ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ମୋଟ ୧୧ ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ

Madhusudan Das Picture
Published On

ଭୁବନେଶ୍ୱର: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ । ରାଜ୍ୟର ମୋଟ ୧୧ ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ । ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାର ଇଂରାଜୀ ନାମରେ ବନାନ ବଦଳିବ, ପୁରୁଣା ବନାନରେ ସଂଶୋଧନ କରାଯିବ। ଓଡ଼ିଆ ନାଁ ଅନୁସାରେ ରହିବ ଇଂରାଜୀ ନାମ । 

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

ଖୋର୍ଦ୍ଧ ଜିଲ୍ଲାକୁ ଏଣିକି ଓଡ଼ିଆ ନାମ ଅନୁସାରେ ଇଂରାଜୀରେ ମଧ୍ୟ ଖୋରଧା ଲେଖାଯିବ। ସେହିପରି ଓଡ଼ିଆରେ ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ ଦେଓଗଡ଼ ବୋଲି ଲେଖାଯାଉଛି, ତାକୁ ସଂଶୋଧନ କରି ଇଂରାଜୀରେ ମଧ୍ୟ ଦେବଗଡ଼ ବୋଲି ଲେଖାଯିବ। ଏପରି ୭ ଜିଲ୍ଲାର ଇଂରାଜୀ ନାଁ ବଦଳିବ। ସେହିପରି ଅନେକ ସ୍ଥାନରେ ଡ଼ ପାଇଁ ଇଂରାଜୀରେ R ଲେଖାଯାଏ। ଯେମିତି କେନ୍ଦ୍ରାପଡାକୁ ଇଂରାଜୀରେ କେନ୍ଦ୍ରାପରା, ମହାକାଳପଡା କୁ ମହାକାଳପରା, ନୟାଗଡ଼କୁ ନୟାଗର ବୋଲି ଲେଖାଯାଉଛି। ଇଂରାଜୀ ସ୍ପେଲିଙ୍ଗ ଅନୁସାରେ ତାକୁ ସଂଶୋଧନ କରାଯିବ। ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମରେ ସଂଶୋଧନ କରାଯିବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ଦିନ ଭିତରେ ଅଭିଯୋଗ କିମ୍ଭା ଆପତ୍ତି ଥିଲେ ତଥ୍ୟ ସହ ଦେବାକୁ ଵିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ

ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ସାଧାରଣ ଲୋକଙ୍କର କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଲେଖିତ ଭାବେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି । ନିର୍ଦ୍ଧାରିତ ସମୟ ପରେ ପ୍ରାପ୍ତ ମତାମତ ଗ୍ରହଣ କରାଯିବ ନାହିଁ । ଯଦି ନିର୍ଦ୍ଧାରିତ ସମୟସୀମାରେ କୌଣସି ଆପତ୍ତି ମିଳିନାହିଁ, ତେବେ ସରକାର ଆଇନାନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ । 

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

05 Feb 2026 By Madhusudan Das

ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ମୋଟ ୧୧ ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ

ଭୁବନେଶ୍ୱର: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ । ରାଜ୍ୟର ମୋଟ ୧୧ ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ । ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାର ଇଂରାଜୀ ନାମରେ ବନାନ ବଦଳିବ, ପୁରୁଣା ବନାନରେ ସଂଶୋଧନ କରାଯିବ। ଓଡ଼ିଆ ନାଁ ଅନୁସାରେ ରହିବ ଇଂରାଜୀ ନାମ । 

ଖୋର୍ଦ୍ଧ ଜିଲ୍ଲାକୁ ଏଣିକି ଓଡ଼ିଆ ନାମ ଅନୁସାରେ ଇଂରାଜୀରେ ମଧ୍ୟ ଖୋରଧା ଲେଖାଯିବ। ସେହିପରି ଓଡ଼ିଆରେ ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ ଦେଓଗଡ଼ ବୋଲି ଲେଖାଯାଉଛି, ତାକୁ ସଂଶୋଧନ କରି ଇଂରାଜୀରେ ମଧ୍ୟ ଦେବଗଡ଼ ବୋଲି ଲେଖାଯିବ। ଏପରି ୭ ଜିଲ୍ଲାର ଇଂରାଜୀ ନାଁ ବଦଳିବ। ସେହିପରି ଅନେକ ସ୍ଥାନରେ ଡ଼ ପାଇଁ ଇଂରାଜୀରେ R ଲେଖାଯାଏ। ଯେମିତି କେନ୍ଦ୍ରାପଡାକୁ ଇଂରାଜୀରେ କେନ୍ଦ୍ରାପରା, ମହାକାଳପଡା କୁ ମହାକାଳପରା, ନୟାଗଡ଼କୁ ନୟାଗର ବୋଲି ଲେଖାଯାଉଛି। ଇଂରାଜୀ ସ୍ପେଲିଙ୍ଗ ଅନୁସାରେ ତାକୁ ସଂଶୋଧନ କରାଯିବ। ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମରେ ସଂଶୋଧନ କରାଯିବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ଦିନ ଭିତରେ ଅଭିଯୋଗ କିମ୍ଭା ଆପତ୍ତି ଥିଲେ ତଥ୍ୟ ସହ ଦେବାକୁ ଵିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ସାଧାରଣ ଲୋକଙ୍କର କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଲେଖିତ ଭାବେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି । ନିର୍ଦ୍ଧାରିତ ସମୟ ପରେ ପ୍ରାପ୍ତ ମତାମତ ଗ୍ରହଣ କରାଯିବ ନାହିଁ । ଯଦି ନିର୍ଦ୍ଧାରିତ ସମୟସୀମାରେ କୌଣସି ଆପତ୍ତି ମିଳିନାହିଁ, ତେବେ ସରକାର ଆଇନାନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର