍ଗିବାଡ଼ି ଥାନାରେ ଏ ନେଇ ଏତଲା ଦେଇଛନ୍ତି ପିଲାର ପରିବାର । ଛାତ୍ର ଜଣକ ପିନ୍‌ କଣ୍ଟା ଗିଳିଦେଇଥିବା ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଜାଣି କାହିଁକି ଅବିଭାବକଙ୍କୁ ଜଣାଇ ନ ଥିଲେ ବୋଲି ଏତଲାରେ ଲେଖିଛନ୍ତି ପିଲାର ବାପା । ତୁରନ୍ତ ପଦକ୍ଷେପ ନେଇଥିଲେ ପୁଅ ବଞ୍ଚିଯାଇଥାନ୍ତା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅବହେଳା କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । 

ଆହୁରି ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅଷ୍ଟମ ବେତନ କମିଶନ ଗଠନକୁ ମିଳିଲା ମଞ୍ଜୁରୀ...

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ସ୍କୁଲ ନୋଟିସ ବୋର୍ଡରେ ଲାଗିଥିବା ପିନ୍ କଣ୍ଟା ଗିଳି ଜଣେ ୭ମ ଶ୍ରେଣୀ ଛାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ତୁଷାର ମିଶ୍ର ।  ଫୁଲବାଣୀରେ ନିଜ ମାମୁ ମାଇଁଙ୍କ ଘରେ ରହି ଧୋବାତୋଟା ସ୍ଥିତ ଆଦର୍ଶ ସ୍କୁଲରେ ପାଠ ପଢୁଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ

ଗତ ୧୫ ତାରିଖ ଦିନ ତୁଷାର ସ୍କୁଲରେ ନୋଟିସ ବୋର୍ଡରେ ବ୍ୟବହାର ହେଉଥିବା ପିନ୍ କଣ୍ଟାକୁ ଭୁଲବଶତଃ ଗିଳି ଦେଇଥିଲେ ।  ଏ ନେଇ ସେ ଶିକ୍ଷକଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ଶିକ୍ଷକ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ ।  ସ୍କୁଲ ଛୁଟି ହେବା ପରେ ଛାତ୍ର ଜଣକ ଘରକୁ ଫେରି ନିଜ ମାଇଁଙ୍କୁ ପିନ୍ କଣ୍ଟା ଗିଳି ଦେଇଥିବା ଜଣାଇଥିଲେ  ।

ଆହୁରି ପଢ଼ନ୍ତୁ: ଖରିଆର ରୋଡ୍ ଏନଏସିରେ ବିଜେଡିର ପ୍ରତିବଦ୍ଧତା ଦୋହରାଇଲେ ସ୍ନେହାଙ୍ଗିନୀ, 'ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ'

ପରିବାର ଲୋକେ ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ତୁଷାରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।  ହେଲେ ସେଠାରେ କୌଣସି ସୁଫଳ ନ ମିଳିବା ପରେ ଡାକ୍ତର ତାଙ୍କୁ କଟକ ଶିଶୁ ଭବନକୁ ରେଫର କରିଥିଲେ । ସେଠାରେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ଛାତ୍ରଙ୍କ ଫୁସଫୁସରେ ଅଟକି ଥିବା ପିନ୍ କଣ୍ଟାକୁ ବାହାର କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୦ ଦିନ ଆଇସିୟୁରେ ରଖାଯାଇଥିଲା । ଗତ ୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । 

Join Us @ WhatsApp

About The Author

Google News
Join Us @ WhatsApp