ଆନ୍ଧ୍ରରେ ହେବ ପ୍ରଥମ ‘ଏୟାର ଟ୍ୟାକ୍ସି କ୍ଲଷ୍ଟର’, ୨୦୨୭ ସୁଦ୍ଧା ‘ଡ୍ରୋନ୍‌ ଟ୍ୟାକ୍ସି’ ଉତ୍ପାଦନ ଲକ୍ଷ୍ୟ

Madhusudan Das Picture
Published On

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ନିର୍ମାଣ ହେବ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ‘ଏୟାର ଟ୍ୟାକ୍ସି କ୍ଲଷ୍ଟର’। ଏଥିପାଇଁ ଆନ୍ଧ୍ର ସରକାର ସରଲା ଆଭିଏସନ ସହ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ରାଜ୍ୟରେ ଇଭିଟଲ୍‌ (ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ) ଉତ୍ପାଦନ କାରଖାନା ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପର ନାମ ‘ସ୍କାଏ ଫ୍ୟାକ୍ଟ୍ରି’ ରଖାଯାଇଛି। ଅନନ୍ତପୁର ଜିଲ୍ଲାରେ ଏହି କ୍ଲଷ୍ଟର ନିର୍ମାଣ କରାଯିବ, ଯେଉଁଠାରେ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ଭଳି ବିମାନ ନିର୍ମାଣ ହେବ। କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ୩୩୦ କୋଟି ଟଙ୍କା ନିବେଶ ଯୋଜନା ରଖିଛି। ୨୦୨୯ ସୁଦ୍ଧା ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। 

ଆହୁରି ପଢ଼ନ୍ତୁ: ଆମେରିକାର ଯୁଦ୍ଧପୋତ 'ୟୁଏସ୍ଏସ୍ ଅବ୍ରାହମ ଲିଙ୍କନ୍' ଉପରେ ଇରାନର ମିସାଇଲ୍ ମାଡ଼, ସବୁ ଆକ୍ରମଣକୁ ବିଫଳ କଲା ଆମେରିକା

୧୫୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପଦକ୍ଷେପ ଦେଶର ଗ୍ରୀନ ମୋବିଲିଟିକୁ ଆଗକୁ ବଢ଼ାଇବା ସହ ଏ କ୍ଷେତ୍ରରେ ଏହା ଏକ ଗେମ୍ ଚେଞ୍ଜର ହୋଇପାରେ। ଏଥିରେ ପ୍ରଡକ୍ସନ ଲାଇନ, ଗବେଷଣା ଏବଂ ବିକାଶ କେନ୍ଦ୍ର, କମ୍ପୋଜିଟ୍ ଲ୍ୟାବ୍ ଏବଂ ୨ କି.ମିର ରନୱେ ରହିବ, ଯେଉଁଠାରେ ଡିଜିସିଏ ପ୍ରମାଣପତ୍ର ସହ ପରୀକ୍ଷଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଏଥିରେ ୧,୩୦୦ କୋଟି ଟଙ୍କା ନିବେଶ ହେବ। ଏହି ୟୁନିଟ୍‌ରେ ‘ସରଲା’ର ଫ୍ଲାଗସିପ୍ ଶୂନ୍ୟ ହାଇବ୍ରିଡ୍ ‘ଭିଟଲ୍‌’ ବିମାନ ସହ ଇଲେକ୍ଟ୍ରିକାଲ ହାର୍ନେସ୍ ସିଷ୍ଟମ୍, ଲ୍ୟାଣ୍ଡିଂ ଗିୟର୍ ଏବଂ ଉନ୍ନତ କମ୍ପୋଜିଟ୍ ଷ୍ଟ୍ରକଚର ତିଆରି କରାଯିବ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହି କ୍ଲଷ୍ଟରରୁ ବାର୍ଷିକ ୧୦୦୦ଟି ପରବର୍ତ୍ତୀ ପିଢ଼ିର ବିମାନ ଉତ୍ପାଦନ କରାଯାଇପାରିବ। ଘୋଷଣାର ଦୁଇ ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ପ୍ରଥମ ଡ୍ରୋନ୍ ଟ୍ୟାକ୍ସି ଆରମ୍ଭ ହେବ। 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଲା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ: ଜାଣନ୍ତୁ କାହିଁକି ବଦଳିଲା କମ୍ପାନୀର ନିଷ୍ପତ୍ତି?

ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ୪୦ଟି ସ୍ୱତନ୍ତ୍ର ନିଯୁକ୍ତି ଏବଂ ୧୪୦ଟି ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହା ଉନ୍ନତ ଉତ୍ପାଦନ, ମହାକାଶ କ୍ଷେତ୍ରରେ ନବସୃଜନ ଏବଂ ଗ୍ରୀନ ଟେକ୍ନୋଲୋଜି କ୍ଷେତ୍ରରେ ଉଚ୍ଚ-ମୂଲ୍ୟର ନିଯୁକ୍ତି ସୃଷ୍ଟି କରିବ। ଏହି ପ୍ରକଳ୍ପ ଦ୍ବାରା ଆନ୍ଧ୍ରପ୍ରଦେଶ ଏୟାର ଟ୍ୟାକ୍ସିର ଉତ୍ପାଦନର ରାଜଧାନୀ ହେବ। ଦୀର୍ଘକାଳୀନ ହିସାବରେ ଦେଖିଲେ ବିଶାଳ ଫ୍ରାକ୍ଟ୍ରି ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ। ଆଉ ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ବଡ଼ ଦାବି: ବନ୍ଦର ଆବ୍ବାସ ଆକ୍ରମଣରେ ଇରାନ IRGC ନୌସେନା କମାଣ୍ଡର ଅଲିରେଜା ତାଙ୍ଗସିରି ନିହତ

19 Nov 2025 By Madhusudan Das

ଆନ୍ଧ୍ରରେ ହେବ ପ୍ରଥମ ‘ଏୟାର ଟ୍ୟାକ୍ସି କ୍ଲଷ୍ଟର’, ୨୦୨୭ ସୁଦ୍ଧା ‘ଡ୍ରୋନ୍‌ ଟ୍ୟାକ୍ସି’ ଉତ୍ପାଦନ ଲକ୍ଷ୍ୟ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ନିର୍ମାଣ ହେବ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ‘ଏୟାର ଟ୍ୟାକ୍ସି କ୍ଲଷ୍ଟର’। ଏଥିପାଇଁ ଆନ୍ଧ୍ର ସରକାର ସରଲା ଆଭିଏସନ ସହ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ରାଜ୍ୟରେ ଇଭିଟଲ୍‌ (ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ) ଉତ୍ପାଦନ କାରଖାନା ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପର ନାମ ‘ସ୍କାଏ ଫ୍ୟାକ୍ଟ୍ରି’ ରଖାଯାଇଛି। ଅନନ୍ତପୁର ଜିଲ୍ଲାରେ ଏହି କ୍ଲଷ୍ଟର ନିର୍ମାଣ କରାଯିବ, ଯେଉଁଠାରେ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ଭଳି ବିମାନ ନିର୍ମାଣ ହେବ। କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ୩୩୦ କୋଟି ଟଙ୍କା ନିବେଶ ଯୋଜନା ରଖିଛି। ୨୦୨୯ ସୁଦ୍ଧା ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। 

୧୫୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପଦକ୍ଷେପ ଦେଶର ଗ୍ରୀନ ମୋବିଲିଟିକୁ ଆଗକୁ ବଢ଼ାଇବା ସହ ଏ କ୍ଷେତ୍ରରେ ଏହା ଏକ ଗେମ୍ ଚେଞ୍ଜର ହୋଇପାରେ। ଏଥିରେ ପ୍ରଡକ୍ସନ ଲାଇନ, ଗବେଷଣା ଏବଂ ବିକାଶ କେନ୍ଦ୍ର, କମ୍ପୋଜିଟ୍ ଲ୍ୟାବ୍ ଏବଂ ୨ କି.ମିର ରନୱେ ରହିବ, ଯେଉଁଠାରେ ଡିଜିସିଏ ପ୍ରମାଣପତ୍ର ସହ ପରୀକ୍ଷଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଏଥିରେ ୧,୩୦୦ କୋଟି ଟଙ୍କା ନିବେଶ ହେବ। ଏହି ୟୁନିଟ୍‌ରେ ‘ସରଲା’ର ଫ୍ଲାଗସିପ୍ ଶୂନ୍ୟ ହାଇବ୍ରିଡ୍ ‘ଭିଟଲ୍‌’ ବିମାନ ସହ ଇଲେକ୍ଟ୍ରିକାଲ ହାର୍ନେସ୍ ସିଷ୍ଟମ୍, ଲ୍ୟାଣ୍ଡିଂ ଗିୟର୍ ଏବଂ ଉନ୍ନତ କମ୍ପୋଜିଟ୍ ଷ୍ଟ୍ରକଚର ତିଆରି କରାଯିବ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହି କ୍ଲଷ୍ଟରରୁ ବାର୍ଷିକ ୧୦୦୦ଟି ପରବର୍ତ୍ତୀ ପିଢ଼ିର ବିମାନ ଉତ୍ପାଦନ କରାଯାଇପାରିବ। ଘୋଷଣାର ଦୁଇ ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ପ୍ରଥମ ଡ୍ରୋନ୍ ଟ୍ୟାକ୍ସି ଆରମ୍ଭ ହେବ। 

ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ୪୦ଟି ସ୍ୱତନ୍ତ୍ର ନିଯୁକ୍ତି ଏବଂ ୧୪୦ଟି ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହା ଉନ୍ନତ ଉତ୍ପାଦନ, ମହାକାଶ କ୍ଷେତ୍ରରେ ନବସୃଜନ ଏବଂ ଗ୍ରୀନ ଟେକ୍ନୋଲୋଜି କ୍ଷେତ୍ରରେ ଉଚ୍ଚ-ମୂଲ୍ୟର ନିଯୁକ୍ତି ସୃଷ୍ଟି କରିବ। ଏହି ପ୍ରକଳ୍ପ ଦ୍ବାରା ଆନ୍ଧ୍ରପ୍ରଦେଶ ଏୟାର ଟ୍ୟାକ୍ସିର ଉତ୍ପାଦନର ରାଜଧାନୀ ହେବ। ଦୀର୍ଘକାଳୀନ ହିସାବରେ ଦେଖିଲେ ବିଶାଳ ଫ୍ରାକ୍ଟ୍ରି ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ। ଆଉ ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର