ଦେଶର ୬୮ କୋଟି ୟୁଜରଙ୍କ ଡାଟା ଚୋରି; ସାଇବର ଅପରାଧୀଙ୍କ ହାତରେ ଇ-ମେଲ୍ ଆଇଡି ଓ ପାସ୍‌ୱାର୍ଡ

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶରେ ଏକ ବଡ଼ ଧରଣର ଡାଟା ଲିକ୍‌ ହୋଇଛି। ଏଥିରେ ୬୮ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପ୍ରଘଟ ହୋଇଛି। ଏହାଫଳରେ ସାଇବର ଅପରାଧୀମାନଙ୍କ ହାତରେ ଏହି ୬୮ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପଡିଯାଇଛି। ଘଟଣା ଜଣାପଡ଼ିବା ପରେ ମଧ୍ୟପ୍ରଦେଶ ସାଇବର ସେଲ୍ ଏହାକୁ ନେଇ ସତର୍କ କରାଇଛି। ଇ-ମେଲ୍ ବ୍ୟବହାରକାରୀ ସେମାନଙ୍କର ପାସ୍‌ୱାର୍ଡ ପୁନଃସେଟ୍ କରିବାକୁ ସାଇବର ସେଲ୍ ନିର୍ଦ୍ଦେଶାବଳୀ ଜାରି କରିଛି। 

ଆହୁରି ପଢ଼ନ୍ତୁ: 'ବୁଟ୍ସ ଅନ୍ ଦ ଗ୍ରାଉଣ୍ଡ': ଆଧୁନିକ ଯୁଦ୍ଧରେ ଏହି ଶବ୍ଦର ଅର୍ଥ, ଇତିହାସ ଏବଂ ଗୁରୁତ୍ୱ

ସାଇବର ସେଲ୍ ପକ୍ଷରୁ ଜାରି ପରାମର୍ଶପତ୍ରରେ କୁହାଯାଇଛି ଯେ, ସାଇବର ଠକମାନେ ଏକ ଇ-ମେଲ୍ ଆକାଉଣ୍ଟ ହ୍ୟାକ୍ କରି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଡିଜିଟାଲ୍ ୱାଲେଟ୍ ଏବଂ ଅନ୍ୟାନ୍ୟ ଆପ୍ ଓ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ପ୍ରବେଶ କରିପାରିବେ। ଏହାକୁ ରୋକିବା ପାଇଁ ବାରମ୍ବାର ପାସୱାର୍ଡ ପରିବର୍ତ୍ତନ କରିବା ବ୍ୟତୀତ ବିଭିନ୍ନ ସେବା ପାଇଁ ପୃଥକ ପାସୱାର୍ଡ ବଜାୟ ରଖିବା ହେଉଛି ସବୁଠାରୁ ପ୍ରଭାବଶାଳୀ ପ୍ରତିରକ୍ଷା ପଦକ୍ଷେପ। ସନ୍ଦେହଜନକ ଇ-ମେଲ୍, ଏସ୍‌ଏମ୍‌ଏସ୍‌‌ କିମ୍ବା ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କୁହାଯାଇଛି । ବର୍ତ୍ତମାନ ସାଇବର ଅପରାଧୀମାନେ ଠକେଇ କରିବା ପାଇଁ ନୂତନ କୌଶଳ ଅବଲମ୍ବନ କରୁଛନ୍ତି। ଡିଜିଟାଲ୍ ଆରେଷ୍ଟ, ଋଣ ଆପ୍ ଠକେଇ ଏବଂ ଆର୍ଥିକ ଠକେଇ ଘଟଣା ବୃଦ୍ଧି ପାଉଛି। ବୟସ୍କ ଲୋକମାନେ ସାଇବର ଅପରାଧୀଙ୍କ ଦ୍ୱାରା ସର୍ବାଧିକ ଟାର୍ଗେଟ୍ ହେଉଛନ୍ତି । ଠକମାନେ ଡକ୍ୟୁମେଣ୍ଟ ଅପଡେଟ୍ କରିବା, ଉପହାର ପଠାଇବା ଏବଂ ଲିଙ୍କ୍ ପଠାଇବା ଭଳି ଅନେକ ପ୍ରସ୍ତାବ ମାଧ୍ୟମରେ ଡାଟା ଚୋରି କରୁଛନ୍ତି ଏବଂ ଆକାଉଣ୍ଟ ଖାଲି କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ୫ଟି ବଡ଼ ନିୟମ: ଏଲପିଜି, ଏଟିଏମ୍‌ରୁ ଆୟକର ଓ ପ୍ୟାନ୍ କାର୍ଡ ପର୍ଯ୍ୟନ୍ତ, ଜାଣନ୍ତୁ କେମିତି ପଡ଼ିବ ପ୍ରଭାବ

ଏହି ଠକେଇ ପ୍ରସ୍ତାବରେ ଷ୍ଟକ୍ ବଜାରରେ ଲାଭର ପ୍ରଲୋଭନ, ଅନଲାଇନ୍ ବାଣିଜ୍ୟ, ଘରେ ଚାକିରି, ଅନଲାଇନ୍ ପାର୍ସଲ୍ ଅଫର୍ ଏବଂ ମୋବାଇଲ୍ ହ୍ୟାକିଂ ଅନ୍ତର୍ଭୁକ୍ତ । ଏପରି ଘଟଣା ମଧ୍ୟ ଘଟିଛି, ଯେଉଁଠାରେ ଓଟିପି ନ ମାଗି ଆକାଉଣ୍ଟରୁ ଟଙ୍କା ଉଠାଯାଇଛି ।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

23 Dec 2025 By Madhusudan Das

ଦେଶର ୬୮ କୋଟି ୟୁଜରଙ୍କ ଡାଟା ଚୋରି; ସାଇବର ଅପରାଧୀଙ୍କ ହାତରେ ଇ-ମେଲ୍ ଆଇଡି ଓ ପାସ୍‌ୱାର୍ଡ

ନୂଆଦିଲ୍ଲୀ: ଦେଶରେ ଏକ ବଡ଼ ଧରଣର ଡାଟା ଲିକ୍‌ ହୋଇଛି। ଏଥିରେ ୬୮ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପ୍ରଘଟ ହୋଇଛି। ଏହାଫଳରେ ସାଇବର ଅପରାଧୀମାନଙ୍କ ହାତରେ ଏହି ୬୮ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପଡିଯାଇଛି। ଘଟଣା ଜଣାପଡ଼ିବା ପରେ ମଧ୍ୟପ୍ରଦେଶ ସାଇବର ସେଲ୍ ଏହାକୁ ନେଇ ସତର୍କ କରାଇଛି। ଇ-ମେଲ୍ ବ୍ୟବହାରକାରୀ ସେମାନଙ୍କର ପାସ୍‌ୱାର୍ଡ ପୁନଃସେଟ୍ କରିବାକୁ ସାଇବର ସେଲ୍ ନିର୍ଦ୍ଦେଶାବଳୀ ଜାରି କରିଛି। 

ସାଇବର ସେଲ୍ ପକ୍ଷରୁ ଜାରି ପରାମର୍ଶପତ୍ରରେ କୁହାଯାଇଛି ଯେ, ସାଇବର ଠକମାନେ ଏକ ଇ-ମେଲ୍ ଆକାଉଣ୍ଟ ହ୍ୟାକ୍ କରି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଡିଜିଟାଲ୍ ୱାଲେଟ୍ ଏବଂ ଅନ୍ୟାନ୍ୟ ଆପ୍ ଓ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ପ୍ରବେଶ କରିପାରିବେ। ଏହାକୁ ରୋକିବା ପାଇଁ ବାରମ୍ବାର ପାସୱାର୍ଡ ପରିବର୍ତ୍ତନ କରିବା ବ୍ୟତୀତ ବିଭିନ୍ନ ସେବା ପାଇଁ ପୃଥକ ପାସୱାର୍ଡ ବଜାୟ ରଖିବା ହେଉଛି ସବୁଠାରୁ ପ୍ରଭାବଶାଳୀ ପ୍ରତିରକ୍ଷା ପଦକ୍ଷେପ। ସନ୍ଦେହଜନକ ଇ-ମେଲ୍, ଏସ୍‌ଏମ୍‌ଏସ୍‌‌ କିମ୍ବା ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କୁହାଯାଇଛି । ବର୍ତ୍ତମାନ ସାଇବର ଅପରାଧୀମାନେ ଠକେଇ କରିବା ପାଇଁ ନୂତନ କୌଶଳ ଅବଲମ୍ବନ କରୁଛନ୍ତି। ଡିଜିଟାଲ୍ ଆରେଷ୍ଟ, ଋଣ ଆପ୍ ଠକେଇ ଏବଂ ଆର୍ଥିକ ଠକେଇ ଘଟଣା ବୃଦ୍ଧି ପାଉଛି। ବୟସ୍କ ଲୋକମାନେ ସାଇବର ଅପରାଧୀଙ୍କ ଦ୍ୱାରା ସର୍ବାଧିକ ଟାର୍ଗେଟ୍ ହେଉଛନ୍ତି । ଠକମାନେ ଡକ୍ୟୁମେଣ୍ଟ ଅପଡେଟ୍ କରିବା, ଉପହାର ପଠାଇବା ଏବଂ ଲିଙ୍କ୍ ପଠାଇବା ଭଳି ଅନେକ ପ୍ରସ୍ତାବ ମାଧ୍ୟମରେ ଡାଟା ଚୋରି କରୁଛନ୍ତି ଏବଂ ଆକାଉଣ୍ଟ ଖାଲି କରୁଛନ୍ତି ।

ଏହି ଠକେଇ ପ୍ରସ୍ତାବରେ ଷ୍ଟକ୍ ବଜାରରେ ଲାଭର ପ୍ରଲୋଭନ, ଅନଲାଇନ୍ ବାଣିଜ୍ୟ, ଘରେ ଚାକିରି, ଅନଲାଇନ୍ ପାର୍ସଲ୍ ଅଫର୍ ଏବଂ ମୋବାଇଲ୍ ହ୍ୟାକିଂ ଅନ୍ତର୍ଭୁକ୍ତ । ଏପରି ଘଟଣା ମଧ୍ୟ ଘଟିଛି, ଯେଉଁଠାରେ ଓଟିପି ନ ମାଗି ଆକାଉଣ୍ଟରୁ ଟଙ୍କା ଉଠାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର