ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

Madhusudan Das Picture
Published On

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଅନ୍ତର୍ଜାତୀୟ ତୈଳ ଦରରେ ଆଶାତୀତ ବୃଦ୍ଧି ଘଟିଛି। ଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାର କରିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଏହା ବ୍ୟାରେଲ ପିଛା ୧୧୦ ଡଲାରରେ କାରବାର କରୁଛି। ଗତ ଶୁକ୍ରବାର ଠାରୁ ଅଶୋଧିତ ତୈଳ ଦରରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୨ ମସିହାରେ ଋଷ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ତୈଳ ଦର ଏତେ ମାତ୍ରାରେ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ DGCA ଅଧ୍ୟକ୍ଷ

ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି, ଯାହାକି ଆଜି ବ୍ୟାପକ ଭାବେ ଖସିଯାଇଛି। ଏହା ସହିତ ଭାରତୀୟ ମୁଦ୍ରା ବା ଟଙ୍କାର ମୂଲ୍ୟରେ ମଧ୍ୟ ବିପୁଳ ହ୍ରାସ ଘଟିଛି। ଆଜି ବଜାର ଖୋଲିବା ମାତ୍ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୪୭ ପଇସା ଖସି ୯୨.୨୧ ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ୯୨.୩୧ ଟଙ୍କାକୁ ଖସିଯାଇଥିଲା। ଅର୍ଥନୀତିଜ୍ଞମାନଙ୍କ ମତରେ ଯଦି ଅଶୋଧିତ ତୈଳ ଦର ୧୦୦ ଡଲାର ଉପରେ ରୁହେ, ତେବେ ଟଙ୍କାର ମୂଲ୍ୟ ଆହୁରି ଖସିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ବିଶ୍ୱର ୨୦ ପ୍ରତିଶତ ତୈଳ ଯୋଗାଣ ସ୍ଟ୍ରେଟ ଅଫ ହରମୁଜ୍ (Strait of Hormuz) ଦେଇ ହୋଇଥାଏ, ଯେଉଁଠାରୁ ପ୍ରତିଦିନ ୧୫ ନିୟୁତ ବ୍ୟାରେଲ ତୈଳ ମଧ୍ୟପ୍ରାଚ୍ୟରୁ ରପ୍ତାନି ହୁଏ। ଇରାନର ଧମକ ପରେ ଏହି ମାର୍ଗ ଦେଇ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳସ୍ୱରୂପ, ଇରାକ, କୁଏତ ଏବଂ ୟୁଏଇ ଭଳି ଦେଶଗୁଡିକ ତୈଳ ଉତ୍ପାଦନ ହ୍ରାସ କରିଛନ୍ତି, ଯାହାକି ଦର ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। 

ଆହୁରି ପଢ଼ନ୍ତୁ: ରନ୍ଧନ ଗ୍ୟାସ ସଙ୍କଟ: ରାଜ୍ୟରେ କଳାବଜାରୀଙ୍କ ରାଜୁତି, ଉପଭୋକ୍ତା ହତାଶ

09 Mar 2026 By Madhusudan Das

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଅନ୍ତର୍ଜାତୀୟ ତୈଳ ଦରରେ ଆଶାତୀତ ବୃଦ୍ଧି ଘଟିଛି। ଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାର କରିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଏହା ବ୍ୟାରେଲ ପିଛା ୧୧୦ ଡଲାରରେ କାରବାର କରୁଛି। ଗତ ଶୁକ୍ରବାର ଠାରୁ ଅଶୋଧିତ ତୈଳ ଦରରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୨ ମସିହାରେ ଋଷ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ତୈଳ ଦର ଏତେ ମାତ୍ରାରେ ବୃଦ୍ଧି ପାଇଛି।

ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି, ଯାହାକି ଆଜି ବ୍ୟାପକ ଭାବେ ଖସିଯାଇଛି। ଏହା ସହିତ ଭାରତୀୟ ମୁଦ୍ରା ବା ଟଙ୍କାର ମୂଲ୍ୟରେ ମଧ୍ୟ ବିପୁଳ ହ୍ରାସ ଘଟିଛି। ଆଜି ବଜାର ଖୋଲିବା ମାତ୍ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୪୭ ପଇସା ଖସି ୯୨.୨୧ ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ୯୨.୩୧ ଟଙ୍କାକୁ ଖସିଯାଇଥିଲା। ଅର୍ଥନୀତିଜ୍ଞମାନଙ୍କ ମତରେ ଯଦି ଅଶୋଧିତ ତୈଳ ଦର ୧୦୦ ଡଲାର ଉପରେ ରୁହେ, ତେବେ ଟଙ୍କାର ମୂଲ୍ୟ ଆହୁରି ଖସିବାର ଆଶଙ୍କା ରହିଛି।

ବିଶ୍ୱର ୨୦ ପ୍ରତିଶତ ତୈଳ ଯୋଗାଣ ସ୍ଟ୍ରେଟ ଅଫ ହରମୁଜ୍ (Strait of Hormuz) ଦେଇ ହୋଇଥାଏ, ଯେଉଁଠାରୁ ପ୍ରତିଦିନ ୧୫ ନିୟୁତ ବ୍ୟାରେଲ ତୈଳ ମଧ୍ୟପ୍ରାଚ୍ୟରୁ ରପ୍ତାନି ହୁଏ। ଇରାନର ଧମକ ପରେ ଏହି ମାର୍ଗ ଦେଇ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳସ୍ୱରୂପ, ଇରାକ, କୁଏତ ଏବଂ ୟୁଏଇ ଭଳି ଦେଶଗୁଡିକ ତୈଳ ଉତ୍ପାଦନ ହ୍ରାସ କରିଛନ୍ତି, ଯାହାକି ଦର ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର